Advertisement
Article Detail0/zeeodisha/odisha708662

ଦେଶରେ କୋରୋନା ଯୋଗୁଁ ମୃତ୍ୟୁ ହାର କମ୍, ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧୫ ମୃତ୍ୟୁ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୫୩୮ ମାମଲା ରହିଛି । ଜନସଂଖ୍ୟାକୁ ବିଚାରକୁ ନେଇ ଅନେକ ଦେଶରେ ମାମଲା ଭାରତ ତୁଳନାରେ ୧୬-୧୭ ଗୁଣ ଅଧିକ ରହିଛି । ଭାରତରେ ମୃତ୍ୟୁ ହାର ମଧ୍ୟ କମ୍ ।

ଦେଶରେ କୋରୋନା ଯୋଗୁଁ ମୃତ୍ୟୁ ହାର କମ୍, ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧୫ ମୃତ୍ୟୁ:  ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରିଛି । ମନ୍ତ୍ରଣାଳୟ କହିଛି ଯେ, ଜନସଂଖ୍ୟା ଆଧାରରେ ଆମେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ । ଏତେ ସଂଖ୍ୟକ ଜନସଂଖ୍ୟା ଥିବା ସତ୍ତ୍ୱେ ଆମେ କୋରୋନା ଉପରେ ସନ୍ତୋଷଜନକ କାର୍ଯ୍ୟ କରିଛୁ । ଜନସଂଖ୍ୟା ଦୃଷ୍ଟିରୁ ଦେଖିଲେ କୋରୋନାକୁ ନେଇ ଆମେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ସବୁଠାରୁ ତଳେ ରହିଛୁ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୫୩୮ ମାମଲା ରହିଛି । ଜନସଂଖ୍ୟାକୁ ବିଚାରକୁ ନେଇ ଅନେକ ଦେଶରେ ମାମଲା ଭାରତ ତୁଳନାରେ ୧୬-୧୭ ଗୁଣ ଅଧିକ ରହିଛି । ଭାରତରେ ମୃତ୍ୟୁ ହାର ମଧ୍ୟ କମ୍ ।

ମନ୍ତ୍ରଣାଳୟ କହିଛି ଯେ, ଦେଶରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧୫ ଜଣ ମୃତ୍ୟୁବରଣ କରୁଛନ୍ତି । ଅନ୍ୟପକ୍ଷେ କିଛି ଏପରି ଦେଶ ଅଛି ଯେଉଁଠାରେ ଏହା ଆମଠାରୁ ୪୦ ଗୁଣ ଅଧିକ ରହିଛି । ଭାରତରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି ଦେଶରେ ୨,୬୯,୦୦୦ ସକ୍ରିୟ କୋରୋନା ମାମଲା ରହିଛି । ଅନ୍ୟପଟେ ୪,୭୬,୩୭୮ କୋରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । କୋରୋନା ଯୋଗୁଁ ୧୫ରୁ ୨୯ ବର୍ଷ ବୟସର ଲୋକଙ୍କ ମୃତ୍ୟୁ ବିଷୟରେ କହିବାକୁ ଗଲେ ଏହା ମାତ୍ର ୩ ପ୍ରତିଶତ ରହିଛି । ୧୧ ପ୍ରତିଶତ ମୃତ୍ୟୁ ୩୦ରୁ ୪୪ ବର୍ଷ ବୟସର ସଂକ୍ରମିତଙ୍କ ଘଟିଛି ।

Add Zee News as a Preferred Source

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ୬୦ରୁ ୭୪ବର୍ଷ ବୟସର ସଂକ୍ରମିତଙ୍କ ଅଧିକ ମୃତ୍ୟୁ ହୋଇଛି । ୪୫ରୁ ୭୫ବର୍ଷ ବୟସର ଲୋକମାନେ ଅଧିକ ପ୍ରଭାବିତ ହୋଇଛନ୍ତି । ଏହି ବର୍ଗରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି ।

About the Author