କୋରୋନା ମାଡରେ ଘାଇଲା ବେପାର, ବୁଡ଼ିଗଲା ମୁକୁଟ ବ୍ୟବସାୟ
Advertisement

କୋରୋନା ମାଡରେ ଘାଇଲା ବେପାର, ବୁଡ଼ିଗଲା ମୁକୁଟ ବ୍ୟବସାୟ

କୋରୋନା କଟକଣାରେ ବୁଡ଼ିଗଲା ମୁକୁଟ ବ୍ୟବସାୟ । କରୋନା କଟକଣାର ଅଦୃଶ୍ୟ କଡ଼ା ଛାଟ ସବୁ କ୍ଷେତ୍ରକୁ ଲାଗିଛି । ପ୍ରଭାବିତ ହୋଇଛନ୍ତି ସମସ୍ତ ବ୍ୟବସାୟୀ । ମାନ୍ଦାବସ୍ଥାରେ ମାଡ ଖାଇଯାଇଛି ବ୍ୟବସାୟ । ଆଉ ଏଥିରୁ ବାଦ ପଡିନି ସମ୍ବଲପୁରର କୁଟୀର ଶିଳ୍ପ କୁହାଯାଉଥିବା ମୁକୁଟ ବ୍ୟବସାୟ। 

କୋରୋନା ମାଡରେ ଘାଇଲା ବେପାର, ବୁଡ଼ିଗଲା ମୁକୁଟ ବ୍ୟବସାୟ

ଅଜୟ କୁମାର ନାଥ, ସମ୍ବଲପୁର: କରୋନା କଟକଣା (Corona Restriction) ପାଇଁ ପାଇଁ ଦୀର୍ଘ ୬ ମାସ ହେବ ସମସ୍ତ ଵିଵାହ ବ୍ରତ,ସାମାଜିକ କର୍ମ ଇତ୍ୟାଦି ବନ୍ଦ ରହିଛି । ସେଥିପାଇଁ ଏଭଳି ବିବାହ ବ୍ରତ ଘର ତଥା ସାଂସ୍କୃତିକ ସାମାଜିକ କର୍ମ ଉପରେ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ମୁକୁଟ(Crown) କାରିଗର, ବ୍ୟବସାୟୀ ଓ ତାଙ୍କ ପରିବାର ଉପରେ ଏହାର ଗଭୀର ପ୍ରଭାବ ପଡିଛି । କେମିତି ପୋଷିବେ ପେଟ କେମିତି ଚଳାଇବେ ପରିବାର ସେହି ଚିନ୍ତାରେ ସମ୍ବଲପୁରର ମୁକୁଟ କାରିଗର।

କୋରୋନା କଟକଣାରେ ବୁଡ଼ିଗଲା ମୁକୁଟ ବ୍ୟବସାୟ । କରୋନା କଟକଣାର ଅଦୃଶ୍ୟ କଡ଼ା ଛାଟ ସବୁ କ୍ଷେତ୍ରକୁ ଲାଗିଛି । ପ୍ରଭାବିତ ହୋଇଛନ୍ତି ସମସ୍ତ ବ୍ୟବସାୟୀ । ମାନ୍ଦାବସ୍ଥାରେ ମାଡ ଖାଇଯାଇଛି ବ୍ୟବସାୟ । ଆଉ ଏଥିରୁ ବାଦ ପଡିନି ସମ୍ବଲପୁରର କୁଟୀର ଶିଳ୍ପ (Cottage Industry) କୁହାଯାଉଥିବା ମୁକୁଟ ବ୍ୟବସାୟ ।  ପ୍ରଭାବିତ ହୋଇଛନ୍ତି ସମସ୍ତ ବ୍ୟବସାୟୀ । ମାନ୍ଦାବସ୍ଥାରେ ଘାଇଲା ହୋଇପଡିଛି ବ୍ୟବସାୟ । 

 

fallback

ପ୍ରତ୍ୟେକ ବର୍ଷ ବିବାହ ୠତୁରେ ଏଠାକାର ବ୍ୟବସାୟୀ ଲକ୍ଷ ଲକ୍ଷ ଟଙ୍କାର ମୁକୁଟ ବିକ୍ରି କରିଥାନ୍ତି । ଏଥର ବିବାହ ବ୍ରତ ତାଲାବନ୍ଦ କଟକଣା ଭିତରେ ଏକପ୍ରକାର ତାଲା ପଡିଯାଇଛି । ଏପଟେ ବ୍ୟବସାୟ ବନ୍ଦ ଆଉ ସେପଟେ ଦୋକାନରେ ତାଲା । ଏହାରି ଭିତରେ ଲକ୍ଷାଧିକ ଟଙ୍କାର ଋଣ ସୃଷ୍ଟି କରୁଛି ସମସ୍ୟା । ବିବାହ ପାଇଁ ନିତାନ୍ତ ଆବଶ୍ୟକ ଅନେକ ଜିନିଷ । ଯେମିତିକି ବର ପାଇଁ ମୁକୁଟ । ଏହା ଭାରତୀୟ ବିବାହ ସଂସ୍କୃତିର ଏକ ଅଂଶ ବିଶେଷ । 

 

ଏଥର କୋଭିଡ କଟକଣା ଯୋଗୁ ବିବାହ ପରି ଉତ୍ସବ ବନ୍ଦ ହୋଇଯିବାରୁ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ମୁକୁଟ ବ୍ୟବସାୟୀ । ବ୍ୟବସାୟୀ ଦେଶର ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରକାର କଞ୍ଚାମାଲ ଆଣି ବିଭିନ୍ନ ପ୍ରକାର ମୁକୁଟ ତିଆରି କରିଥାନ୍ତି । ପରେ ଏହାକୁ ବିକ୍ରୟ କରି ବେଶ ଲାଭବାନ ହୋଇଥାନ୍ତି । ସେପଟେ ରାଜ୍ୟରେ ପ୍ରତିବର୍ଷ ଡିସେମ୍ବରରୁ ଜୁଲାଇ, ଅଗଷ୍ଟ ଆଦି ମାସରେ ସର୍ବାଧିକ ବିବାହ ଅନୁଷ୍ଠିତ ହେଉଥିଲା ବେଳେ ଦୈନିକ ବ୍ୟବସାୟୀ ହଜାର ହଜାର ଟଙ୍କା ରୋଜଗାର କରନ୍ତି। 

fallback

ଋଣ କରି ସାମଗ୍ରୀ କିଣିଥିବା ବେଳେ ଲକଡାଉନ (Lock Down) ଯୋଗୁଁ ବେପାର ନହୋଇ ପଡିରହିଛି । ଏହା ପରେ ସରକାରଙ୍କ ଅନେକ କଟକଣା, ତାହା ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ସାଜିଛି । କୋରୋନା ପ୍ରକୋପ ଭିତରେ ଆଉଟ ପାଉଟ ହେଉଥିବା ମୁକୁଟ ବ୍ୟବସାୟୀଙ୍କ ଉପରେ ସରକାରଙ୍କ ସୁଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ମୁକୁଟ କାରିଗର।