Advertisement
Article Detail0/zeeodisha/odisha678756

ମଦ ନିଶାରେ ପୋଲିସ ଗାଡ଼ି ଉପରେ ଆକ୍ରମଣ କଲା ଯୁବକ, ଦେଖନ୍ତୁ ଭିଡିଓ....

ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଜଣେ ମଦ୍ୟପ ବ୍ୟକ୍ତିଙ୍କ ଏହି କାର୍ଯ୍ୟକଳାପକୁ ଦେଖିବାକୁ ଲୋକ ସାମାଜିକ ଦୂରତା ଭଳି ଆବଶ୍ୟକୀୟ ନିୟମ ମଧ୍ୟ ପାଳନ କରୁନାହାଁନ୍ତି । ପୋଲିସର କଠିନ ପ୍ରଚେଷ୍ଟା ପରେ ଅଭିଯୁକ୍ତକୁ ନିୟନ୍ତ୍ରଣରେ ଆଣିବାରେ ସଫଳ ହୋଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଲକଡାଉନ୍ ମଧ୍ୟରେ ଦିଲ୍ଲୀରେ ମଦ ଦୋକାନ ଖୋଲିବା ପରେ ଏହାର ସାଇଡ ଇଫେକ୍ଟ ଦେଖିବାକୁ ମିଳୁଛି । ଶୁକ୍ରବାର ପୂର୍ବ ଦିଲ୍ଲୀର ତ୍ରିଲୋକପୁରୀ ଅଞ୍ଚଳରେ ଜଣେ ମଦ୍ୟପ ବ୍ୟକ୍ତି ଏତେ ପାଗଳ ହୋଇଯାଇଥିଲେ ଯେ ସେ ପୋଲିସ ଗାଡି ଆଗରେ ଆସି ଛିଡ଼ା ହୋଇଯାଇଥିଲେ । ମଦ୍ୟପ ବ୍ୟକ୍ତି ପ୍ରଥମେ ଜିପ୍ସିର ବୋନେଟକୁ ପିଟିବାକୁ ଲାଗିଲା । ଏହା ପରେ ସେ ଜିପ୍ସିର ଆଗ ଗ୍ଲାସ ଭାଙ୍ଗିଥିଲେ । ଏହି ସମୟ ମଧ୍ୟରେ ସେଠାରେ ବହୁ ଲୋକ ଏକତ୍ରିତ ହୋଇଥିଲେ । 

ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଜଣେ ମଦ୍ୟପ ବ୍ୟକ୍ତିଙ୍କ ଏହି କାର୍ଯ୍ୟକଳାପକୁ ଦେଖିବାକୁ ଲୋକ ସାମାଜିକ ଦୂରତା ଭଳି ଆବଶ୍ୟକୀୟ ନିୟମ ମଧ୍ୟ ପାଳନ କରୁନାହାଁନ୍ତି । ପୋଲିସର କଠିନ ପ୍ରଚେଷ୍ଟା ପରେ ଅଭିଯୁକ୍ତକୁ ନିୟନ୍ତ୍ରଣରେ ଆଣିବାରେ ସଫଳ ହୋଇଥିଲା ।

ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକ ପରିଚୟ ହରକେଶ ବୋଲି ଜଣାପଡିଛି । ଡ୍ୟୁଟିରେ ବାଧା ସୃଷ୍ଟି କରିବା, ପୋଲିସ ଉପରେ ଆକ୍ରମଣ କରିବା ଏବଂ ସର୍ବସାଧାରଣ ସ୍ଥାନରେ ହଙ୍ଗାମା ସୃଷ୍ଟି କରିବା ଅଭିଯୋଗରେ ହରକେଶଙ୍କୁ ପୋଲିସ ଗିରଫ କରିଛି । ହୋଶରେ ଆସିବା ପରେ ଅଭିଯୁକ୍ତ ଜଣକ କହିଥିଲେ ଯେ, ସେ ନିକଟସ୍ଥ ଏକ ମଦ ଦୋକାନରୁ ମଦ କିଣି ଥିଲେ । ମଦ୍ୟପାନ କରିବା ପରେ ସେ କ’ଣ କରିଛନ୍ତି ତାହା ମନେ ନାହିଁ ।

ଉଲ୍ଲେଖନୀୟ କଥା ହେଉଛି, ତୃତୀୟ ଲକଡାଉନରେ କେନ୍ଦ୍ର ସରକାର କିଛି ନିୟମକୁ କୋହଳ କରିଦେଇଛନ୍ତି । ଏଥିରେ ମଦ ଦୋକାନଗୁଡ଼ିକୁ ମଧ୍ୟ କିଛି ସର୍ତ୍ତ ସହିତ ଖୋଲିବାକୁ ଅନୁମତି ଦିଆଯାଇଛି । ଦୋକାନ ଖୋଲିବା ପରେ ସାମାଜିକ ଦୂରତା ନିୟମକୁ ଅଣଦେଖା କରାଯାଉଥିବାର ନଜରକୁ ଆସୁଛି । ଏହା ପରେ ଦିଲ୍ଲୀ ସରକାର ମଦ ବିକ୍ରି ପାଇଁ ଟୋକନ୍ ବ୍ୟବସ୍ଥା କରିଛନ୍ତି । ବର୍ତ୍ତମାନ ଦିଲ୍ଲୀରେ ଲୋକମାନେ ଅନଲାଇନ୍ ଟୋକେନ୍ ନେଇ ଦୋକାନକୁ ମଦ କିଣିବାକୁ ସମୟ ପାଇପାରିବେ ।

About the Author