69 ବର୍ଷୀୟା ମହିଳାଙ୍କୁ ମଧ୍ୟ ପ୍ରଶାସନ ଦ୍ୱାରା ଅନ୍ତିମ ସଂସ୍କାର କରାଯାଇଥିଲା । ସରକାରୀ ପ୍ରକାଶନ ଅନୁଯାୟୀ, ଅମୃତସରର 69 ବର୍ଷୀୟ ଅବସରପ୍ରାପ୍ତ ଇଞ୍ଜିନିୟର ସୋମବାର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ ।
Trending Photos
)
ଅମୃତସର: ପଞ୍ଜାବରେ କୋରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଜୀବନ ହରାଇଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ପରିବାର ଲୋକ ତାଙ୍କ ମୃତଦେହ ନେବାକୁ ମନା କରିଦେଇଛନ୍ତି । ଯାହା ପରେ ପ୍ରଶାସନ ତାଙ୍କ ଅନ୍ତିମ ସଂସ୍କାର କରିଥିଲା । ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଏହି ବ୍ୟକ୍ତି ଅମୃତସରର ବାସିନ୍ଦା ଥିଲେ । ଏହାପୂର୍ବରୁ ସୋମବାର ଦିନ ମୃତକଙ୍କ ପରିବାର ଲୁଧିଆନାରେ ମୃତଦେହ ନେବାକୁ ମନା କରିଦେଇଥିଲେ ।
69 ବର୍ଷୀୟା ମହିଳାଙ୍କୁ ମଧ୍ୟ ପ୍ରଶାସନ ଦ୍ୱାରା ଅନ୍ତିମ ସଂସ୍କାର କରାଯାଇଥିଲା । ସରକାରୀ ପ୍ରକାଶନ ଅନୁଯାୟୀ, ଅମୃତସରର 69 ବର୍ଷୀୟ ଅବସରପ୍ରାପ୍ତ ଇଞ୍ଜିନିୟର ସୋମବାର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ । ପ୍ରକାଶ ଯେ, ଯେତେବେଳେ ପ୍ରଶାସନ ତାଙ୍କ ପରିବାରକୁ ମୃତଦେହ ନେବାକୁ କହିଥିଲେ, ସେମାନେ କୌଣସି ଜବାବ ଦେଇ ନଥିଲେ । ଏହା ପରେ ଅଧିକାରୀମାନେ ତାଙ୍କ ପରିବାର ସହିତ ଅନ୍ତିମ ସଂସ୍କାର ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ କେହି ଆଗକୁ ଆସି ନଥିଲେ ।
ସରକାରୀ ପ୍ରକାଶନରେ କୁହାଯାଇଛି ଯେ ମୃତକଙ୍କ ଝିଅ ଏମବିବିଏସ ଅଧ୍ୟୟନ କରୁଛନ୍ତି ଏବଂ ତାଙ୍କ ପରିବାରର କୌଣସି ବ୍ୟକ୍ତି ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଶ୍ମଶାନରେ ପହଞ୍ଚି ନଥିଲେ । ପ୍ରାରମ୍ଭରେ, ଅମୃତସରର ସରକାରୀ ମେଡିକାଲ କଲେଜରେ କୋରୋନା ଭୂତାଣୁ ପରୀକ୍ଷା କରାଯାଇଥିଲା, ସେଠାରେ ତାଙ୍କ ସଂକ୍ରମଣ ନିଶ୍ଚିତ ହୋଇନଥିଲା । କିନ୍ତୁ ଯେତେବେଳେ ତାଙ୍କ ଅବସ୍ଥାରେ ସୁଧାର ଆସି ନଥିଲା, ସେତେବେଳେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କୁ କୋରୋନା ଭୂତାଣୁ ସଂକ୍ରମିତ ହୋଇଥିବା ନିଶ୍ଚିତ କରାଯାଇଥିଲା ।