)
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ରବିବାର ଦିଲ୍ଲୀ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅନିଲ ଚୌଧୁରୀଙ୍କୁ ଅଟକ ରଖିଛି । ଦିଲ୍ଲୀ ପୋଲିସ ଅଧିକାରୀ କହିଛନ୍ତି ଯେ, ଅନିଲ ଚୌଧୁରୀ ଦିଲ୍ଲୀରୁ ଶ୍ରମିକମାନଙ୍କୁ ନିଜ ଗାଡ଼ିରେ ଭର୍ତ୍ତି କରି ପୋଲିସ ପିକେଟିଂ ପାର କରି ଗାଜୀପୁରକୁ ପଠାଉଥିଲେ । ଏହା କରିବାରୁ ଗାଜୀପୁରରେ ବହୁ ସଂଖ୍ୟାରେ ଶ୍ରମିକ ଏକତ୍ରିତ ହେବାକୁ ଲାଗିଛି । ଯେଉଁଠାରେ ସାମାଜିକ ଦୂରତା ନିୟମକୁ ମଧ୍ୟ ପାଳନ କରାଯାଉ ନାହିଁ । ପୋଲିସର କହିବାନୁସାରେ, ଏହା ନିୟମ ବିରୁଦ୍ଧ ଅଟେ ।
ସେ କହିଛନ୍ତି ଯେ, ପ୍ରବାସୀ ଶ୍ରମିକଙ୍କ ପାଇଁ ପଞ୍ଜୀକରଣ ଭଳି ସରକାର ଅନ୍ୟାନ୍ୟ ସୁବିଧା ଆରମ୍ଭ କରିଛନ୍ତି । ଅନିଲ ଚୌଧୁରୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରିବା ଉପରେ ବିଚାର କରାଯାଉଛି ।
@ndtvindia @INCIndia @DPCCUpdates
दिल्ली प्रदेश कांग्रेस कमेटी के अध्यक्ष अनिल चौधरी को पुलिस ने उनके घर अशोक नगर में डिटेन किया,आरोप है कि ये लोग मजदूरों को गाड़ियों में भरकर ग़ाज़ीपुर बॉर्डर पर छोड़ रहे हैं,सोशल डिस्टेंसिंग का पालन भी नहीं कर रहे pic.twitter.com/Tlv8yAuiQC— Mukesh singh sengar मुकेश सिंह सेंगर (@mukeshmukeshs) May 17, 2020
ଅନ୍ୟପକ୍ଷେ ଅନିଲ ଚୌଧୁରୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ଜାରି କରିଛନ୍ତି । ଏଠାରେ ସେ କହିଛନ୍ତି ଯେ, ତାଙ୍କୁ ଅଟକ ରଖାଯାଇଛି । ତାଙ୍କୁ କାହିଁକି ଗିରଫ କରାଯାଇଛି, ତାହାର କାରଣ ସେ ଜାଣନ୍ତି ନାହିଁ ବୋଲି ଅନିଲ ଚୌଧୁରୀ କହିଛନ୍ତି ।