Advertisement
Article Detail0/zeeodisha/odisha765467
Zee OdishaOdisha National-InternationalIPL 2020: ଚମକିଲା ଚେନ୍ନାଇ, ହାରିଲା ହାଇଦ୍ରାବାଦ

IPL 2020: ଚମକିଲା ଚେନ୍ନାଇ, ହାରିଲା ହାଇଦ୍ରାବାଦ

ବେକାର ଗଲା କେନ ୱିଲିୟମସନଙ୍କ ଅର୍ଦ୍ଧଶତକ। ଆଇପିଏଲର ୨୯ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଚମକିଲା ଚେନ୍ନାଇ ସୁପର କିଙ୍ଗ୍ସ।

IPL 2020: ଚମକିଲା ଚେନ୍ନାଇ, ହାରିଲା ହାଇଦ୍ରାବାଦ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ୫ମ ପରାଜୟ ପରେ ବିଜୟ ଧାରାକୁ ଫେରିଛି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ(CSK)। କେନ ୱିଲିୟମସନଙ୍କ ଧମାକେଦାର ଅର୍ଦ୍ଧଶତକ ପରେ ବି ପରାଜିତ ସନରାଇଜର୍ସ ହାଇଦ୍ରାବାଦ(SRH)। ଅପରାଜିତ ୨୫ ରନ କରିଥିବା ରବିନ୍ଦ୍ର ଜାଡେଜାଙ୍କୁ ମିଳିଛି ମ୍ୟାନ ଅଫ ଦ ମ୍ୟାଚ।

ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ ମଙ୍ଗଳ ହୋଇଛି ମଙ୍ଗଳବାର। ପ୍ଲେଅଫ ଟିକଟ ପାଇଁ ଚେନ୍ନାଇର ଆଶା ସଂଚାର ହୋଇଛି। ପୁଣି ଥରେ ନିଜର ବ୍ୟାଟିଂକ୍ରମକୁ ଟେଷ୍ଟ କରି ସଫଳ ହୋଇଛି ଦଳ। ଆଇପିଏଲର ୨୯ତମ ମ୍ୟାଚ ବିଜୟ ପରେ ପଏଣ୍ଟ ଟେବୁଲର ୬ମ ସ୍ଥାନକୁ ଉଠିଛି।

ଦୁବାଇରେ ଚେନ୍ନାଇ ସୁପର କିଙ୍ଗସ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଫାଫ ଡୁପ୍ଲେସିସ ଓ ବ୍ରାଭୋ ପାଭିଲିଅନ ଫେରିଥିଲେ। କିନ୍ତୁ ବଳକା ୫ ବ୍ୟାଟ୍ସମ୍ୟାଚ ନିଜର ଚିତାକର୍ଷକ ପ୍ରଦର୍ଶନ କରିଥିଲେ। ଆଉ ରବିନ୍ଦ୍ର ଜାଡେଜାଙ୍କ ଅପରାଜିତ ୨୫ ରନ ସହ ଦଳ ହାଇଦ୍ରାବାଦକୁ ୧୭୮ ରନର ଟାର୍ଗେଟ ଦେଇଥିଲା।

Add Zee News as a Preferred Source

ସେପଟେ ସଂଘର୍ଷପୂର୍ଣ୍ଣ ଚେଜିଂ କରି ୨୦ ରନରେ ହାରିଛି ହାଇଦ୍ରାବାଦ। ବେକାର ଯାଇଛି କେନ ୱିଲିୟମସନଙ୍କ ଧମାକାଦାର ଅର୍ଦ୍ଧଶତକ। ବିଗତ ମ୍ୟାଚର ହିରୋ ପ୍ରିୟମ ଗର୍ଗ ମାତ୍ର ୧୬ ରନ କରି ଆଉଟ ହୋଇଥିଲେ। ଆରମ୍ଭରୁ ଏକ ପ୍ରକାର ଚାପରେ ଥିବା ହାଇଦ୍ରାବାଦ ୨୦ ଓଭରରେ ୬ ୱିକେଟ ହରାଇ ୧୪୭ ରନ କରିଥିଲା।

ବର୍ତ୍ତମାନ ସୁଦ୍ଧା ହାଇଦ୍ରାବାଦ ୮ଟି ମ୍ୟାଚ ଖେଳିଥିବା ବେଳେ ମାତ୍ର ୩ଟିରେ ବିଜୟ ଓ ୫ଟିରେ ପରାଜୟର ସମ୍ମୁଖିନ ହୋଇଛି। ପଏଣ୍ଟ କମ ଥିବାରୁ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି। ଉଭୟ ଦଳ ବର୍ତ୍ତମାନ ସୁଦ୍ଧା ୮ଟି ଲେଖାଏଁ ମ୍ୟାଚ ଖେଳି ୩ଟିରେ ବିଜୟ ଲାଭ କରିଥିବା ବେଳେ ୫ଟିରେ ପରାଜୟର ସମ୍ମୁଖିନ ହୋଇଛନ୍ତି। 

 

 

About the Author