Delhi Fire Tragedy: ଖୋଲୁଛି ଅଗ୍ନିକାଣ୍ଡର ରହସ୍ୟ, ଭୁକ୍ତଭୋଗୀ କହିଲେ ଲୋମଟାଙ୍କୁରା କାହାଣୀ
Advertisement

Delhi Fire Tragedy: ଖୋଲୁଛି ଅଗ୍ନିକାଣ୍ଡର ରହସ୍ୟ, ଭୁକ୍ତଭୋଗୀ କହିଲେ ଲୋମଟାଙ୍କୁରା କାହାଣୀ

ଶନିବାର ପଶ୍ଚିମ ଦିଲ୍ଲୀର ଡିଏମ କିର୍ତ୍ତୀ ଗର୍ଗ, ଏଡିଏମ ଧର୍ମେନ୍ଦ୍ର କୁମାର ମୁଣ୍ଡକାର ଅଗ୍ନିକାଣ୍ଡ ଘଟିଥିବା ସ୍ଥାନ ପରିଦର୍ଶନ କରିଛନ୍ତି। ପଶ୍ଚିମ ଜିଲ୍ଲା ଧର୍ମେନ୍ଦ୍ର କୁମାର ଏଡିଏମ୍ କହିଛନ୍ତି ଯେ, ପ୍ରଥମିକ ଚିକିତ୍ସା ପରେ ସାମାନ୍ୟ ଆଘାତ ପାଇଥିବା ଲୋକଙ୍କୁ ଡିସଚାର୍ଜ୍ କରାଯାଇଥିଲା। 

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଶୁକ୍ରବାର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ଏକ ବଡ ଅପଡେଟ୍ ଆସିଛି। ଲଗାତାର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ଯେତିକି ଲୋକଙ୍କ ମୃତଦେହ ଉଦ୍ଧାର ହୋଇଛି, ପ୍ରାୟ ସେତିକି ଲୋକ ନିଖୋଜ ଥିବା ସୂଚନା ମିଳିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଅନେକ ଆହତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଲୋକଙ୍କୁ ସହାୟତା ପାଇଁ ସଞ୍ଜୟ ଗାନ୍ଧୀ ହସ୍ପିଟାଲ ପରିସରରେ ହେଲ୍ପ ଡେସ୍କ ଖୋଲା ଯାଇଛି।

ଶନିବାର ପଶ୍ଚିମ ଦିଲ୍ଲୀର ଡିଏମ କିର୍ତ୍ତୀ ଗର୍ଗ, ଏଡିଏମ ଧର୍ମେନ୍ଦ୍ର କୁମାର ମୁଣ୍ଡକାର ଅଗ୍ନିକାଣ୍ଡ ଘଟିଥିବା ସ୍ଥାନ ପରିଦର୍ଶନ କରିଛନ୍ତି। ପଶ୍ଚିମ ଜିଲ୍ଲା ଧର୍ମେନ୍ଦ୍ର କୁମାର ଏଡିଏମ୍ କହିଛନ୍ତି ଯେ, ପ୍ରଥମିକ ଚିକିତ୍ସା ପରେ ସାମାନ୍ୟ ଆଘାତ ପାଇଥିବା ଲୋକଙ୍କୁ ଡିସଚାର୍ଜ୍ କରାଯାଇଥିଲା। ୭ ଜଣ ଅଜ୍ଞାତ ମୃତଦେହ ଡାକ୍ତରଖାନାକୁ ଅଣାଯାଇଥିଲା। ସେମାନଙ୍କୁ ଚିହ୍ନିବା ପାଇଁ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରାଯାଉଛି। ୭୦ରୁ ୮୦ ଲୋକ ସେଠାରେ କାମ କରୁଥିଲେ। ଉଦ୍ଧାର କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଆମର ପ୍ରାଥମିକତା ବୋଲି ଜିଲ୍ଲାପାଳ କହିଛନ୍ତି।

Also Read: Delhi Fire Tragedy: ତିନି ମହଲା କୋଠାରେ କେମିତି ଲାଗିଲା ନିଆଁ? ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି,

ଅଗ୍ନିକାଣ୍ଡରେ ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ନିଖୋଜଙ୍କ ମଧ୍ୟରେ ୨୪ ଜଣ ମହିଳା ଏବଂ ୫ ପୁରୁଷ ଅଛନ୍ତି। ଲୋକଙ୍କୁ ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ଏକ ହେଲ୍ପ ଡେସ୍କ ସ୍ଥାପିତ ହୋଇଛି, ଯେଉଁଠାରେ ମୁଣ୍ଡକାଠାରେ ଅଗ୍ନିକାଣ୍ଡ ପୀଡିତଙ୍କୁ ସାହାଯ୍ୟ କରାଯାଉଛି। ସିଭିଲ୍ ଡିଫେନ୍ସ ଅଫିସର, ଏସପି ତୋମାର କୁହିଛନ୍ତି ଯେ, ନିଖୋଜ କିମ୍ବା ଆହତଙ୍କର ସଠିକ୍ ସୂଚନା ପାଇଁ ହସ୍ପିଟାଲ ପରିସରରେ ହେଲ୍ପଡେସ୍କ ଖୋଲାଯାଇଛି।

