• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ଆଇପିଏଲରେ ଭଲ ଖେଳିଲେ ଭାରତୀୟ ଦଳକୁ କମବ୍ୟାକ କରିବେ ଧୋନି !

୨୦୧୯ ବିଶ୍ୱକପର ସେମିଫାଇନାଲ ମ୍ୟାଚ ନ୍ୟୁଜଲାଣ୍ଡ ବିପକ୍ଷରେ ଖେଳିଥିଲା ଟିମ୍ ଇଣ୍ଡିଆ । ଆଉ ଏହି ମ୍ୟାଚରେ ଶେଷ ଥର ପାଇ ନଜର ଆସିଥିଲେ ଧୋନି । 

 ଆଇପିଏଲରେ ଭଲ ଖେଳିଲେ ଭାରତୀୟ ଦଳକୁ କମବ୍ୟାକ କରିବେ ଧୋନି !
ଫାଇଲ ଫଟୋ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକୁ କେବେ ଫେରିବେ ଏମଏସ ଧୋନି ? ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଡିନ ଜୋନ୍ସ(Dean Jones) ଏନେଇ ବଡ଼ ବୟାନ ଦେଇଛନ୍ତି । ଜୋନ୍ସଙ୍କ କହିବା ମୁତାବକ, ଧୋନି ଯଦି ଆଗାମୀ ଆଇପିଏଲ(IPL)ରେ ଭଲ ପ୍ରଦର୍ଶନ କରନ୍ତି, ତେବେ ତାଙ୍କୁ ଭାରତୀୟ ଦଳରେ ପ୍ରତ୍ୟାବର୍ତ୍ତନ ନେଇ କେହି ମଧ୍ୟ ଅଟକାଇ ପାରିବେନାହିଁ । କୋରୋନା ଭାଇରସ ଯୋଗୁ ମିଳିଥିବା ବ୍ରେକ ଧୋନିଙ୍କ ପାଇଁ ଫାଇଦା ଦେଇପାରେ ବୋଲି ଆଶାବ୍ୟକ୍ତ କରିଛନ୍ତି ଅଷ୍ଟ୍ରେଲିଆର ଏହି ପୂର୍ବତନ ଖେଳାଳି । 

କହିରଖୁଛୁ, କୋରୋନା  ଭାଇରସ୍ କାରଣରୁ ଭାରତରେ ସମସ୍ତ ପ୍ରକାରର ଖେଳ ଆୟୋଜନ ଉପରେ ରୋକ ଲାଗିଛି । ଏଥିପାଇଁ ବିସିସିଆଇ(BCCI) ଆଇପିଏଲ ଆୟୋଜନକୁ ୟୁଏଇ(UAE)ରେ କରିବାକୁ ନିଷ୍ପତ୍ତି ନେଇଛି । ଧୋନିଙ୍କ ଫ୍ୟାନ୍ସଙ୍କ ପାଇଁ ଏହା ଏକ ଖୁସି ଖବର । କାହିଁକିନା ଏହି ଆଇପିଏଲରେ ପୁଣିଥରେ ଚେନ୍ନାଇ ସୁପରକିଙ୍ଗ୍ସ(Chennai Super Kings)ର ଅଧିନାୟକ ରହିବେ ଏମଏସ । 

୨୦୧୯ ବିଶ୍ୱକପର ସେମିଫାଇନାଲ ମ୍ୟାଚ ନ୍ୟୁଜଲାଣ୍ଡ ବିପକ୍ଷରେ ଖେଳିଥିଲା ଟିମ୍ ଇଣ୍ଡିଆ । ଆଉ ଏହି ମ୍ୟାଚରେ ଶେଷ ଥର ପାଇ ନଜର ଆସିଥିଲେ ଧୋନି । ଏହି ମ୍ୟାଚରେ ଭାରତ ପରାଜିତ ହୋଇଥିଲା । ବିଶ୍ୱକପ ସ୍ୱପ୍ନ ମଧ୍ୟ ପୁଣିଥରେ ଧୂଳିସାତ ହୋଇଥିଲା । ଏମିତି କୁହାଯାଇପାରେ, ଧୋନି ଆଉଟ ହେବା ସହ ଭାରତର ବିଶ୍ୱକପ ସ୍ୱପ୍ନ ଅଧୁରା ରହିଯାଇଥିଲା । ଏହି ମ୍ୟାଚ ପରେ ଧୋନି ଭାରତୀୟ ଟିମରେ ଆଉ ଖେଳିନାହାଁନ୍ତି । 

