• ପ୍ରଥମ ଇଂନିସରେ ୨୪୯ରେ ନ୍ୟୁଜିଲାଣ୍ଡ ଅଲଆଉଟ
  • ଆଜି ପୁଣି ବଢିଲା ପେଟ୍ରୋଲ ଦର
  • ମାସକ ଭିତରେ ୭ ଟଙ୍କା ବଢିଲାଣି ଦର
  • ଦେଶୀ ଟିକା କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ ସଫଳ
  • ସାରା ଦେଶରେ ହୋଇଥିଲା ପରୀକ୍ଷଣ
  • ସଫଳତା ହାର ୭୭.୮ ପ୍ରତିଶତ ବୋଲି ଦର୍ଶାଇଛି ଭାରତ ବାୟୋଟେକ
  • କଟକରେ ନକଲି କୋଭିଡ ଔଷଧ କାରବାର ମାମଲା
  • ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଶିବ ଜେନା
  • ମେଡିଲଏଡ ମେଡିକାମେଣ୍ଟର ମୁଖ୍ୟ ଶିବ ଜେନା
  • ଜଳେଶ୍ଵର ଓ ଭୋଗରାଇ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ

ଜାତୀୟ ରାଜଧାନୀରେ ଆଜିଠୁ ମଦର Home Delivery ପ୍ରକ୍ରିୟା; ଜାଣନ୍ତୁ କେମିତି କରିବେ Order?

ରାଜଧାନୀରେ ମଦ ବ୍ୟବସାୟକୁ ନିୟନ୍ତ୍ରଣ କରୁଥିବା ଏକ୍ସାଇଜ୍ ନିୟମ (Delhi Excise Rules) ରେ ସଂଶୋଧନ ପରେ ଏହି ଘୋଷଣା କରାଯାଇଛି। ଏକ୍ସାଇଜ୍ ନିୟମ (ସଂଶୋଧନ) ୨୦୨୧ ଅନୁଯାୟୀ, L-13 ଲାଇସେନ୍ସଧାରୀଙ୍କୁ ମଦର Home Deliveryକୁ ଅନୁମତି ଦିଆଯିବ। 

ଜାତୀୟ ରାଜଧାନୀରେ ଆଜିଠୁ ମଦର Home Delivery ପ୍ରକ୍ରିୟା; ଜାଣନ୍ତୁ କେମିତି କରିବେ Order?
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଜିଠାରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଘରେ ଘରେ ମଦ ବିତରଣ ବା Home Deliveryର ନିୟମ ଲାଗୁ ହୋଇଛି। କୋରୋନାର ଦ୍ୱିତୀୟ ଲହରରେ ମାମଲା ହ୍ରାସ ପାଇବା ପରେ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ମଧ୍ୟ ମଦ ବିତରଣ ପ୍ରକ୍ରିୟାକୁ ଆଗେଇ ନେବା ଆରମ୍ଭ କରିଛନ୍ତି।

ଦିଲ୍ଲୀ (Delhi) ରେ ମଦ (liquor) ବିକ୍ରେତାମାନେ Home Delivery ଲାଇସେନ୍ସ ପାଇଁ ଆବେଦନ କରିପାରିବେ। ଜୁନ୍ ୧ରେ ଦିଲ୍ଲୀ ସରକାର (Delhi Govt) ଘୋଷଣା କରିଥିଲେ ଯେ ମୋବାଇଲ୍ ଆପ୍ ଏବଂ ୱେବସାଇଟ୍ ମାଧ୍ୟମରେ ମଦ ବିତରଣ କରାଯିବ, ଯଦିଓ ୨୦୧୦ ଏକ୍ସାଇଜ୍ ପଲିସିରେ ମଦର Home Delivery ପାଇଁ ବ୍ୟବସ୍ଥା ରହିଥିଲା। କିନ୍ତୁ କେବଳ ଫ୍ୟାକ୍ସ କିମ୍ବା ଇ-ମେଲ୍ ମାଧ୍ୟମରେ Order କରିବାର ବ୍ୟବସ୍ଥା ଥିଲା।  ତଥାପି, ଏହା କେବେ କାର୍ଯ୍ୟକାରୀ ହୋଇନଥିଲା।

