)
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡାଙ୍କ ଘରେ ଖୁସିର ଖବର। ଆଜି ହାର୍ଦ୍ଦିକ ପାଣ୍ଡ୍ୟା ବାପା ହୋଇଥିବା ନେଇ ସେ ନିଜେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି।
ତାଙ୍କର ଭାବି ପତ୍ନୀ ନତାଶା ଷ୍ଟେନକୋଭିଚ ଏକ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିବା ନେଇ ପାଣ୍ଡ୍ୟା ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ନବଜାତକର ଫଟୋକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଫଟୋକୁ ସେୟାର କରି ପାଣ୍ଡ୍ୟା ଲେଖିଛନ୍ତି ଯେ, ଆମଘରେ ବେବି ବୟର ଜନ୍ମ ହୋଇଛି। ଯଦିଓ ପାଣ୍ଡ୍ୟା ପୁଅର ମୁହଁକୁ ଦେଖାଇନାହାନ୍ତି।