ମୁମ୍ବାଇ ଲୋକାଲ ଟ୍ରେନ ଠପ !
Trending Photos
ମୁମ୍ବାଇ: ଚତୁର୍ଥ ପର୍ଯ୍ୟାୟ ଲକଡାଉନ ନିୟମରେ କୋହଳ ହେବା ପରେ ଧୀରେଧୀରେ ସ୍ୱଭାବିକ ହେବାରେ ଲାଗିଛି ଦେଶ। ମାତ୍ର ଯାନ୍ତ୍ରିକ ତୃଟି କାରଣରୁ ଆଜି ଅଧିକାଂଶ ସ୍ଥାନରେ ମୁମ୍ବାଇର ଲାଇଫଲାଇନ କୁହାଯାଉଥିବା ଲୋକାଲ ଟ୍ରେନ ଅଧିକାଂଶ ସ୍ଥାନରେ ଅଟକ ରହିଥିଲା।
ମୁମ୍ବାଇର ୱାଡାଲା ଏବଂ କଟନ ଗ୍ରୀନ୍ ଷ୍ଟେସନ ମଧ୍ୟରେ ଥିବା ଓଭରହେଡ୍ ଯନ୍ତ୍ରପାତି (OHE) ରେ କିଛି ଯାନ୍ତ୍ରିକ ବ୍ୟାଘାତ ହେତୁ ସ୍ଥାନୀୟ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । କେନ୍ଦ୍ରୀୟ ରେଳ ଲାଇନରେ ଟ୍ରେନର ଗତି ମନ୍ଥର ହୋଇଯାଇଛି। କିଛି ଟ୍ରେନ୍ କୁର୍ଲାରେ ଅଟକି ରହିଛି । ଯାତ୍ରୀମାନେ ପାଦରେ ଲାଇନ ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା ।
ଛତ୍ରପତି ଶିବାଜୀ ଟର୍ମିନାସ୍ (CST) ଆଡକୁ ଯାଉଥିବା ଟ୍ରେନ୍ ମନ୍ଥର ଗତି କରିଛି ଯେଉଁଥିପାଇଁ ଲୋକଙ୍କ ସମସ୍ୟା ବୃଦ୍ଧି ପାଇଥିବା ସୂଚନା ମିଳିଛି ।