ଡେପୁଟି ସିଏମ ମନୀଷ ସିସୋଡିଆଙ୍କ ସହ ସିଏମ ଅରବିନ୍ଦ କେଜ୍ରିୱାଲ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସିଏମ କେଜ୍ରିୱାଲ କହିଛନ୍ତି ଯେ, ଏହା ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଥିଲା। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଶରୀର ଗୁଡିକ ଜଳି ଯାଇଥିବାରୁ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡିଛି। ନିଖୋଜ ଏବଂ ମୃତମାନଙ୍କ ଚିହ୍ନଟ ପାଇଁ ଆମେ ଚେଷ୍ଟା କରୁଛୁ। ମୁଣ୍ଡକା ଅଗ୍ନକାଣ୍ଡ ଘଟଣାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ପାଇଁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଓ ଆହତଙ୍କୁ ୫୦,୦୦୦ ଟଙ୍କା ଅନୁକମ୍ପା ରାଶୀ ପ୍ରଦାନ କରିବାକୁ କେଜ୍ରିୱାଲ ଘୋଷଣା କରିଛନ୍ତି।

ଜଣେ ବରିଷ୍ଠ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ, ନିଆଁ ଲାଗିବା ବେଳେ ସେଠାରେ ପ୍ରାୟ ୫୦ ଜଣଙ୍କର ବୈଠକ ଚାଲିଥିଲା। କବାଟ ବନ୍ଦ ଥିବାରୁ ସେମାନେ ଭିତରକୁ ଫସି ରହିଥିଲେ। ଉଦ୍ଧାର କାର୍ଯ୍ୟ ସମାପ୍ତ ହୋଇଛି। ସକାଳେ ଆଉ କିଛି ଅବଶିଷ୍ଟାଂଶ ମିଳିଛି। ତାବା ୨ରୁ ତିନି ଜଣଙ୍କର ମୃତଦେହ ଭଳି ଲାଗୁଛି। ତେଣୁ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇପାରେ। ବିଲଡିଂରେ ବହୁ ପ୍ଲାଷ୍ଟିକ୍ ସାମଗ୍ରୀ ଥିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା। ୨୭ଟି ମୃତଦେହ ମଧ୍ୟରୁ ୨୫ଟି ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ସମସ୍ତଙ୍କ DNA ନମୁନା ନିଆଯିବ।

Also Read: Petrol Diesel Price: କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଟଙ୍କା?

ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ଜଣେ ପୀଡିତା କହିଛନ୍ତି, 'ଆମେ ଏକ ମିଟିଂରେ ବସିଥିଲୁ, ମୁଁ ଜାଣିନି କେତେବେଳେ ନିଆଁ ଲାଗିଲା'। ବାହାରକୁ ଯିବାର କୌଣସି ଉପାୟ ନଥିଲା। ସେଠାରେ କେବଳ ଗୋଟିଏ ବାହାରିବା ବାଟ ଥିଲା ଯେଉଁଠାରେ ନିଆଁ ଲାଗିଯାଇଥିଲା। ଆମେ ତୃତୀୟ ମହଲାରେ ଥିଲୁ। ସେଠାରେ ୨୫୦ରୁ ୩୦୦ ଲୋକ ଥିଲେ। ଆଉ ଜଣେ ପୀଡିତ କହିଛନ୍ତି, 'ଆମେ ସମସ୍ତେ ଏକ ମିଟିଂରେ ବସିଥିଲୁ। ହଠାତ୍ ବିଦ୍ୟୁତ୍ କଟିଗଲା ଏବଂ କେହି କେହି କହିଲା ଯେ ଧୂଆଁ ବଢୁଛି। ସେଠାରେ ଦଳାତକଟା ଭଳି ସ୍ଥିତି ଦେଖାଦେଲା। ଝରକା ଭାଙ୍ଗି ଯାଇଥିଲା ଏବଂ ଲୋକମାନେ ତଳକୁ ଓହ୍ଲାଇବା ପାଇଁ ଦଉଡି ଫିଙ୍ଗିଥିଲେ।

ମୁଣ୍ଡକା ଅଗ୍ନିକାଣ୍ଡ ଘଟଣାରେ ଆଉଟର ଡିଷ୍ଟ୍ରିକ୍ଟ ଡିସିପି ସମୀର ଶର୍ମା ସୂଚନା ଦେଇଛନ୍ତି ଯେ, ମୃତକଙ୍କୁ ଚିହ୍ନଟ ପାଇଁ ସେମାନଙ୍କ ପରିବାରକୁ ଖବର ଦିଆଯାଇଛି। ଆବଶ୍ୟକୀୟ ଦଫାରେ ମାମଲା ରୁଜୁ କରାଯାଇଛି। ଦୋଷୀଙ୍କ ବିରୁଦ୍ଧରେ ନିଶ୍ଚିତ ଭାବେ କୋଠର କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣାର ନିରପେକ୍ଷ ତଦନ୍ତ ହେବ। ଏଥିରେ କୌଣସି ଅଧିକାରୀ ଦୋଷୀ ସାବ୍ୟସ୍ତ ହେଲେ ମଧ୍ୟ ତାଙ୍କୁ ଛଡାଯିବ ନାହିଁ।