Advertisement
Article Detail0/zeeodisha/odisha774796
Zee OdishaOdisha National-Internationalଏବେ ସ୍କୁଲ ଖୋଲିବନି: ସିସୋଦିଆ

ଏବେ ସ୍କୁଲ ଖୋଲିବନି: ସିସୋଦିଆ

କୋରୋନା ସ୍ଥିତିକୁ ଦେଖି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। କୋରୋନା ସ୍ଥିତି ରାଜ୍ୟରେ ବର୍ତ୍ତମାନ ମଧ୍ୟ ଉଦବେଗଜନକ ସ୍ଥିତିରେ ରହିଥିବାରୁ ସ୍କୁଲକୁ ବର୍ତ୍ତମାନ ଖୋଲାଯାଇ ପାରିବ ନାହିଁ ବୋଲି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି। ସ୍କୁଲ ଖୋଲିବା ପାଇଁ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶକ

ଏବେ ସ୍କୁଲ ଖୋଲିବନି: ସିସୋଦିଆ

ନୂଆଦିଲ୍ଲୀ: କୋରୋନା ସ୍ଥିତିକୁ ଦେଖି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। କୋରୋନା ସ୍ଥିତି ରାଜ୍ୟରେ ବର୍ତ୍ତମାନ ମଧ୍ୟ ଉଦବେଗଜନକ ସ୍ଥିତିରେ ରହିଥିବାରୁ ସ୍କୁଲକୁ ବର୍ତ୍ତମାନ ଖୋଲାଯାଇ ପାରିବ ନାହିଁ ବୋଲି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି। ସ୍କୁଲ ଖୋଲିବା ପାଇଁ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ ହେବ ବୋଲି ସେ କହିଛନ୍ତି। 

ସିସୋଦିଆ କହିଛନ୍ତି କି, କୋରୋନା ବର୍ତ୍ତମାନ ସ୍ଥିତିରେ ମଧ୍ୟ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଅଭିଭାବକମାନେ ବର୍ତ୍ତମାନ ସ୍ଥିତିରେ ସ୍କୁଲ ଖୋଲିବାକୁ ସ୍ପଷ୍ଟ ମନା କରିଦେଇଛନ୍ତି। ସମଗ୍ର ବିଶ୍ୱରେ ବର୍ତ୍ତମାନ ସ୍ଥିତିରେ ଯେଉଁଠାରେ ବି ସ୍କୁଲ ଖୋଲିଛି, ସେଠାରେ ଚିନ୍ତା ମଧ୍ୟ ବୃଦ୍ଧି ପାଇଛି ବୋଲି ସେ କହିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ  ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। 

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି କି ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର କଲେଜ ଗୁଡ଼ିକରେ ସିଟ ସଂଖ୍ୟାରେ ମଧ୍ୟ ବୃଦ୍ଧି କରାଯାଇଛି। ସରକାରଙ୍କ ପକ୍ଷରୁ ଏହି ବିଶ୍ୱବିଦ୍ୟାଳୟ ସହିତ ସହବନ୍ଧିତ କଲେଜ ଗୁଡ଼ିକରେ ମୋଟ ୧୩୩୦ ଟି ସିଟ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀଙ୍କ ଆଡମିଶନ ପ୍ରକ୍ରିୟାରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ନ ହୁଏ, ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। 

Add Zee News as a Preferred Source

 

About the Author