Also Read: LPG ଗ୍ରାହକଙ୍କୁ ଆଶ୍ବସ୍ତି! ବର୍ତ୍ତମାନ କୌଣସି ଡିଷ୍ଟ୍ରିବ୍ୟୁଟର ଠାରୁ ଭରିପାରିବେ ସିଲିଣ୍ଡର, ଏହା ହେଉଛି ଉପାୟ

ବର୍ତ୍ତମାନ ରାଜଧାନୀରେ ମଦ ବ୍ୟବସାୟକୁ ନିୟନ୍ତ୍ରଣ କରୁଥିବା ଏକ୍ସାଇଜ୍ ନିୟମ (Delhi Excise Rules) ରେ ସଂଶୋଧନ ପରେ ଏହି ଘୋଷଣା କରାଯାଇଛି। ଏକ୍ସାଇଜ୍ ନିୟମ (ସଂଶୋଧନ) ୨୦୨୧ ଅନୁଯାୟୀ, L-13 ଲାଇସେନ୍ସଧାରୀଙ୍କୁ ମଦର Home Deliveryକୁ ଅନୁମତି ଦିଆଯିବ। ରାଜ୍ୟ ସରକାର ଦେଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଲାଇସେନ୍ସଧାରୀମାନେ କେବଳ ମୋବାଇଲ୍ ଆପ୍ କିମ୍ବା ଅନଲାଇନ୍ ୱେବ୍ ପୋର୍ଟାଲ ମାଧ୍ୟମରେ ମଦର Home Delivery କରିପାରିବେ। ତେବେ ଆଜିଠାରୁ ଲୋକମାନେ ମଦ ଅର୍ଡର କରିପାରିବେ ନାହିଁ, କାରଣ ଆଜିଠାରୁ ମଦ ବିକ୍ରେତାମାନେ Home Delivery ଲାଇସେନ୍ସ ପାଇଁ ଆବେଦନ କରିପାରିବେ।

ଦିଲ୍ଲୀରେ କୋରୋନା (Coronavirus) ର ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୯ରୁ ଲକଡାଉନ୍ ଲାଗୁ କରାଯାଇଥିଲା। ଯାହା ପରେ ପର୍ଯ୍ୟାୟକ୍ରମେ ଧୀରେ ଧୀରେ ଅନଲକ୍ କରିବାକୁ ଆରମ୍ଭ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ମଦ ଦୋକାନ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏଭଳି ପରିସ୍ଥିତିରେ ଦିଲ୍ଲୀର କେଜ୍ରିୱାଲ (Aravind Kejriwal) ରକାର ନୂତନ ଏକ୍ସାଇଜ୍ ପଲିସିକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଏହାର କାର୍ଯ୍ୟକାରିତା ପରେ, ମଦ ଘରେ ଘରେ ବିତରଣ କରାଯାଇପାରିବ। ଗତବର୍ଷ କୋରୋନା ପ୍ରୋଟୋକଲ ଲାଗୁ ହେବା ସତ୍ତ୍ୱେ ମଦ ଦୋକାନ ବାହାରେ ଭିଡ଼ ଜମିବା ପରେ ସୁପ୍ରିମକୋର୍ଟ ସରକାରଙ୍କୁ ମଦ ବିତରଣ ଉପରେ ବିଚାର କରିବାକୁ ପରାମର୍ଶ ଦେଇଥିଲେ।

Also Read: Lock Down ବେଳେ ବିସ୍ଫୋରଣ; Madrasa ସହ ଛିନଛତ୍ର ହୋଇଗଲା ଘରଦ୍ୱାର

ମଦ ବିତରଣକୁ ନେଇ ଦିଆଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ମଦ ବିକ୍ରୟ କାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରାଇଭେଟ୍ ହାତରେ ରହିବ। ଯେଉଁମାନଙ୍କର ବୟସ ୨୧ ବର୍ଷ, ସେମାନେ ମଧ୍ୟ ମଦ୍ୟପାନ କରିବାକୁ ଯୋଗ୍ୟ ହେବେ। କିନ୍ତୁ ହଷ୍ଟେଲ, ଅଫିସ୍ ଏବଂ ଅନୁଷ୍ଠାନକୁ ମଦ ବିତରଣ କରାଯିବ ନାହିଁ। ଛତିଶଗଡ, ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ, ଝାଡଖଣ୍ଡ ଏବଂ ଓଡିଶା ଭଳି ରାଜ୍ୟରେ ମଦର Home Deliveryର ସୁବିଧା ଯୋଗାଇ ଦିଆଯାଇଛି।