Advertisement
Article Detail0/zeeodisha/odisha698218
Zee OdishaOdisha National-Internationalକୋରୋନା ପଜିଟିଭ ସତୈନ୍ଦ୍ର ଜୈନ, ବିଗୁଡ଼ୁଛି ସ୍ୱାସ୍ଥ୍ୟାବସ୍ଥା !

କୋରୋନା ପଜିଟିଭ ସତୈନ୍ଦ୍ର ଜୈନ, ବିଗୁଡ଼ୁଛି ସ୍ୱାସ୍ଥ୍ୟାବସ୍ଥା !

କୋରୋନା କବଳରେ ସରକାର !

କୋରୋନା ପଜିଟିଭ ସତୈନ୍ଦ୍ର ଜୈନ, ବିଗୁଡ଼ୁଛି ସ୍ୱାସ୍ଥ୍ୟାବସ୍ଥା !

ନୂଆଦିଲ୍ଲୀ: ଗତ ସୋମବାର ରାତିରେ ଦିଲ୍ଲୀରେ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ କୋରୋନା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟୁଥିବା ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। 

ଡାକ୍ତରଙ୍କ କହିବା ମୁତାବକ ଶ୍ରୀ ଜୈନଙ୍କର ନିମୋନିଆ ବଢିଯାଇଛି। ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଦିନକୁ ଦିନ ଅବନତି ଘଟୁଛି। ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ିପାରେ ବୋଲି ସେ କହିଛନ୍ତି। 

ସୂଚନା ଯୋଗ୍ୟ ଶ୍ରୀ ଜୈନଙ୍କର କୋରୋନା ପଜିଟିଭ ସମ୍ପର୍କରେ ଜଣାପଡ଼ିବା ପରେ ତାଙ୍କୁ ପୂର୍ବ ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ତାଙ୍କର କୋରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ନେଗେଟିଭ ଆସିଥିଲେ ହେଁ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇନଥିଲା। ମଙ୍ଗଳବାର ରାତିରେ ତାଙ୍କର ଅବସ୍ଥା ସଂକଟାପନ୍ନ ହୋଇଥିବା ନେଇ ଡାକ୍ତର ରିପୋର୍ଟ ଦେଇଥିଲେ। 

Add Zee News as a Preferred Source
About the Author