ଚଳିତ ବର୍ଷ ବିଦେଶରେ ଆଇପିଏଲ ହେବା ନେଇ ସ୍ପଷ୍ଠ ହେବା ସହ ଭାରତୀୟ ଟିମକୁ ଧୋନଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଡିନ ଜୋନ୍ସଙ୍କ ବୟାନ । 

ଏକ ଖବର କାଗଜକୁ ପ୍ରତିକ୍ରିୟା ଦେଇ ଜୋନ୍ସ କହିଛନ୍ତି, ବର୍ତ୍ତମାନ ସମୟରେ ଏମିତି ମନେହେଉଛି ଯେ ଭାରତୀୟ ଚୟନକର୍ତ୍ତା ଋଷଭ ପନ୍ଥ(Rishabh Pant) ଓ ଲୋକେଶ ରାହୁଲ(KL Rahul)ଙ୍କ ସହ ଅଛନ୍ତି । କିନ୍ତୁ ଧୋନି ଯଦି ଆଇପିଏଲରେ ଭଲ ପ୍ରଦର୍ଶନ କରନ୍ତି, ତେବେ ସେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି । କିନ୍ତୁ ଯଦି ସେ ଆଇପିଏଲରେ ଭଲ ପ୍ରଦର୍ଶନ କରିବେନାହିଁ, ତେବେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ଦ୍ୱାର ବନ୍ଦ ହୋଇଯିବ । ତେଣୁ ବର୍ତ୍ତମାନ ମିଳିଥିବା ବ୍ରେକ ଧୋନିଙ୍କ ପାଇଁ ଭଲ ରହିପାରେ । ଯେତେବେଳେ ଆପଣଙ୍କ ବୟସ ବଢ଼ିଚାଲିବ, ସେତେବେଳେ ପ୍ରତ୍ୟାବର୍ତ୍ତନ କରିବା କଠିନ ହୋଇଯିବ ବୋଲି କହିଛନ୍ତି ଡିନ ଜୋନ୍ସ । 

ଜୋନ୍ସ ଆଗକୁ ଏହା ମଧ୍ୟ କହିଛନ୍ତି, ଧୋନି ନିଶ୍ଚିତ ଭାବେ ସୁପରଷ୍ଟାର ଅଟନ୍ତି । ସେ ମହାନ । ମହାନ ଖେଳାଳି ଯାହା କରିବାକୁ ଚାହାଁନ୍ତି, ତାଙ୍କୁ ସେପରି କରିବାକୁ ଦେବା ଉଚିତ । ବର୍ତ୍ତମାନ ସମୟରେ ଭାରତୀୟ ଟିମ ରାହୁଲ ଓ ପନ୍ଥଙ୍କ ସହ ଅଛନ୍ତି ସତ । କିନ୍ତୁ ଟିମରେ ଫିନସରର ସମସ୍ୟା ରହିଛି । ଆପଣଙ୍କ ପାଖରେ ଫିନସର କିଏ ଅଛି ବୋଲି ପ୍ରଶ୍ନ କରିଛନ୍ତି ଜୋନ୍ସ । ଫିନସର ଭାବେ  ହାର୍ଦ୍ଧିକ ପାଣ୍ଡ୍ୟା(Hardik Pandya) ହୋଇପାରନ୍ତି । କିନ୍ତୁ ଆପଣଙ୍କୁ ସନ୍ତୁଳନ ଦେଖିବାକୁ ପଡ଼ିବ ବୋଲି ସେ କହିଛନ୍ତି ।