• ଚାଷୀ ଟ୍ରାକ୍ଟର ରାଲି: ତଦନ୍ତ ଆରମ୍ଭ କଲା ଦିଲ୍ଲୀ ପୋଲିସ
  • ଆଜିଠାରୁ ପୁରୀ ସେବାୟତଙ୍କ କୋଭିଡ ଟେଷ୍ଟ
  • ଡାକ୍ତରଖାନାରେ ପୁଣି ଭର୍ତ୍ତି ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଛାତିରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତ୍ତି ।
  • ନିକଟରେ ସେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଥିଲେ ।
  • ଶିଶୁ ଉଦ୍ଧାର ଦିଗରେ ଓଡ଼ିଶା ପୋଲିସକୁ ସଫଳତା
  • ୮ ଦିନରେ ୮୯୪ ନିଖୋଜ ଶିଶୁ ଉଦ୍ଧାର ନେଇ ପୋଲିସ୍ ଡିଜି ଅଭୟଙ୍କ ସୂଚନା
  • ଜେଲରୁ ବାହାରିଲେ ବହିଷ୍କୃତ AIADMK ନେତ୍ରୀ Sasikala
  • ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଉଦ୍ଧାର
  • ଦୁଇ ଯୁବକ ହତ୍ୟା କରି ସ୍କୁଟିରେ ଆଣି ଫିଙ୍ଗିଥିବା ସୂଚନା
  • ଝରାଫୁଲଙ୍କ ଘର ମୟୁରଭଞ୍ଜ ଜସିପୁର ଥାନା ତରୁଣ୍ଡେଇପଶି ଗାଁରେ

ପାକିସ୍ତାନକୁ ମାରିଦେବ ବାୟୁ ପ୍ରଦୂଷଣ! ଦିଲ୍ଲୀ ସ୍ଥିତି ସାଙ୍ଘାତିକ

ଦିଲ୍ଲୀରେ ବାୟୁ ଗୁଣବତ୍ତା (Delhi AQI) ପୂର୍ବରୁ ଖରାପ ଥିଲା। ଯାହା ବର୍ତ୍ତମାନ ଖରାପରୁ ଅତି ଖରାପ ଶ୍ରେଣୀରେ ପହଞ୍ଚିଛି। କେବଳ ଦିଲ୍ଲୀ ନୁହେଁ, ସମଗ୍ର ଜାତୀୟ ରାଜଧାନୀ (Delhi) ଅଞ୍ଚଳର ବାୟୁ ବିଷାକ୍ତ ହୋଇଛି। 

 ପାକିସ୍ତାନକୁ ମାରିଦେବ ବାୟୁ ପ୍ରଦୂଷଣ! ଦିଲ୍ଲୀ ସ୍ଥିତି ସାଙ୍ଘାତିକ
ଫାଇଲ ଫଟୋ

ନୂଆଦିଲ୍ଲୀ: ମହାମାରୀ ଯେତିକି ଭୟଙ୍କର ତାଠୁ ଅଧିକ ଭୟଙ୍କର ହେବାରେ ଲାଗିଛି ବାୟୂ ପ୍ରଦୂଷଣ। ବିଶ୍ୱ ବାୟୁ ଗୁଣବତ୍ତା ସ୍ତର ଯଦି ଦେଖାଯାଏ ତେବେ ତାଲିକାର ଶୀର୍ଷରେ ରହିଛି ପାକିସ୍ତାନର ଲାହୋର ସହର। ଏହା ପଛକୁ ଆସୁଛି ଆମ ଦେଶର ରାଜଧାନୀ ଦିଲ୍ଲୀ। ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ ବୋଲି ବୈଜ୍ଞନିକମାନେ ଅନୁମାନ କରିଛନ୍ତି।

