ଏହାପୂର୍ବରୁ ଦକ୍ଷିଣ-ପଶ୍ଚିମ ଦିଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ।
Trending Photos
ନୂଆଦିଲ୍ଲୀ: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣୀଝଡ (Cyclonic Storm) 'ନିଭାର' (Cyclone Nivar)ତାମିଲନାଡୁ (Tamilnadu),ପଦୁଚେରୀ (Puducherry)ଠାରେ ନଭେମ୍ବର ୨୫ ତାରିଖ ବୁଧବାର ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୨୦ କିଲୋମିଟର ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଏହାକୁ ନଜରରେ ରଖି ଉଭୟ ତାମିଲନାଡୁ ଓ ପଦୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ଜାରି କରାଯାଇଛି। ଏପିରିକ ସମୁଦ୍ରକୁ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି ସେମାନ ଯଥାଶୀଘ୍ର ସ୍ଥଳଭାଗକୁ ଫେରି ଆସିବା ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି।
ଭାରତୀୟ ପାଣିପାଗ ବିଭାଗ ଏହି ଘୂର୍ଣ୍ଣିବଳୟକୁ ନେଇ ସଜାଗ ରହିଛି। ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ଏକ ଭୟଙ୍କର ଝଡବାତ୍ୟା ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାହା ଅଧିକ ସକ୍ରିୟ ହେବା ସହ ତାମିଲନାଡୁ-ପୁଡୁଚେରୀ ଉପକୂଳ ଆଡକୁ ଗତି କରିବ। ଆସନ୍ତା ବୁଧବାର ଅପରାହ୍ନରେ କରାଇକାଲ ଏବଂ ମମଲାଲାପୁରମ୍ ଠାରେ ସ୍ଥଳଭାଗ ଛୁଇଁବ।
Also Read: ସ୍ଥଳଭାଗ ଆଡକୁ ମାଡି ଆସୁଛି ସାମୁଦ୍ରିକ ଝଡ 'ନିଭାର'
ଏହାପୂର୍ବରୁ ଦକ୍ଷିଣ-ପଶ୍ଚିମ ଦିଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ବିଭାଗ କହିଛି ଏହି କାରଣରୁ ତାମିଲନାଡୁ, ପୁଡୁଚେରୀ ଏବଂ କେରଳ ନଭେମ୍ବର ୨୪-୨୬ ତାରିଖ ମଧ୍ୟରେ ବର୍ଷା ହୋଇପାରେ। ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଏବଂ ରାୟାଲସୀମା ଠାରେ ମଧ୍ୟ ନଭେମ୍ବର ୨୫-୨୭ ତାରିଖରେ ବର୍ଷା ହେବାର ଆଶଙ୍କା ରହିଛି। ବାତ୍ୟା ବିପଦକୁ ଦୃଷ୍ଟିରେ ରଖି ଜାତୀୟ ବିପର୍ଯ୍ୟ ପ୍ରଶମନ ବାହିନୀ-ଏନଡିଆରଏଫ (NDRF-National Disaster Response Force)ନିୟୋଜିତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ଚେତାବନୀ ପରେ କୁଡାଲୋର ଠାରେ ୬ଟି ରିଲିଫ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି।
ଚଳିତ ମାସ ୨୩ ତାରିଖରୁ ଦକ୍ଷିଣ ଭାରତରେ ବର୍ଷା ବୃଦ୍ଧି ପାଇବାର ସମ୍ଭବନା ରହିଛି ଏବଂ ତାମିଲନାଡୁ, ପୁଡୁଚେରୀ ଏବଂ କରାଇକାଲ ଅଞ୍ଚଳରେ ନଭେମ୍ବର ୨୪-୨୬ ତାରିଖ ମଧ୍ୟରେ ବଜ୍ରପାତ ସହ ବର୍ଷା ହୋଇପାରେ।ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାର ନଭେମ୍ବର ୨୫-୨୬ ତାରିଖରେ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ, ରାୟଲସୀମା ଏବଂ ତେଲେଙ୍ଗାନାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।