Deal with Corona: କେବେ ଉପଲବ୍ଧ ହେବ ଫଳପ୍ରଦ କୋଭିଡ୧୯ ଟୀକା?
Advertisement

Deal with Corona: କେବେ ଉପଲବ୍ଧ ହେବ ଫଳପ୍ରଦ କୋଭିଡ୧୯ ଟୀକା?

ବିଶେଷ କରି ଦୁଇ ଓଳି ଦୁଇ ମୁଠା  ଦାନା ଯୋଗାଡ କରି ପାରୁନଥିବା ଲୋକଙ୍କ ପାଇଁ  କିଭଳି ଟିକା ଯୋଗାଇ ଦିଆଯିବ? ବଜାରକୁ ଯେଉଁ ଟୀକା ଆସିବ ତାର ଦାମ କେତେ ରହିବ? ନା ଲୋକଙ୍କୁ ମାଗଣାରେ ସରକାର ଟୀକା ଯୋଗାଇଦେବେ?

Deal with Corona: କେବେ ଉପଲବ୍ଧ ହେବ ଫଳପ୍ରଦ କୋଭିଡ୧୯ ଟୀକା?

ମୋନିକା ମହାନ୍ତି, ନୂଆଦିଲ୍ଲୀ: କୋଭିଡ୍୧୯ ପ୍ରକୋପରୁ ବର୍ତ୍ତିବା ଲାଗି ସମସ୍ତ ପ୍ରଭାବିତ ଦେଶ ଫଳପ୍ରଦ ଟିକା (Vaccine) କୁ ଚାହିଁ ବସିଛନ୍ତି । ଭାରତରେ ୨୦୨୧ ସୁଦ୍ଧା ଟିକା ଆସିବାକୁ ଲକ୍ଷ ରହିଛି । ୯ଟି କମ୍ପାନୀର ଟିକା ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ୱା ଆସନ୍ତା ବର୍ଷ ପ୍ରାରମ୍ଭରେ ସାର୍ବଜନୀନ ଭାବରେ ଉପଲବ୍ଧ  କରାଯିବାର ସୂଚନା ରହିଛି । ସେଥିମଧ୍ୟରୁ ଅକ୍ସଫାମ (Oxfam) ତଥ୍ୟ ଅନୁସାରେ ଆଷ୍ଟ୍ରାଜେନେକା (AstraZeneca), ଗମାଲେୟା (Gamaleya), ମଡର୍ଣ୍ଣା (Moderna), ଫାଇଜର (Pfizer), ସିନୋଭାକ (Sinovac) କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟୀକା ସାର୍ବଜନୀନ କରାଯିବ । 

ମାତ୍ର ଏଠାରେ ଗୋଟିଏ ବଡ ପ୍ରଶ୍ନ ଏ ଟିକା ଜଣେ ସାଧାରଣ ଲୋକଙ୍କ ପାଖରେ ପହଁଞ୍ଚି ପାରିବ ତ? ଆଉ ଯଦି ପହଁଚିବ ତେବେ କେମିତି ଓ  କେବେ? କାରଣ  ଟିକା ଆସିବା ଆଗରୁ ଧନୀ-ଗରିବ ରାଷ୍ଟ୍ର ମଧ୍ୟରେ ହୋଇଗଲାଣି ଡିଲ୍ ଫାଇନାଲ୍ । କାହା ଭାଗରେ ପଡିବ କେତେ? ଟିକାର ସିଂହଭାଗ ଅର୍ଥାତ  ଟିକାର ୫୧ ପ୍ରତିଶତ କିଣି ସାରିଛନ୍ତି ୟୁକେ (Uk), ଅଷ୍ଟ୍ରେଲିଆ (Australlia), ହଂକଂ (HonKong), ମାକାଓ (Macau), ଜାପାନ (Japan), ସ୍ୱିଜରଲାଣ୍ତ (Switzerland),  ଇସ୍ରାଏଲ (Israel) ପରି କିଛି ଧନୀ ରାଷ୍ଟ୍ର ।

ଭାରତ (INdia), ବାଙ୍ଗାଲାଦେଶ (Bangladesh), ଚୀନ୍ (China), ବ୍ରାଜିଲ (Brazil), ଇଣ୍ତୋନେସିଆ (Indonesia), ମେକ୍ସିକୋ (Mexico) ପରି ବିକାଶଶୀଳ ରାଷ୍ଟ୍ର ହାତରେ ମାତ୍ର ୨୫୭ କୋଟି ଟୀକା । ଏଠାରେ ପ୍ରଶ୍ନ ଉଠୁଛି କେମିତି ୧୩୦ କୋଟି ଭାରତବାସୀଙ୍କ ପାଖରେ ପହଁଚିବ ଟିକା? ପ୍ରାୟ ୫୯୪ କୋଟି  ଟିକା ମଧ୍ୟରୁ ଧନୀ ରାଷ୍ଟ୍ରଙ୍କ ପାଖରେ ୨୭୩ କୋଟି  ଓ ଗରିବ ଦେଶଙ୍କ ପାଖରେ ୨୫୭ କୋଟି । ଏତେ କମ ସଂଖ୍ୟକ ଟିକା ସମସ୍ତ ଆବଶ୍ୟକତା ପୂରଣ ପାଇଁ ସକ୍ଷମ ରହିବ ତ? ଆମ ଦେଶରେ ନିମ୍ନ ମଧ୍ୟବିତ୍ତ (Lower Middle), ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି । ସମସ୍ତଙ୍କୁ ଧ୍ୟାନ ଦେବାକୁ ପଡିବ । 

ବିଶେଷ କରି ଦୁଇ ଓଳି ଦୁଇ ମୁଠା  ଦାନା ଯୋଗାଡ କରି ପାରୁନଥିବା ଲୋକଙ୍କ ପାଇଁ  କିଭଳି ଟିକା ଯୋଗାଇ ଦିଆଯିବ? ବଜାରକୁ ଯେଉଁ ଟୀକା ଆସିବ ତାର ଦାମ କେତେ ରହିବ? ନା ଲୋକଙ୍କୁ ମାଗଣାରେ ସରକାର ଟୀକା ଯୋଗାଇଦେବେ? ଯଦି  ସମସ୍ତଙ୍କୁ ଟିକା ମାଗଣାରେ ଦିଆଯାଏ ତାହେଲେ ଦେଶ ଓ ସରକାର କେତେ ପ୍ରସ୍ତୁତ ରହିଛନ୍ତି ତାହା ଉପରେ ରହିଛି ନଜର।