କେବଳ LAC ନୁହେଁ, LoCକୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ଯିବାର କାର୍ଯ୍ୟକ୍ରମ ରହିଛି ।
Trending Photos
ନୂଆଦିଲ୍ଲୀ: ଭାରତ-ଚୀନ (India-China) ସୀମାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଶାନ୍ତ ହୋଇନାହିଁ । ଆଉ ଏହାରି ମଧ୍ୟରେ LAC ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ (Rajnath Singh) । ଦୁଇ ଦିନିଆ ଏହି ଗସ୍ତ ସମୟରେ ଜମ୍ମୁ କାଶ୍ମୀର ଓ ଲଦାଖ ଯିବେ ରାଜନାଥ । କେବଳ LAC ନୁହେଁ, LoCକୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ବେଳେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ମଧ୍ୟ ଉପସ୍ଥିତ ରହିବେ ।
ତେବେ ଏନେଇ ଟ୍ୱିଟ କରି ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ନିଜ ଟ୍ୱିଟରରେ ରାଜନାଥ କହିଛନ୍ତି, ''ମୁଁ ଦୁଇ ଦିନିଆ ଜମ୍ମୁ କାଶ୍ମୀର ଓ ଲଦାଖ ଗସ୍ତ ପାଇଁ ଲେହ ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଛି । ସୀମାର ସ୍ଥିତି ସମୀକ୍ଷା ଓ ସେଠାରେ ନିୟୋଜିତ ଥିବା ଯବାନଙ୍କ ସହ ଆଲୋଚନା କରିବା ପାଇଁ ଅଗ୍ରଗାମୀ ଅଞ୍ଚଳ ପରିଦର୍ଶନ କରିବି ।''
Leaving for Leh on a two day visit to Ladakh and Jammu-Kashmir. I shall be visiting the forward areas to review the situation at the borders and also interact with the Armed Forces personnel deployed in the region. Looking forward to it.
— Rajnath Singh (@rajnathsingh) July 17, 2020
କହିରଖୁଛୁ, ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ଗତ ଜୁନ ୧୫ରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ । ସେହିପରି ଚୀନର ମଧ୍ୟ ଅନେକ କ୍ଷତି ହୋଇଥିଲା । ଆଉ ଏହାପରେ ବିଶ୍ୱାସଘାତକ ଚୀନକୁ ସବକ ଶିଖାଇବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ହୋଇଛି ।
ପୂର୍ବରୁ ମୋଦି ମଧ୍ୟ ଯବାନଙ୍କୁ ସାକ୍ଷାତ କରିଥିଲେ
ଆପଣଙ୍କୁ ଏଠାରେ କହିରଖୁଛୁ, ଜୁଲାଇ ପ୍ରଥମ ସପ୍ତାହରେ ହିଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲେହ ଗସ୍ତରେ ଯିବାର ଥିଲା । କିନ୍ତୁ କୌଣସି କାରଣରୁ ଏହି ଗସ୍ତ ବାତିଲ ହୋଇଥିଲା । ରାଜନାଥଙ୍କ ସ୍ଥାନରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହ ଗସ୍ତ କରିଥିଲେ । ଏହି ସମୟରେ ଯବାନଙ୍କ ସହ ଆଲୋଚନା କରି ମନୋବଳ ବଢ଼ାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେବଳ ନୁହେଁ, ଚୀନକୁ କଡ଼ା ସନ୍ଦେଶ ମଧ୍ୟ ଦେଇଥିଲେ ।