ଚେନ୍ନାଇ ସୁପରକିଙ୍ଗ୍ସର ପରିଚାଳନା କମିଟି ଭେଟେରାନ ଖେଳାଳି ସୁରେଶ ରାଇନା (Suresh Raina) ଏବଂ ହରଭଜନ ସିଂ (Harbhajan Singh) ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।
Trending Photos
)
ନୂଆଦିଲ୍ଲୀ: ଚେନ୍ନାଇ ସୁପରକିଙ୍ଗ୍ସର ପରିଚାଳନା କମିଟି ଭେଟେରାନ ଖେଳାଳି ସୁରେଶ ରାଇନା (Suresh Raina) ଏବଂ ହରଭଜନ ସିଂ (Harbhajan Singh) ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଯେଉଁମାନେ ଇଣ୍ଡିଆନ ପ୍ରିମିୟର ଲିଗ୍ ଆରମ୍ଭ ପୂର୍ବରୁ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲେ, ସେମାନଙ୍କ ବିପକ୍ଷରେ ଏହି ପଦକ୍ଷେପ ନେଇପାରେ କମିଟି।
ସୂଚନା ଯୋଗ୍ୟ ସୁରେଶ ରାଇନା ଓ ହରଭଜନ ସିଂହ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଦୁଇ ଖେଳାଳି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲେ। ସେପଟେ କମିଟିର ଏହି ସୂଚନାକୁ ଯଦି ବିଶ୍ୱାସ କରାଯାଏ, ତେବେ ରାଇନା ଏବଂ ହରଭଜନଙ୍କ ସହ ସମସ୍ତ ଚୁକ୍ତିନାମା ଶେଷ କରିବାକୁ ଫ୍ରାଞ୍ଚାଇଜ୍ ନିଷ୍ପତ୍ତି ନେଇଛି। ସୁରେଶ ରାଇନା ଆଶ୍ଚର୍ଯ୍ୟଜନକ ଭାବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଭାରତ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ | ରାଇନା ଭାରତ ଫେରିବାର କିଛି ଦିନ ପରେ ହରଭଜନ ସିଂ ମଧ୍ୟ ବ୍ୟକ୍ତିଗତ କାରଣରୁ ଆଇପିଏଲରେ ଖେଳିବେ ନାହିଁ ବୋଲି ଘୋଷଣା କରିଥିଲେ।
ସେହିପରି ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ସୁରେଶ ରାଇନାଙ୍କ ସହିତ ଚେନ୍ନାଇ ସୁପର କିଙ୍ଗସ ଫ୍ରାଞ୍ଚାଇଜ ୧୧ କୋଟି ଟଙ୍କାର ଚୁକ୍ତି ରହିଥିବା ବେଳେ ହରଭଜନଙ୍କ ସହିତ ୨ କୋଟି ଟଙ୍କାର ଚୁକ୍ତି ରହିଛି। ଏବେ ଟିମ ମ୍ୟାନେଜମେଣ୍ଟ ଏହି ଦୁଇ ଖେଳାଳିଙ୍କ ସହିତ ସମସ୍ତ ଚୁକ୍ତିକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏଠାରେ କହି ରଖୁଛୁ କି ୨୦୧୮ ମସିହାରେ ଫ୍ରାଞ୍ଚାଇଜ ସହିତ ରାଇନା ଓ ହରଭଜନ ତିନି ବର୍ଷ ପାଇଁ ଚୁକ୍ତି କରିଥିଲେ। ତେବେ ଏହି ଚୁକ୍ତି ଚଳିତ ବର୍ଷ ଶେଷ ହେବାକୁ ଯାଉଛି। ରାଇନାଙ୍କ ସହିତ ୧୧ କୋଟି ଓ ହରଭଜନଙ୍କ ସହିତ ୨ କୋଟି ଟଙ୍କାର ଚୁକ୍ତି କରିଥିଲା ଫ୍ରାଞ୍ଚାଇଜ।