Advertisement
Article Detail0/zeeodisha/odisha690994
Zee OdishaOdisha National-Internationalକୋରୋନା ଟେଷ୍ଟକୁ ନେଇ ୮ଟି ଲ୍ୟାବକୁ ଦିଲ୍ଲୀ ସରକାରଙ୍କ ନୋଟିସ୍

କୋରୋନା ଟେଷ୍ଟକୁ ନେଇ ୮ଟି ଲ୍ୟାବକୁ ଦିଲ୍ଲୀ ସରକାରଙ୍କ ନୋଟିସ୍

ରାଜଧାନୀରେ କ୍ରମାଗତ ବଢୁଥିବା କୋରୋନା ମାମଲା ଓ ଶଯ୍ୟା ଭଳି ସମସ୍ୟା ମଧ୍ୟରେ ଦିଲ୍ଲୀ ସରକାର ପ୍ରାୟ ୮ଟି ଲ୍ୟାବକୁ କଡ଼ା ଚେତାବନୀ ଦେଇଛନ୍ତି । 

କୋରୋନା ଟେଷ୍ଟକୁ ନେଇ ୮ଟି ଲ୍ୟାବକୁ ଦିଲ୍ଲୀ ସରକାରଙ୍କ ନୋଟିସ୍

ନୂଆଦିଲ୍ଲୀ: କୋରୋନା ଭାଇରସ (COVID-19) ପରୀକ୍ଷା ପାଇଁ ଆଇସିଏମଆର ପ୍ରୋଟୋକଲକୁ ଅଣଦେଖା କରିବା ପ୍ରସଙ୍ଗରେ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ 8ଟି ଲ୍ୟାବକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି । ବିଜ୍ଞପ୍ତିରେ କୁହାଯାଇଛି ଯେ, ନିଜର ଉତ୍ତର ଦିଅନ୍ତୁ ଏବଂ କୁହନ୍ତୁ କଣ ପାଇଁ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ?  କୌତୁହଳର ବିଷୟ ଯେ ଏହି ବିଜ୍ଞପ୍ତି ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ବା NCDCକୁ ମଧ୍ୟ ଦିଆଯାଇଛି ।

ରାଜଧାନୀରେ କ୍ରମାଗତ ବଢୁଥିବା କୋରୋନା ମାମଲା ଓ ଶଯ୍ୟା ଭଳି ସମସ୍ୟା ମଧ୍ୟରେ ଦିଲ୍ଲୀ ସରକାର ପ୍ରାୟ ୮ଟି ଲ୍ୟାବକୁ କଡ଼ା ଚେତାବନୀ ଦେଇଛନ୍ତି । କାରଣ ଦର୍ଶାଅ ନୋଟିସରେ କୁହାଯାଇଛି ଯେ, କରାଯାଉଥିବା ପରୀକ୍ଷାରେ  ଅସ୍ମୋଟୋମାଟିକ୍ ଲୋକଙ୍କ ପରୀକ୍ଷା ଅଧିକ ହୋଇଛି । ଏହା ଆଇସିଏମଆର ପରୀକ୍ଷା ପ୍ରୋଟୋକଲର ଉଲ୍ଲଂଘନ ଅଟେ ।

ସାର୍ ଗଙ୍ଗାରାମ ହସ୍ପିଟାଲକୁ ମେ ୩୦,୩୧ ଓ ଜୁନ ୧ର ନମୁନା ସେମ୍ପଲ କଲେକଶନ ଉପରେ ଜବାବ ମଗା ଯାଇଛି । କୁହାଯାଇଛି ଯେ ବହୁ ସଂଖ୍ୟାରେ asymptomatic ନମୁନା ନିଆଯାଇଛି । ଏଥି ସହିତ ସିଟି ଏକ୍ସରେ ଏବଂ ସ୍କାନ କ୍ଲିନିକ ପ୍ରା.ଲିରୁ ମେ ୩୦ ଓ ୩୧ର କରାଯାଇଥିବା asymptomatic ରୋଗୀଙ୍କ ପରୀକ୍ଷା କରିବା ଉପରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସମସ୍ତ ଲ୍ୟାବକୁ ଦିଆଯାଇଥିବା ନୋଟିସରେ କୁହାଯାଇଛି ଯେ, ଦିଲ୍ଲୀ ଏପେଡେମିକ୍ ରୋଗ ନିୟମାବଳୀ ୨୦୨୦ ଅନୁଯାୟୀ ଆପଣଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ତାହାର ଉତ୍ତର ଦେବା ଉଚିତ୍ । ଗଙ୍ଗାରାମ ହସ୍ପିଟାଲ ଏହାର ଉତ୍ତର ଦେଇଛି । ଏଥି ସହିତ ନମୁନା ସଂଗ୍ରହ ଉପରେ ରୋକ ଲାଗୁ ରହିଛି ।

Add Zee News as a Preferred Source
About the Author