Advertisement
Article Detail0/zeeodisha/odisha760648
Zee OdishaOdisha National-InternationalIPL 2020: ମନ ଜିଣିନେଲା ଦିଲ୍ଲୀ, ଶ୍ରେୟଶଙ୍କଠୁ ହାରିଲେ କୋହଲି

IPL 2020: ମନ ଜିଣିନେଲା ଦିଲ୍ଲୀ, ଶ୍ରେୟଶଙ୍କଠୁ ହାରିଲେ କୋହଲି

ଚଳିତ ଆଇପିଏଲରେ ୨ୟ ପରାଜୟର ସ୍ୱିକାର କରିଛି ଟିମ ଇଣ୍ଡିଆ ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ସେପଟେ ନିଜର ୪ର୍ଥ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଦିଲ୍ଲୀ କ୍ୟାପିଟାଲ୍ସ।

 

IPL 2020: ମନ ଜିଣିନେଲା ଦିଲ୍ଲୀ, ଶ୍ରେୟଶଙ୍କଠୁ ହାରିଲେ କୋହଲି

ନୂଆଦିଲ୍ଲୀ: କ୍ରିକେଟପ୍ରେମୀଙ୍କ ମନ ଜିତିନେଲା ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱ ଟିମ ଦିଲ୍ଲୀ କ୍ୟାପିଟାଲ୍ସ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲର୍ସ। ଆଇପିଏଲର ୧୯ତମ ମ୍ୟାଚରେ ବିରାଟ କୋହଲିଙ୍କୁ ପରାସ୍ତ କରିଛନ୍ତି ଶ୍ରେୟଶ ଆୟର।

ଆଇପିଏଲର ୧୩ତମ ସଂସ୍କରଣରେ ୨ୟ ମ୍ୟାଚ ହାରିଛି କୋହଲିଙ୍କ ବାଙ୍ଗାଲୋର । ଉଭୟ ଦିଲ୍ଲୀ ଓ ବାଙ୍ଗାଲୋର ବର୍ତ୍ତମାନ ସୁଦ୍ଧା ୫ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ସୋମବାର ଖେଳାଯାଇଥିବା ମ୍ୟାଚରେ ବାଙ୍ଗାଲୋରକୁ ୫୯ ରନରେ ପରାସ୍ତ କରିଛି ଦିଲ୍ଲୀ। ଏଥି ସହିତ ସର୍ବାଧିକ ୪ଟି ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଛି ଦିଲ୍ଲୀ ।

ସୋମବାର ଦିଲ୍ଲୀ କ୍ୟାପିଟାଲ୍ସର ସମସ୍ତ ଖେଳାଳି ଦୁବାଇରେ ନିଜ ନିଜର ପ୍ରତିଭା ଦେଖାଇଥିଲେ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ପୃଥ୍ୱୀ ଶ ଓ ଶିଖର ଧୱନଙ୍କ ଓପନିଂ ଯୋଡି ସଫଳ ହୋଇଥିଲା । ନିଜର ଧୂଆଧାର ବ୍ୟାଟିଂରେ ବାଙ୍ଗାଲୋର ବୋଲର୍ସଙ୍କୁ ଘାଇଲା କରିଥିଲେ ଋଷଭ ପନ୍ତ । ଷ୍ଟୋନିସ ଅପରାଜିତ ୨୬ ବଲରେ ସର୍ବାଧିକ ୫୩ ରନ ସହ ଦିଲ୍ଲୀ ମୋଟ ୪ଟି ୱିକେଟ ବିନିମୟରେ ୧୯୬ କରିଥିଲା ।

Add Zee News as a Preferred Source

ଦ୍ୱିତୀୟ ଇନିଙ୍ଗ୍ସରେ ବିରାଟ କୋହଲିଙ୍କ ମୁଣ୍ଡବ୍ୟଥା ବଢାଇଥିଲେ ଦିଲ୍ଲୀ ବୋଲର୍ସ। ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ୱିକେଟ ହାତେଇଥିଲେ ଦିଲ୍ଲୀ ବୋଲର୍ସ। ପାୱାର ପ୍ଲେ ମଧ୍ୟରେ ୩ ପ୍ରମୁଖ ବ୍ୟାଟ୍ସମ୍ୟାନକୁ ହରାଇଥିଲା ବାଙ୍ଗାଲୋର। କୋହଲିଙ୍କ ଲଗାତର ପ୍ରୟାସ ସତ୍ତ୍ୱେ ବି ଦଳ ପୃଥ୍ୱୀ ଶଙ୍କ ଚକ୍ରବ୍ୟୁହରୁ ବାହାରି ପାରିନଥିଲା। ଶେଷରେ ବାଙ୍ଗାଲୋର ୨୦ ୱଭରରେ ୯ ୱିକେଟ ହରାଇ ମାତ୍ର ୧୩୭ ରନ କରିବାରେ ସଫଳ ହୋଇଥିଲା।

ବାଙ୍ଗାଲୋରର ବ୍ୟାଟିଂ ବିଫଳତା ଓ ନିଜ ବୋଲର୍ସଙ୍କ ଆକ୍ରାମକ ପ୍ରଦର୍ଶନ ଫଳରେ ଦିଲ୍ଲୀ ୫୯ ରନର ବିଶାଳ ବ୍ୟବଧାନରେ ବିଜୟ ହାସଲ କରିଛି। ଏହି ବିଜୟ ପରେ ଆଇପିଏଲର ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଯାଇଛି। ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ ଖେଳି ୪ଟିରେ ବିଜୟ ଓ ଗୋଟିଏରେ ପରାଜୟ ହୋଇଛି। ଏହା ସହ ଦଳର ପଏଣ୍ଟ ୮କୁ ବୃଦ୍ଧି ହୋଇଛି।

ସେପଟେ ଦଳ ହାରିଗଲା କିନ୍ତୁ ବିରାଟ କୋହଲି ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। କ୍ରିକେଟର ଟି୨୦ ଫର୍ମାଟରେ ଗୋଟିଏ ଦଳ ଅର୍ଥାତ ଆରସିବି ପକ୍ଷରୁ ୧୯୭ଟି ମ୍ୟାଚ ଖେଳିଛନ୍ତି। ବିରାଟଙ୍କ ପଛରେ ଅଛନ୍ତି ହିଲଡ୍ରେଥ। ସେ ଇଂଲଣ୍ଡ କାଉଣ୍ଟି ଦଳ ସମର ସେଟ ପକ୍ଷରୁ ୧୬୯ଟି ମ୍ୟାଚ ଖେଳିଛନ୍ତି। ସେହିପରି ୧୮୯ ଲେଖାଏଁ ମ୍ୟାଚ ସହ ଯୁଗ୍ମ ଭାବେ ୩ୟ ସ୍ଥାନରେ ଅଛନ୍ତି ମହେନ୍ଦ୍ର ସିଂହ ଧୋନୀ ଓ ସମିତ ପଟେଲ।

About the Author