)
ଲଣ୍ଡନ: ଚାଇନାର ୱୁହାନ ସହରରୁ ବ୍ୟାପିଥିବା ମାରାତ୍ମକ କୋରୋନା ଭୂତାଣୁ ସାରା ବିଶ୍ୱରେ ୧ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଛି । ଦୁନିଆର ୧୯୩ଟି ଦେଶ କୋରୋନା ସହିତ ଯୁଦ୍ଧ କରୁଛନ୍ତି । ବିଶ୍ୱବ୍ୟାପୀ କୋରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷରୁ ଅଧିକ ରହିଛି । କୋଭିଡ -19 ସଂକ୍ରମଣ ଯୋଗୁଁ ମୃତ୍ୟୁ ମାମଲାରେ ଆମେରିକା ବର୍ତ୍ତମାନ ଇଟାଲୀକୁ ଅତିକ୍ରମ କରିସାରିଛି । ଆମେରିକାରେ ମୃତକଙ୍କ ସଂଖ୍ୟା ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ପହଞ୍ଚିଛି ।
ଅନ୍ୟପକ୍ଷେ ୟୁରୋପରେ କେରୋନା ଭୂତାଣୁ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୭୫,୦୦୦ ଅତିକ୍ରମ କରିଛି । ସ୍ପେନରେ କୋରୋନା ଭୂତାଣୁ ଯୋଗୁଁ ମୃତ୍ୟୁ ସଂଖ୍ୟା ପୁଣିଥରେ ବୃଦ୍ଧି ପାଇଛି । ଏଠାରେ ଗୋଟିଏ ଦିନରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୬୧୯ ରହିଛି । ବର୍ତ୍ତମାନ ଯାଏ ସ୍ପେନରେ ୧୬,୯୭୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ୟୁରୋପ ମହାଦେଶର ଇଟାଲୀରେ ସର୍ବାଧିକ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ଯାଏ ଇଟାଲୀରେ ୧୯, ୪୬୮ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଫ୍ରାନ୍ସରେ ୧୩,୮୩୨, ଜର୍ମାନୀରେ ୨,୮୭୧, ବ୍ରିଟେନରେ ୯,୮୭୫, ବେଲଜିୟମରେ ୩,୬୦୦, ସ୍ୱିଜରଲାଣ୍ଡରେ ୧,୦୩୬, ନେଦରଲାଣ୍ଡରେ ୨,୬୪୩ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
କୋରୋନା ଟ୍ରାକରର ଅନୁସାରେ, ସମଗ୍ର ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷ ୮୩ ହଜାର ୭୨୪କୁ ପହଞ୍ଚିଛି । ଏଥିରୁ ୧ ଲକ୍ଷ ୮ ହଜାର ୯୦୭ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହସହ ୪ ଲକ୍ଷ ୪ ହଜାର ୮୯୪ କୋରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ମହାମାରୀ କୋରୋନା ଭାଇରସ ଯୋଗୁଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଅଧିକ ପ୍ରଭାବିତ ହୋଇଛି । ଏଠାରେ ବର୍ତ୍ତମାନ ଯାଏ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୩ ହଜାର ୧୧୫ ପହଞ୍ଚିଛି । ଏଥିରୁ ମୃତ୍ୟୁ ୨୦ ହଜାର ୫୮୦ ଲୋକଙ୍କ ମୃତ୍ୟୁ ଘଟିଛି ।