Advertisement
Article Detail0/zeeodisha/odisha697417
Zee OdishaOdisha National-Internationalଦିଲ୍ଲୀ ସ୍ୱାସ୍ଥମନ୍ତ୍ରୀଙ୍କୁ କୋରୋନା, ୩ ବିଧାୟକ ମଧ୍ୟ ହେଲେଣି ଆକ୍ରାନ୍ତ

ଦିଲ୍ଲୀ ସ୍ୱାସ୍ଥମନ୍ତ୍ରୀଙ୍କୁ କୋରୋନା, ୩ ବିଧାୟକ ମଧ୍ୟ ହେଲେଣି ଆକ୍ରାନ୍ତ

ସେହିପରି ଆପ୍ ବିଧାୟକ ଆତିଶୀ ମଧ୍ୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ଦିଲ୍ଲୀ ସ୍ୱାସ୍ଥମନ୍ତ୍ରୀଙ୍କୁ କୋରୋନା, ୩ ବିଧାୟକ ମଧ୍ୟ ହେଲେଣି ଆକ୍ରାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କୋରୋନା ଆକ୍ରାନ୍ତ । ପ୍ରଥମ ଥର ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ଆଜି ଦ୍ୱିତୀୟ ଥର ସ୍ୱାବ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଛି । ଗତକାଲିଠୁ ସେ ରାଜୀବ ଗାନ୍ଧୀ ସୁପରସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରବଳ ଜ୍ୱର ଏବଂ ଶ୍ୱାସ ନେବାରେ କଷ୍ଠ ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । 

ସେହିପରି ଆପ୍ ବିଧାୟକ ଆତିଶୀ ମଧ୍ୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସେ ହୋମ ଆଇସୋଲେସନରେ ଅଛନ୍ତି । ସେ କହିଛନ୍ତି, ରିପୋର୍ଟ ଆସିବା ପରେ ହିଁ ସେ ଘରେ ନିଜକୁ ଅଲଗା ରଖିଛନ୍ତି । ମୁଁ ବର୍ତ୍ତମାନ ନିଜକୁ ସୁସ୍ଥ ଅନୁଭବ କରୁଥିବା ଟ୍ୱିଟ କରି କହିଥିଲେ ଆତିଶୀ । 

ସୂତ୍ର ଅନୁସାରେ, ଆତିଶୀଙ୍କର ମଙ୍ଗଳବାର ସ୍ୱାବ ଟେଷ୍ଟ ହୋଇଥିଲା । ଆଜି ତାଙ୍କ ରିପୋର୍ଟ ପଜିଟିଭ ବୋଲି ଜଣାପଡ଼ିଛି । ସେହିପରି ଆତିଶୀଙ୍କ ପୂର୍ବରୁ ଆପ୍ର ଅନ୍ୟ ଦୁଇ ଜଣ ବିଧାୟକ ମଧ୍ୟ କୋରୋନା ଆକ୍ରାନ୍ତ ହୋଇଥିଲେ । 

Add Zee News as a Preferred Source
About the Author