ବାତ୍ୟା 'ଜୱାଦ' ଯୋଗୁଁ ବାତିଲ ହେଲା 100 ରୁ ଅଧିକ ଟ୍ରେନ୍, ଏଠାରେ ଦେଖନ୍ତୁ ପୂରା ଲିଷ୍ଟ
Advertisement

ବାତ୍ୟା 'ଜୱାଦ' ଯୋଗୁଁ ବାତିଲ ହେଲା 100 ରୁ ଅଧିକ ଟ୍ରେନ୍, ଏଠାରେ ଦେଖନ୍ତୁ ପୂରା ଲିଷ୍ଟ

Indian Railways: ଭାରତୀୟ ରେଳବାଇ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶକୁ ଲାଗିଥିବା ସମସ୍ତ ରେଲୱେ ଜୋନକୁ ମଧ୍ୟ ସତର୍କ ରହିବାକୁ କହିଛି । ବାତ୍ୟା 'ଜୱାଦ'ର ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା 'ଜୱାଦ' ଯୋଗୁଁ ବାତିଲ ହେଲା 100 ରୁ ଅଧିକ ଟ୍ରେନ୍, ଏଠାରେ ଦେଖନ୍ତୁ ପୂରା ଲିଷ୍ଟ

ନୂଆଦିଲ୍ଲୀ: Indian Railways Cancelled Trains: ଏବେ ସାରା ଦେଶରେ ଏକ ନୂଆ ବାତ୍ୟାର ଆଶଙ୍କା ଦେଖାଦେଇଛି । Tauktae ଏବଂ Yaas ର ବାତ୍ୟା ପରେ ବର୍ତ୍ତମାନ ବାତ୍ୟା ଜୱାଦ (Cyclone Jawad) ଦେଶ ପାଇଁ ଅନେକ ବଡ ସମସ୍ୟା ସୃଷ୍ଟି କରିପାରେ । ବାତ୍ୟା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ (IMD) ଏକ ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଭାଗର ସୂଚନାନୁସାରେ, ବଙ୍ଗୋପସାଗରରେ ନିମ୍ନ ଚାପ ଅବପାତ ବର୍ତ୍ତମାନ ଗଭୀର ଅବପାତରେ ପରିଣତ ହୋଇ ସ୍ଥଳଭାଗ ଆଡକୁ ଗତି କରୁଛି ।

ଆନ୍ଧ୍ରପ୍ରଦେଶର ଓ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା
ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଗାଙ୍ଗେଟିକ୍ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଯେଉଁଥିପାଇଁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଅଛି । ବାତ୍ୟା ଜୱାଦର ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ 100 ରୁ ଅଧିକ ଟ୍ରେନ୍ ବାତିଲ କରିବାକୁ ଘୋଷଣା କରିଛି । ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ଭାରତୀୟ ରେଳବାଇ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁନାହିଁ । ଏହି କାରଣରୁ ରେଳବାଇ ଟ୍ରେନ୍ ବାତିଲ୍ କରିବା ଜରୁରୀ ବୋଲି ଭାବିଛି ।

ବାତ୍ୟା ଜୱାଦ ଯୋଗୁଁ ବାତିଲ ହୋଇଥିବା ଟ୍ରେନର ସମ୍ପୂର୍ଣ୍ଣ ତାଲିକା-

fallback

fallback

ରେଳବାଇ ସୂତ୍ର ଅନୁଯାୟୀ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶକୁ ଲାଗିଥିବା ସମସ୍ତ ରେଳ ଜୋନକୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି । ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 95 ମେଲ ଏବଂ ଏକ୍ସପ୍ରେସ ଟ୍ରେନଗୁଡିକ 3 ଏବଂ 4 ଡିସେମ୍ବର ପାଇଁ ବାତିଲ ହୋଇଛି । ବାତ୍ୟା ଯୋଗୁଁ ବାତିଲ ହୋଇଥିବା ଟ୍ରେନ୍ ବିଷୟରେ ଅଧିକ ସୂଚନା ପାଇଁ ଆପଣ ରେଳବାଇ ହେଲ୍ପଲାଇନ ନମ୍ବର 139 ସହିତ ଯୋଗାଯୋଗ କରିପାରିବେ ।

ଏହା ବି ପଢ଼ନ୍ତୁ: Cyclone Jawad Update: 10 ଟି ବିନ୍ଦୁରେ ଜାଣନ୍ତୁ ବାତ୍ୟା ଜୱାଦର ବର୍ତ୍ତମାନର ଅପଡେଟ୍