AIIMS ହସ୍ପିଟାଲର ନବମ ମହଲାରେ ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ
Advertisement

AIIMS ହସ୍ପିଟାଲର ନବମ ମହଲାରେ ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ

ବୁଧବାର ରାତିରେ ଦିଲ୍ଲୀର ଏଆଇଏମ୍ଏସ୍ ହସ୍ପିଟାଲର ଏକ କୋଠାର ନବମ ମହଲାରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତି ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଛି ।

 

AIIMS ହସ୍ପିଟାଲର ନବମ ମହଲାରେ ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ବୁଧବାର ରାତି ପ୍ରାୟ ୧୦:୩୦ ସମୟରେ ଦେଶର ରାଜଧାନୀ ଦିଲ୍ଲୀରେ (Delhi) ଅବସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ (AIIMS) ଏକ କୋଠାର ନବମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଫାୟାର ବ୍ରିଗେଡର (Fire Brigade) ୩୦ ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା, ଯାହାକି କିଛି ଘଣ୍ଟା ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରିଥିଲା ।

ଦିଲ୍ଲୀ ଅଗ୍ନିଶମ ବିଭାଗର ଅଧିକାରୀଙ୍କ କହିବାନୁସାରେ, ହସ୍ପିଟାଲର ନବମ ମହଲାରେ ଥିବା କନଭର୍ଜେନ୍ସ ବ୍ଲକରେ ନିଆଁ ଲାଗିଥିଲା । ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ ।

ଅଗ୍ନିଶମ ବିଭାଗର ସୂଚନାନୁସାରେ, ଅଘଟଣର ସୂଚନା ରାତି ପ୍ରାୟ ୩.୩୦ ସମୟରେ ମିଳିଥିଲା ଓ  ତୁରନ୍ତ ୨୨ ଟି ଅଗ୍ନିଶମ ଟେଣ୍ଡର ଘଟଣାସ୍ଥଳକୁ ନିଆଯାଇଥିଲା । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ରାତି ୧୦.୩୨ ରେ ଏକ କଲ ଆସିଥିଲା । ଦୁଇ ନମ୍ବର ଗେଟ୍ ନିକଟ ହସ୍ପିଟାଲ ବ୍ଲକର ନବମ ମହଲାରେ ଅଗ୍ନିକାଣ୍ଡ ଘଟିଥଲା ବୋଲି କୁହାଯାଇଥିଲା ।

ଅଧିକ ପଢ଼ନ୍ତୁ: ଅନ୍ତିମ ପର୍ଯ୍ୟାୟରେ ସ୍ପୁଟ୍ନିକ୍ ଭି ପାଇଲଟ୍; ଅନ୍ୟ ସହରକୁ କାରଗାଲା ବିସ୍ତାର: Dr Reddy's

ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିବା ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି ।