Advertisement
Article Detail0/zeeodisha/odisha2741406
Zee OdishaOdisha National-Internationalପାକିସ୍ତାନୀ ଝିଅକୁ ବାହା ହେବା ପଡିଲା ମହଙ୍ଗା, ଚାକିରି ହରାଇଲେ CRPF ଯବାନ

ପାକିସ୍ତାନୀ ଝିଅକୁ ବାହା ହେବା ପଡିଲା ମହଙ୍ଗା, ଚାକିରି ହରାଇଲେ CRPF ଯବାନ

CRPF Jawan Dismiss for Marrying Pakistani Woman: ପାକିସ୍ତାନୀ ପତ୍ନୀଙ୍କ ପାଇଁ ସିଆରପିଏଫ ଯବାନଙ୍କ ଚାକିରିରୁ ବହିଷ୍କାର । ୪୧ ବାଟାଲିଅନ ଯବାନ ମୁନିର ଅହମ୍ମଦଙ୍କ ଉପରେ ବିଭାଗ ନେଇଛି କଡା କାର୍ଯ୍ୟାନୁଷ୍ଠାନ । ପାକିସ୍ତାନୀ ମହିଳାଙ୍କୁ ବିବାହ ତଥ୍ୟ ଲୁଚାଇବା ଅଭିଯୋଗରେ ବିଦା ହେଲେ ମୁନିର । ସର୍ଭିସ ରୁଲ୍ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି

ପାକିସ୍ତାନୀ ଝିଅକୁ ବାହା ହେବା ପଡିଲା ମହଙ୍ଗା, ଚାକିରି ହରାଇଲେ CRPF ଯବାନ

CRPF Jawan Dismiss for Marrying Pakistani Woman: ବିଭାଗକୁ ନ ଜଣାଇ ଗୁପ୍ତରେ ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିବା CRPF ଯବାନ ମୁନିର ଅହମ୍ମଦଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଗୃହ ମନ୍ତ୍ରଣାଳୟ । ଉକ୍ତ ଯବାନଙ୍କୁ CRPFରୁ ବହିଷ୍କାର କରାଯାଇଛି। ସେ କାହାକୁ ନ ଜଣାଇ ଅନଲାଇନରେ ଜଣେ ପାକିସ୍ତାନୀ ମହିଳାଙ୍କୁ ସହ ସମ୍ପର୍କ କରିଥିଲେ । ପରବର୍ତ୍ତୀ ସମୟରେ ଉଭୟଙ୍କ ବିବାହ ହୋଇଥିବା ସୂଚନା ମିଳିଛି । ଯେତେବେଳେ ଭାରତ ସରକାର ପାକିସ୍ତାନୀ ଲୋକମାନଙ୍କୁ ନିଜ ଦେଶକୁ ଫେରିବା ପାଇଁ ନିର୍ଦ୍ଦେଶ ଜାରି କଲେ ସେତେବେଳେ ସେ ଜାଣିଶୁଣି ତାଙ୍କ ସ୍ତ୍ରୀଙ୍କୁ ଯିବାକୁ ଦେଇନଥିଲେ । ଏହି ମାମଲା ସାମ୍ନାକୁ ଆସିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜମ୍ମୁ-କାଶ୍ମୀର ହାଇକୋର୍ଟ ବର୍ତ୍ତମାନ ମହିଳାଙ୍କୁ ପାକିସ୍ତାନ ପଠାଇବା ଉପରେ ଅସ୍ଥାୟୀ ସ୍ଥଗିତାଦେଶ ଜାରି କରିଥିବା ସୂଚନା ମିଳିଛି।