ଦିଲ୍ଲୀରେ ବାୟୁ ଗୁଣବତ୍ତା (Delhi AQI) ପୂର୍ବରୁ ଖରାପ ଥିଲା। ଯାହା ବର୍ତ୍ତମାନ ଖରାପରୁ ଅତି ଖରାପ ଶ୍ରେଣୀରେ ପହଞ୍ଚିଛି। କେବଳ ଦିଲ୍ଲୀ ନୁହେଁ, ସମଗ୍ର ଜାତୀୟ ରାଜଧାନୀ (Delhi) ଅଞ୍ଚଳର ବାୟୁ ବିଷାକ୍ତ ହୋଇଛି। ଯାହା ଅତ୍ୟନ୍ତ ଚିନ୍ତାଜନକ। ଆମେରିକାର ବାୟୁ ଗୁଣବତ୍ତା ସୂଚକାଙ୍କ ଅନୁସାରେ ଆସନ୍ତା ଦୁଇ ଦିନ ଅର୍ଥାତ୍ ଗୁରୁବାର ସକାଳ ପର୍ଯ୍ୟନ୍ତ ପ୍ରଦୂଷଣର (air pollution) ସ୍ତର ଅତ୍ୟନ୍ତ ଖରାପ ସ୍ତରରେ ରହିବ। 

Also Read: ବାୟୁ ପ୍ରଦୂଷଣ ପରେ ଚିନ୍ତା ବଢ଼ାଇଛି ଜଳ ପ୍ରଦୂଷଣ ; ରାଜ୍ୟରେ ୧୯ଟି ନଦୀ ପ୍ରଦୂଷିତ

ସୋମବାର ୧ ଡିସେମ୍ବରରେ ପ୍ରକାଶିତ ତଥ୍ୟ ଅନୁସାରେ, ଆଜି ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର (polluted city) ଗୁଡିକର ମଧ୍ୟରେ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ଅଛି। ସେପଟେ ଲାହୋର (Lahore) ରେ ସର୍ବାଧିକ ବାୟୁ ପ୍ରଦୂଷଣ ମୂଲ୍ୟାୟନ (PM) ୪୨୩ ଥିବାବେଳେ ନେପାଳର ରାଜଧାନୀ କାଠମାଣ୍ଡୁ (Kathmandu) ୧୭୮ PM ସହ ତୃତୀୟ ପ୍ରଦୂଷିତ ସହର ପାଲଟିଛି। 

ଦିଲ୍ଲୀ ଏବଂ ଏନସିଆରର ଅନ୍ୟ ସମସ୍ତ କାରଣ ବ୍ୟତୀତ ବାୟୁ ପ୍ରଦୂଷଣର ଅବନତି ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରଣ ଦାୟୀ। ଗୋଟିଏ ହେଉଛି ପବନର ବେଗ ହ୍ରାସ ଏବଂ ଅନ୍ୟଟି ତାପମାତ୍ରା ଖସିବା। ଏହି ଦୁଇଟି କାରଣ ପାଇଁ ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ସ୍ତରକୁ ବୃଦ୍ଧି କରିବାରେ ଲାଗିଛି। ପରିସ୍ଥିତି ଖରାପରୁ ଏତେ ଖରାପ ହୋଇଯାଇଛି ଯେ ଏହା ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହର ହୋଇଛି।

Also Read: ଏହି ୩ଟି କାରଣରୁ ଦିଲ୍ଲୀରେ ବଢୁଛି ପ୍ରଦୂଷଣ

ଗୁରୁଗ୍ରାମ ଏବଂ ଫରିଦାବାଦରେ ମଧ୍ୟ ପ୍ରଦୂଷଣ ବୃଦ୍ଧି ପାଇଛି। ଏହା ବ୍ୟତୀତ ଦିଲ୍ଲୀ-ଏନସିଆର ଅଧୀନରେ ଥିବା ଅନ୍ୟ ସହରରେ ବି ପ୍ରଦୂଷଣ ସ୍ତର ଅତ୍ୟନ୍ତ ଖରାପ ବର୍ଗରେ ପହଞ୍ଚିଛି। ଗୁରୁଗ୍ରାମ ଏବଂ ଫରିଦାବାଦରେ ବାୟୁ ଗୁଣବତ୍ତା ପୂର୍ବରୁ ମଧ୍ୟ ଖରାପ ଥିଲା। କିନ୍ତୁ ରବିବାରଠାରୁ ଏହି ଦୁଇଟି ସହରରେ ପ୍ରଦୂଷଣର ସ୍ତର ଅଧିକ ବୃଦ୍ଧି ପାଇଥିଲା।