Advertisement
Article Detail0/zeeodisha/odisha758699
Zee OdishaOdisha National-Internationalକୋରୋନା କାଳରେ ମହଙ୍ଗା ମାଡ଼, ବଢିଲା ଗ୍ୟାସ ଦର

କୋରୋନା କାଳରେ ମହଙ୍ଗା ମାଡ଼, ବଢିଲା ଗ୍ୟାସ ଦର

କୋରୋନା ସଂକଟ ସମୟରେ ଖାଉଟିଙ୍କୁ ମହଙ୍ଗା ମାଡ଼। ଗୋଟିଏ ପଟେ ପରିବା ଦର ଆକାଶ ଛୁଆଁ ରହିଥିବା ବେଳେ ବର୍ତ୍ତମାନ ଗ୍ୟାସ ଦର ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। 

କୋରୋନା କାଳରେ ମହଙ୍ଗା ମାଡ଼, ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ: କୋରୋନା ସଂକଟ ସମୟରେ ଖାଉଟିଙ୍କୁ ମହଙ୍ଗା ମାଡ଼। ଗୋଟିଏ ପଟେ ପରିବା ଦର ଆକାଶ ଛୁଆଁ ରହିଥିବା ବେଳେ ବର୍ତ୍ତମାନ ଗ୍ୟାସ ଦର ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ତେବେ ପରିବର୍ତ୍ତିତ ଦର ପହିଲାରୁ ଲାଗୁ ହୋଇଛି। ୧୯ କିଲୋଗ୍ରାମ ସିଲିଣ୍ଡର ଉପରେ ଏହି ବର୍ଦ୍ଧିତ ଦରକୁ ଲାଗୁ କରାଯାଇଛି। ଇଣ୍ଡିଆନ ଅଏଲ ଓ୍ୱେବ ସାଇଟରେ ଦିଆଯାଇଥିବା ତଥ୍ୟ ମୁତାବକ ୧୯ କିଲୋଗ୍ରାମ ସିଲିଣ୍ଡର ଉପରେ ୩୨ ଟଙ୍କା ୫୦ ପଇସା ଗ୍ୟାସ ଦର ବଢାଇଛନ୍ତି ସରକାର। 

ସେହିପରି ଅଏଲ କମ୍ପାନୀ ଗୁଡିକ ଏଲପିଜି ରନ୍ଧନ ଗ୍ୟାସ ଉପରେ କୌଣସି ଦର ବୃଦ୍ଧି କରାଯାଇନାହିଁ। ତେବେ ୧୯ କିଲୋଗ୍ରାମ ସିଲିଣ୍ଡର ଉପରେ ବର୍ଦ୍ଧିତ ଦର ବଜାର ଉପରେ ପ୍ରଭାବ ପକାଇବା ଏକ ପ୍ରକାର ଆଶଙ୍କା ଦେଖାଦେଇଛି। ଦିଲ୍ଲୀରେ ୧୪।୨ କିଲୋଗ୍ରାମ ସିଲିଣ୍ଡରର ଦାମ ୫୯୪ ରହିଛି। ସେହିପରି ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ୧୧୩୩.୫୦ ଟଙ୍କାରୁ ବୃଦ୍ଧି ପାଇଁ ୧୧୬୬ ଟଙ୍କାରେ ପହଞ୍ଚିଛି। 

ସେହିପରି ମୁମ୍ବାଇରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ବୃଦ୍ଧି ପାଇଁ ୧୧୧୩.୫୦ରେ ପହଞ୍ଚିଛି। ସୂଚନାଯୋଗ୍ୟ ବିଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା। ଏହା ପୂର୍ବରୁ ୧୪ କିଲୋଗ୍ରାମ ସିଲିଣ୍ଡରରେ ୪ ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି କରିଥିଲେ ସରକାର, ସେହିପରି ଅଣସବସିଡ଼ି ସିଲିଣ୍ଡର ପିଛା ୧୧.୫୦ ପଇସା ବୃଦ୍ଧି କରିଥିଲେ। 

Add Zee News as a Preferred Source
About the Author