ପାଣ୍ଡିଆନଙ୍କ ପରଲୋକ
Advertisement

ପାଣ୍ଡିଆନଙ୍କ ପରଲୋକ

କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ତଥା CPIର ବରିଷ୍ଠ ନେତା ଡି. ପାଣ୍ଡିଆନଙ୍କ ଆଜି ପରଲୋକ ହୋଇ ଯାଇଛି । 

ପାଣ୍ଡିଆନଙ୍କ ପରଲୋକ

ଚେନ୍ନାଇ: କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ତଥା CPIର ବରିଷ୍ଠ ନେତା ଡି. ପାଣ୍ଡିଆନଙ୍କ ଆଜି ପରଲୋକ ହୋଇ ଯାଇଛି । ସ୍ଥାନୀୟ ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । 

ପାଣ୍ଡିଆନ ଦୀର୍ଘ କିଛି ମାସ ଧରି ବେଶ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ହ୍ୱିଲ ଚେୟାରରେ ବସି ରହୁଥିଲେ । ଏପରିକି ଅଧିକାଂଶ ସମୟ ଧରି ସେ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ ।

ରାଜୀବ ଗାନ୍ଧୀ ଡାକ୍ତରଖାନାର ମୁଖ୍ୟ ଡା. ଇ ଥେରାନିରାଜନ କହିଛନ୍ତି କି, ସେ କିଡନୀ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ତାଙ୍କର ନିୟମିତ ଭାବେ ଡାଇଲାସିସ ହେଉଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଗତକାଲି ଠାରୁ ଅବନତି ଘଟିଥିଲା । ଆଜି ତାଙ୍କର ମୃତ୍ୟୁ ହୋଇ ଯାଇଛି ।