ବିଭାଗର ଅନୁମତି ନନେଇ ସିଆରପିଏଫ ଯବାନ ମୁନିର ଅହମ୍ମଦ ପାକିସ୍ତାନୀ ନାଗରିକ ମେନାଲ ଖାନଙ୍କୁ ବିବାହ କରିଥିଲେ। ପିଟିଆଇ ଖବର ଅନୁସାରେ, କୌଣସି ତଦନ୍ତର ଆବଶ୍ୟକତା ନଥିବା ନିୟମ ଅନୁଯାୟୀ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସିଆରପିଏଫ ଡିଆଇଜି ଏମ୍ ଦିନାକରଣ କହିଛନ୍ତି, "ତାଙ୍କର କାର୍ଯ୍ୟକଳାପ ସେବା ଆଚରଣ ଉଲ୍ଲଂଘନ ଏବଂ ଜାତୀୟ ସୁରକ୍ଷା ପାଇଁ କ୍ଷତିକାରକ ବୋଲି ଜଣାପଡ଼ିଥିଲା। ତେଣୁ, ତାଙ୍କ ବିରୁଦ୍ଧରେ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।"

ଆହୁରୀ ଆଶ୍ଚର୍ଯ୍ୟର କଥା ଏହା ଯେ, ପୂର୍ବତନ CRPF ଯବାନ ମୁନିର ଅହମ୍ମଦ ଏବଂ ପାକିସ୍ତାନୀ ଯୁବତୀ ମୈନାଲ ଖାନଙ୍କ ବିବାହ ୨୪ ମଇ, ୨୦୨୪ରେ ହ୍ୱାଟସଆପ୍ ଭିଡିଓ କଲ୍ ମାଧ୍ୟମରେ ହୋଇଥିଲା। ମୁନିର ସିଆରପିଏଫର ୪୧ ତମ ବାଟାଲିୟନରେ ନିଯୁକ୍ତ ହୋଇଥିଲେ । ସେ କେବଳ ଅନୁମତି ବିନା ବିବାହ କରିନଥିଲେ ତାହା ନୁହେଁ ଏଥିସହ ତାଙ୍କ ପତ୍ନୀଙ୍କ ଭିସାର ସ୍ଥିତି ଏବଂ ଭାରତରେ ତାଙ୍କ ରହଣି ବିଷୟରେ ସୂଚନା ମଧ୍ୟ CRPF ଠାରୁ ଲୁଚାଇ ରଖିଥିଲେ। ଏଥିସହ ସେ କୋର୍ଟରେ ଭୁଲ ବୟାନ ମଧ୍ୟ ଦେଇଥିଲେ । ଫଳରେ ଯବାନଙ୍କୁ ଚାକିରି ହରାଇବାକୁ ପଡିଲା ।

Add Zee News as a Preferred Source

ଜମ୍ମୁ-କାଶ୍ମୀର ହାଇକୋର୍ଟରୁ ସିଆରପିଏଫ ଯବାନ ମୁନିର ଅହମ୍ମଦଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ପାକିସ୍ତାନୀ ପତ୍ନୀ ମିନାଲ ଖାନଙ୍କୁ ଦେଶାନ୍ତରରୁ ବାରଣ କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରି ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା। ମିନଲ ମାର୍ଚ୍ଚ ୨୦୨୫ ରେ ଭାରତ ଆସିଥିଲେ। ତାଙ୍କୁ ଏପ୍ରିଲ ୨୯ ରେ ୱାଘା ସୀମାରୁ ଫେରାଇ ଦିଆଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ କୋର୍ଟ ତାଙ୍କ ନିର୍ବାସନ ଉପରେ ସ୍ଥଗିତାଦେଶ ଲଗାଇଥିଲେ। କୋର୍ଟ ସରକାରଙ୍କୁ ମିନଲଙ୍କ ଦୀର୍ଘକାଳୀନ ଭିସା ଆବେଦନ ଉପରେ ବିଚାର କରିବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମଇ ୧୪ ତାରିଖରେ ହେବ ବୋଲି ସୂଚନା ମିଳିଛି ।

Also Read- Gold Rate: ୧୯ ହଜାର ଟଙ୍କା ଶସ୍ତା ହେବ ସୁନା, ୧୦ ଗ୍ରାମ ପ୍ରତି ରହିବ ଏତିକି ଦାମ !

Also Read- Weekly Lucky Zodiac Sign: ମଇ ୫ରୁ ୧୧ ମଧ୍ୟରେ ଗଜକେଶରୀ ରାଜଯୋଗ, ଏହି ରାଶିକୁ ମିଳିବ ଧନ !

About the Author