Advertisement
Article Detail0/zeeodisha/odisha773911
Zee OdishaOdisha National-InternationalIPL 2020: ଆଜି ପ୍ଲେ-ଅଫ ପାଇଁ ଦିଲ୍ଲୀର ଲଢେଇ, କର ବା ମର ସ୍ଥିତିରେ ହାଇଦ୍ରାବାଦ

IPL 2020: ଆଜି ପ୍ଲେ-ଅଫ ପାଇଁ ଦିଲ୍ଲୀର ଲଢେଇ, କର ବା ମର ସ୍ଥିତିରେ ହାଇଦ୍ରାବାଦ

ନୂଆଦିଲ୍ଲୀ: ଆଇପିଏଲରେ ଆଜିର ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହାଇଦ୍ରାବାଦକୁ ମାତ ଦେଇ ପ୍ଲେ-ଅଫରେ ସ୍ଥାନ ପାଇବାକୁ ଦିଲ୍ଲୀ ଚେଷ୍ଟା କରିବ। ସେପଟେ କର ବା ମର ପରିସ୍ଥିତିରେ ଥିବା ହାଇଦ୍ରାବାଦ ଆଜିର ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ଗ୍ରାଉଣ୍ତକୁ ଓହ୍ଲାଇବ।

ପୂର୍ବରୁ ୨ଟି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପରାଜୟର ସମ୍ମୁଖୀନ ହୋଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ (KKR) ଏବଂ କିଙ୍ଗସ୍ ଏକାଦଶ ପଞ୍ଜାବ (KXIP) ବିପକ୍ଷରେ ପରାଜୟ ପରେ ଦିଲ୍ଲୀ ପାଖରେ ୧୪ ଅଙ୍କ ରହିଛି। ଟେବୁଲ ଟପରେ ପହଞ୍ଚିବା ପାଇଁ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ଜିତିବା ତାକୁ ଜରୁରୀ।

ଆଇପିଏଲ୍ ରେକର୍ଡ ବିଷୟରେ କହିବାକୁ ଗଲେ, ଗତ ୭ଟି ସିଜନରେ ଦିଲ୍ଲୀ ଏବଂ ହାଇଦ୍ରାବାଦ ମଧ୍ୟରେ ୧୬ଟି ମ୍ୟାଚ୍ ହୋଇଛି। ସେଥିରୁ ଦିଲ୍ଲୀ ୬ଟି ଜିତିଥିବାବେଳେ ସନରାଇଜର୍ସ ୧୦ଟି ଜିତିଛି। ଅନ୍ୟପକ୍ଷରେ, ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ୧୧ଟି ମ୍ୟାଚରୁ ୪ଟି ଜିତି ମାତ୍ର ୮ ପଏଣ୍ଟ କରିଛି। ପ୍ଲେ-ଅଫରେ ପହଞ୍ଚିବା ପାଇଁ ତାଙ୍କୁ କେବଳ ତାଙ୍କର ସମସ୍ତ ମ୍ୟାଚ୍ ଜିତିବାକୁ ପଡ଼ିବ ନାହିଁ, ବରଂ ଅବଶିଷ୍ଟ ମ୍ୟାଚ୍ ଗୁଡିକରେ ମଧ୍ୟ ଅନୁକୂଳ ଫଳାଫଳ ଆଶା କରିବାକୁ ପଡ଼ିବ।

ଦିଲ୍ଲୀରେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ଏବଂ ଶକ୍ତିଶାଳୀ ବୋଲର ଅଛନ୍ତି। ସେମାନେ କୌଣସି ନିର୍ଦ୍ଧିଷ୍ଟ ଖେଳାଳିଙ୍କ ଉପରେ ନିର୍ଭରଶୀଳ ନୁହଁନ୍ତି। କାରଣ ତାଙ୍କର ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଗତ ତିନୋଟି ମ୍ୟାଚରେ ଶିଖର ଧୱନଙ୍କୁ ଛାଡି ଦିଲ୍ଲୀର ବାକି ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ କରିନାହାଁନ୍ତି। ଚେନ୍ନାଇ ବିପକ୍ଷରେ ଶତକ ହାସଲ କରିଥିବା ଧାୱନ କିଙ୍ଗସ ଏକାଦଶ ବିପକ୍ଷରେ ଦଳକୁ ବିଜୟ ଦୂଆରକୁ ନେଇଥିଲେ, କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ହେତୁ ଦିଲ୍ଲୀକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

ଦିଲ୍ଲୀର ପ୍ଲେଇଂ ଇଲେଭେନକୁ ଋଷଭ ପନ୍ତ ଏବଂ ଶିମ୍ରନ୍ ହେଟମିୟଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ବୋଲିଂରେ ଦକ୍ଷିଣ ଆଫ୍ରିକାର ରାବାଡା ଏବଂ ନର୍ଟେଜେ ଭଲ ପ୍ରଦର୍ଶନ କରିଛନ୍ତି। ସମ୍ପ୍ରତି ମ୍ୟାଚରେ ତୁଷାର ଦେଶପାଣ୍ଡେ ଏବଂ ରବିଚନ୍ଦ୍ରନ ଅଶ୍ୱିନ ନିରାଶ କରିଥିବା ବେଳେ ଅକ୍ଷର ପଟେଲ ଚଳନୀୟ ପ୍ରଦର୍ଶନ କରିଛନ୍ତି।

କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ପରାଜୟ ପରେ ସନରାଇଜର୍ସ ଦିଲ୍ଲୀ ସହ ମୁକାବିଲା କରୁବ। ଦଳ ଗତ ମ୍ୟାଚ୍‌ରେ ୧୨୭ ରନ୍‌ର ଛୋଟ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା। ଓପନର୍ ୱାର୍ଣ୍ଣର ଏବଂ ଜନି ବେୟାରଷ୍ଟୋଙ୍କୁ ଆଉଟ ହେଲା ପରେ ମ୍ୟାଚରେ ପରିବର୍ତ୍ତନ ଆସିଥିଲା। ପୂର୍ବତନ ଆଇପିଏଲ ଚାମ୍ପିଅନ୍ ପ୍ରଥମ ୨ ଓଭରରେ ୫ ୱିକେଟ୍ ହରାଇ ଅପମାନଜନକ ପରାଜୟର ସମ୍ମୁଖୀନ ହୋଇଥିଲେ। 

ହାଇଦ୍ରାବାଦ ବ୍ୟାଟିଂ ଲାଇନରେ ବେଷ୍ଟ୍ରୋ, ୱାର୍ଣ୍ଣର ଏବଂ ମନୀଷ ପାଣ୍ଡେଙ୍କ ଉପରେ ଅଧିକ ନିର୍ଭରଶୀଳ। ବିଜୟ ଶଙ୍କର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପଞ୍ଜାବ ବିପକ୍ଷରେ ପୁନରାବୃତ୍ତି କରିପାରିନଥିଲେ। ଜୋସନ ହୋଲ୍ଡରଙ୍କ ଅନ୍ତର୍ଭୁକ୍ତ ହେବା ତାଙ୍କ ବୋଲିଂକୁ ମଜବୁତ କରିଛି। ଶେଷ ମ୍ୟାଚରେ ହାଇଦ୍ରାବାଦ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଆଜି ୱାର୍ଣ୍ଣର ସେମାନଙ୍କଠାରୁ ଏଭଳି ଖେଳ ଆଶା କରିବେ। ଚଳିତ ଲିଗରେ ସନରାଇଜର୍ସ ଦଳ ଦିଲ୍ଲୀକୁ ପରାସ୍ତ କରିସାରିଛି।

ସନରାଇଜର୍ସ ହାଇଦ୍ରାବାଦ ବନାମ ଦିଲ୍ଲୀ କ୍ୟାପିଟାଲସ (SRH vs DC)
ସମୟ: ସନ୍ଧ୍ୟା ସାଢେ ୭ଟା
ସ୍ଥାନ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡ଼ିୟମ

ସନରାଇଜର୍ସ ହାଇଦ୍ରାବାଦ (ସମ୍ଭାବ୍ୟ ଦଳ)  (SRH)
ଡାଭିଡ଼ ଓ୍ୱାର୍ଣ୍ଣର(ଅଧିନାୟକ)
ଜନି ବେୟାରଷ୍ଟୋ
ମନୀଷ ପାଣ୍ଡେ
ବିଜୟ ଶଙ୍କର
ଜେସନ ହୋଲ୍ଡର
ପ୍ରିୟମ ଗର୍ଗ
ଅଭିଷେକ ଶର୍ମା
ରସିଦ ଖାନ
ଖାଲିଲ ଅହମ୍ମଦ
ସନ୍ଦିପ ଶର୍ମା
ଟି ନଟରାଜନ

ଦିଲ୍ଲୀ କ୍ୟାପିଟାଲସ(ସମ୍ଭାବ୍ୟ ଦଳ) (DC)
ଶ୍ରେୟାସ ଆୟାର(ଅଧିନାୟକ)
ଶିଖର ଧଓ୍ୱନ
ଆଜିଙ୍କ୍ୟ ରାହାଣେ
ଋଷଭ ପନ୍ତ
ସିମରନ ହେଟମେୟାର
ମାର୍କସ ଷ୍ଟୋନିସ
ଅକ୍ଷର ପଟେଲ
ରବିଚନ୍ଦ୍ରନ ଅଶ୍ୱିନ
କାଗିସୋ ରାବଡ଼ା
ଏନରିଚ ନୋର୍ତ୍ତଜେ
ତୁଷାର ଦେଶପାଣ୍ଡେ

 

 

 

 

 

 

 

 

ଡିଜାଇନ ଫଟୋ
ଡିଜାଇନ ଫଟୋ

ଆଜି ଆଇପିଏଲର ୧୩ତମ ସଂସ୍କରଣର ୪୭ତମ ମ୍ୟାଚ ଖେଳାଯିବ। ସନ୍ଧ୍ୟା ସାଢେ ୭ଟାରେ ଦୁବାଇରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ (DC) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH)।

Add Zee News as a Preferred Source
About the Author