ସୂଚନା ମୁତାବକ, ଆଜି ସକାଳୁ ୭.୩୦ରେ ଏହି ବୈଠକ ହୋଇଥିଲା । ଯାହା ଜଣାପଡ଼ିଛି, ଆଉ ଅଳ୍ପ ସମୟ ପରେ ପ୍ରତିରକ୍ଷା ମନ୍ତ୍ରୀ ପୁରା ଘଟଣାର ସବିଶେଷ ବିବରଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବେ ।
Trending Photos
)
ନୂଆଦିଲ୍ଲୀ: ଅଶାନ୍ତ ଭାରତ-ଚୀନ ସୀମା । ଚୀନର ଆକ୍ରମଣରେ ଭାରତୀୟ ସେନାର ଜଣେ ଅଫିସରଙ୍କ ସମେତ ୩ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ୧୯୭୫ ପରେ ଚୀନ ସୀମାରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଦେଖିବାକୁ ମିଳିଛି । ସୋମବାର ରାତିରେ ଏହି ଘଟଣା ଘଟିଛି । ତେବେ ଏହି ଘଟଣା ପରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ସୂଚନା ମୁତାବକ, ଆଜି ସକାଳୁ ୭.୩୦ରେ ଏହି ବୈଠକ ହୋଇଥିଲା । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ୩ ସେନା ମୁଖ୍ୟ ଉପସ୍ଥିତ ରହିଥିଲେ । ସେହିପରି ସିଡିଏସ ଜେନେରାଲ ବିପିନ ରାୱତ ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ରବିଶଙ୍କର ମଧ୍ୟ ବୈଠକରେ ସାମିଲ ହୋଇଥିଲେ । ଯାହା ଜଣାପଡ଼ିଛି, ଆଉ ଅଳ୍ପ ସମୟ ପରେ ପ୍ରତିରକ୍ଷା ମନ୍ତ୍ରୀ ପୁରା ଘଟଣାର ସବିଶେଷ ବିବରଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବେ ।
ସେପଟେ ଚୀନ ଗଣମାଧ୍ୟମର ଖବର ଅନୁସାରେ, ଏହି ଘଟଣାରେ ଚୀନର ମଧ୍ୟ ୫ ସୈନିକଙ୍କ ମୃତ୍ୟୁ ହୋଇଛି । ୧୧ ଜଣ ଗୁରୁତର ଆହତ ହୋଇଛନ୍ତି । ଗ୍ଲୋବାଲ ସାଇମ୍ସ ଏହି ଖବର ବାହାର କରିଛି ।
କହିରଖୁଛୁ, ଗତ ଏକ ମାସ ଧରି ଗଲଭାନ୍ ଭ୍ୟାଲିରେ ଡି-ଏସ୍କାଲେସନ୍ ପ୍ରକ୍ରିୟା ଚାଲିଛି । ଏହି ସମୟରେ ଚୀନ୍ ଓ ଭାରତର ସୈନିକଙ୍କର ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଛି । ସୂତ୍ର ଅନୁସାରେ, ଚୀନ୍ ସୈନିକ ପଛକୁ ଯିବାକୁ ପ୍ରସ୍ତୁତ ନଥିଲେ । ଜୁନ ୬ରେ ଗଲଭାନ୍ ଭ୍ୟାଲିରେ ବୈଠକ ପରେ ସୈନିକଙ୍କ ପଛକୁ ହଟିବା ପ୍ରକ୍ରିୟା ଚାଲିଥିଲା ।