କୋରୋନା ମୁକାବିଲା: ବିମାନ ଯାତ୍ରୀଙ୍କୁ ବୀମା ସୁବିଧା ଯୋଗାଉଛି ସ୍ପାଇସ ଜେଟ

କୋରୋନା ସଂକଟ ଜାରି ରହିଥିବା ବିମାନ ଯାତ୍ରୀଙ୍କୁ ବୀମା ସୁବିଧା ଯୋଗାଉଛି ସ୍ପାଇସ ଜେଟ।

 କୋରୋନା ମୁକାବିଲା: ବିମାନ ଯାତ୍ରୀଙ୍କୁ ବୀମା ସୁବିଧା ଯୋଗାଉଛି ସ୍ପାଇସ ଜେଟ

ନୂଆଦିଲ୍ଲୀ: କୋରୋନା ମହାମାରୀର ମୁକାବିଲା ପାଇଁ ଦେଶରେ ଏକ ବିମାନ କମ୍ପାନୀ ପକ୍ଷରୁ ଏକ ନୂତନ ପଦକ୍ଷେପ ନେଇଛି। କୋଭିଡ୧୯ ସଂକଟ ସମୟରେ ଏହି କମ୍ପାନୀ ବିମାନଯାତ୍ରୀଙ୍କୁ ମେଡିକାଲ ବୀମା(Medical Insurance) ପ୍ରଦାନ କରୁଛି । ଯଦି କେହି କୋରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ଏହି କମ୍ପାନୀ ।

କୋରୋନାକୁ ନେଇ ବିମାନ ଯାତ୍ରା ଯେପରି ଭାବେ ପ୍ରଭାବିତ ନହେବା କାରଣରୁ ଏପରି ପଦକ୍ଷେପ ନିଆଯାଇଛି। ଏହି ଅଫର୍ ସ୍ପାଇସଜେଟ୍ ଦ୍ୱାରା ଦିଆଯାଇଛି। ଏହାର ବୈଧତା ୧୨ ମାସ ପାଇଁ ରହିବ। ଏହା ଅଧିନରେ କୋରୋନାରେ ଆକ୍ରାନ୍ତ ହେଲେ ୩ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଦିଆଯିବ। ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ଏବଂ ପରେ ଯଥାକ୍ରମେ ୩୦ ଏବଂ ୬୦ ଦିନ ମଧ୍ୟରେ ଏହି ଖର୍ଚ୍ଚ ପ୍ରଦାନ କରାଯିବ ।

ଏହି ଚିକିତ୍ସା ବୀମା ସରକାରୀ ସ୍ୱୀକୃତିପ୍ରାପ୍ତ ଡାକ୍ତରଖାନା (ବେସରକାରୀ, ସରକାରୀ, ସାମରିକ) ପାଇଁ ଲାଗୁ ହେବ । ଏହା ମାଧ୍ୟମରେ ଡାକ୍ତରୀ ପରୀକ୍ଷା, ଔଷଧ ଏବଂ ପରାମର୍ଶ ଖର୍ଚ୍ଚ ସାମିଲ ରହିବ । ଏହି ରାଶି ଶେଷ ନହେବା ପର୍ଯ୍ୟନ୍ତ ଆଇସିୟୁ କିମ୍ବା ରୁମ୍ ଭଡା ଦେୟ ଉପରେ କୌଣସି ସୀମା ରହିବ ନାହିଁ । ଏହା ଅଧିନରେ ନଗଦ ବିହୀନ ଏବଂ ଅର୍ଥ ଫେରସ୍ତ ପରି ଉଭୟ ସୁବିଧା ରହିବ।

ଯାତ୍ରୀଙ୍କୁ ଏହି ବୀମା ଯୋଗାଇବା ପାଇଁ ସ୍ପାଇସଜେଟ୍ ଏହାର ଡିଜିଟ୍ ଇଲନେସ ବୀମା ପଲିସି(Digita Illness Insurance Policy) ମାଧ୍ୟମରେ ଗୋ ଡିଜିଟ୍ ଜେନେରାଲ୍ ଇନସୁରାନ୍ସ ଲିମିଟେଡ(Go Digit General Insurance Limited) ସହିତ ହାତ ମିଳାଇଛି । 

ଏହି ବୀମା ସୁବିଧା ପାଇବା ପାଇଁ, ଯାତ୍ରୀ ଗୋଟିଏ ବର୍ଷରେ ୪୪୩ ଟଙ୍କାରୁ ୧୫୬୪ଟଙ୍କା ଦ୍ରବ୍ୟ ଏବଂ ସେବା କର ସହ (Goods and Service Tax) ଯେକୌଣସି ପ୍ରିମିୟମ ଚୟନ କରିପାରିବେ।ଏଥିରୁ ସେମାନେ ୫୦ ହଜାରରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ପାଇବେ ।

ଏହି ନୂତନ ସୁବିଧା ସମ୍ପର୍କରେ ସ୍ପାଇସଜେଟର ଚେୟାରମ୍ୟାନ୍ ତଥା ଏମଡି ଅଜୟ ସିଂ କହିଛନ୍ତି, 'ବୀମା କଭର ଯାତ୍ରୀଙ୍କ ମନୋବଳ ବୃଦ୍ଧି କରିବ। ଏହି ବୀମା କଭର କେବଳ ଶସ୍ତା ନୁହେଁ, ଏକ ବର୍ଷ ପର୍ଯ୍ୟନ୍ତ ମଧ୍ୟ ବୈଧ ରହିବ। '

ଏହି କଭର ପାଇବା ପାଇଁ ଯାତ୍ରୀ "https://www.spicejet.com/covidinsurance.aspx" ଲିଙ୍କକୁ ଯାଇ "ଗେଟ ଇସ୍ୟୁରାନ୍ସ" ଉପରେ କ୍ଲିକ୍ କରିବା ପରେ ଅଧିକ ବିବରଣୀ ପ୍ରଦାନ କରିବାକୁ ହେବ।