)
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର କୋରୋଲ ବାଗରୁ ଆପ(APP) ବିଧାୟକ ବିଶେଷ ରବି ଏବଂ ତାଙ୍କ ଭାଇଙ୍କୁ କୋରୋନା ପଜିଟିଭ ମିଳିଛି । ବୁଧବାର ତାଙ୍କର ପରୀକ୍ଷା କରାଯାଇଥିଲା । ଅନ୍ୟପକ୍ଷେ ବିଧାୟକଙ୍କ ଭିତରେ କୋରୋନା ଭୂତାଣୁର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ ।
ଆମ୍ ଆଦମୀ ପାର୍ଟି ବିଧାୟକ ନିଶ୍ଚିତ କରିଛନ୍ତି ଯେ ସେ ଏବଂ ତାଙ୍କ ଭାଇ କୋରୋନା ପଜିଟିଭ୍ ଅଛନ୍ତି । ସେ କହିଛନ୍ତି ଯେ, ସେମାନଙ୍କ କୋରୋନା ଭୂତାଣୁର କୌଣସି ଲକ୍ଷଣ ନାହିଁ । କିନ୍ତୁ ପରୀକ୍ଷଣରେ ସେମାନଙ୍କ ରିପୋର୍ଟ ପଜିଟିଭ ମିଳିଛି । ବିଶେଷ ରବି ତିନିଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ଆଜିକାଲି ସେ ନିଜ ନିର୍ବାଚନମଣ୍ଡଳୀରେ ରିଲିଫ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ।
ଅନ୍ୟପକ୍ଷେ ଦିଲ୍ଲୀ ସରକାର ପ୍ରବାସୀ ଶ୍ରମିକ ଏବଂ ଅନ୍ୟ ବଞ୍ଚିତ ଲୋକଙ୍କ ମାମଲାକୁ ନେଇ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ଦିଲ୍ଲୀ ସରକାରଙ୍କ ସାମାଜିକ କଲ୍ୟାଣ ବିଭାଗର ମୁଖ୍ୟ ସଚିବ ପି.କେ ଗୁପ୍ତାଙ୍କୁ ଦିଲ୍ଲୀର ନୋଡାଲ ଅଫିସର କରାଯାଇଛି । ଦିଲ୍ଲୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର କମିଶନର ମୁକେଶ ଚନ୍ଦ୍ରଙ୍କୁ ନୋଡାଲ ଅଫିସର କରାଯାଇଛି ।