Shaheen Baghରେ ଅଟକିଲା MCDର ବୁଲଡୋଜର, ଦିଲ୍ଲୀ ପୋଲିସ ନେଲା ଏମିତି ପଦକ୍ଷେପ
Advertisement

Shaheen Baghରେ ଅଟକିଲା MCDର ବୁଲଡୋଜର, ଦିଲ୍ଲୀ ପୋଲିସ ନେଲା ଏମିତି ପଦକ୍ଷେପ

ସୋମବାର MCDର ବୁଲଡୋଜର ଶାହିନବାଗରେ ଚାଲିବାର ଥିଲା। ତେବେ ଏଥିରେ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଜବରଦଖଲ ଉଚ୍ଛେଦ ବେଳେ ପୋଲିସ ଫୋର୍ସ ଅନୁପସ୍ଥିତ ରହିବେ ବୋଲି ଏମସିଡି କହିଛି। ମେୟର ମୁକେଶ ସୂର୍ଯ୍ୟ କହିଛନ୍ତି ଯେ, ଶାହିନବାଗରେ ଜବରଦଖଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏମସିଡି, ପୋଲିସ ଫୋର୍ସ ପାଇନାହିଁ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀରୁ ଆରମ୍ଭ ହୋଇଥିବା ଏମସିଡିର ବୁଲଡୋଜର ଶାହିନବାଗରେ ପହଞ୍ଚିଛି। ଆସନ୍ତା ପାଞ୍ଚ ଦିନ ପାଇଁ ଆଣ୍ଟି-ଏନକ୍ରାଚମେଣ୍ଟ ଡ୍ରାଇଭ୍ (ଜବରଦଖଲ ଉଚ୍ଛେଦ ଅଭିଯାନ) ଚଳାଇବାକୁ ଦକ୍ଷିଣ ଦିଲ୍ଲୀର ଏମସିଡି ପ୍ରସ୍ତୁତି ଶେଷ କରିଛି। ସୋମବାର MCDର ବୁଲଡୋଜର ଶାହିନବାଗରେ ଚାଲିବାର ଥିଲା। ତେବେ ଏଥିରେ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଜବରଦଖଲ ଉଚ୍ଛେଦ ବେଳେ ପୋଲିସ ଫୋର୍ସ ଅନୁପସ୍ଥିତ ରହିବେ ବୋଲି ଏମସିଡି କହିଛି। ମେୟର ମୁକେଶ ସୂର୍ଯ୍ୟ କହିଛନ୍ତି ଯେ, ଶାହିନବାଗରେ ଜବରଦଖଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏମସିଡି, ପୋଲିସ ଫୋର୍ସ ପାଇନାହିଁ।

ଶାହିନବାଗ ଉଚ୍ଛେଦରେ ଦିଲ୍ଲୀ ପୋଲିସ ସୁରକ୍ଷା ବାହିନୀ ଯୋଗାଇବାକୁ ମନା କରିଦେଇଛି। ଦିଲ୍ଲୀ ପୋଲିସ କହିଛି ଯେ, ଏଥିପାଇଁ ପର୍ଯ୍ୟାପ୍ତ ଯବାନ ନାହାଁନ୍ତି। ସୋମବାର ଶାହିନବାଗ ମେନ୍ ରୋଡ୍, ଜାସୋଲା ନାଲା ଏବଂ କାଲିନ୍ଦିକୁଞ୍ଜ ପାର୍କ ଅଞ୍ଚଳରେ ବୁଲଡୋଜର ଚାଲିବାର ଅଛି। ଏଥିପାଇଁ MCD ପୂର୍ବରୁ ନୋଟିସ୍ ମଧ୍ୟ ମାରିଛି। ତେବେ ଦକ୍ଷିଣ ଦିଲ୍ଲୀର ଏମସିଡି ସେଣ୍ଟ୍ରାଲ ଜୋନର ଚେୟାରମ୍ୟାନ୍ ରାଜପାଲ ସିଂ କହିଛନ୍ତି ଯେ, ନୋଟିସ ପରେ ୭୦ ପ୍ରତିଶତ ଅଞ୍ଚଳର ଲୋକମାନେ ନିଜେ ଜବରଦଖଲ ହଟାଇ ଦେଇଛନ୍ତି।

Also Read: Russia Victory Day ଅବସରରେ ୟୁକ୍ରେନ ସମେତ ୧୫କୁ ଏହି ବାର୍ତ୍ତା ପଠାଲେ ପୁଟିନ

ଏପ୍ରିଲର ଶେଷ ସପ୍ତାହରେ ମେୟର ମୁକେଶ ସୂର୍ଯ୍ୟ ନିଜେ ଦକ୍ଷିଣ ଦିଲ୍ଲୀର ଅନେକ ଅଞ୍ଚଳରେ ଅଧିକାରୀଙ୍କ ସହ ବେଆଇନ ନିର୍ମାଣ କାର୍ଯ୍ୟ ଉପରେ ସର୍ଭେ କରିଥିଲେ। ଏହା ପରେ ଶାହିନବାଗ ଏବଂ ଏହାର ଆଖପାଖ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଏଭଳି ପରିସ୍ଥିତିରେ ଯଦି ପୋଲିସ ସୁରକ୍ଷା ବାହିନୀ ଯୋଗାଇଥାଏ, ତେବେ ବେଆଇନ ଦଖଲରେ ଏକ ବୁଲଡୋଜର ଚଳାଇବା ନିଶ୍ଚିତ। କିନ୍ତୁ କମ ସଂଖ୍ୟକ କର୍ମଚାରୀ ଥିବା ଦର୍ଶାଇ ଦିଲ୍ଲୀ ପୋଲିସ ଏମସିଡିର କାର୍ଯ୍ୟାନୁଷ୍ଠା ଠାରୁ ଦୂରେଇ ଯାଇଛି। ଫଳରେ ଶାହିନବାଗର ଜବରଦଖଲ ଉଚ୍ଛେଦକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ-ଏମ୍) ମାର୍କ୍ସବାଦୀ ଦକ୍ଷିଣ ଦିଲ୍ଲୀର ବେଆଇନ ଭାବେ ନିର୍ମିତ ବସ୍ତିଗୁଡିକୁ ହଟାଇବାକୁ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି। ସେଥିରେ କୁହାଯାଇଛି ଯେ, MCD ଯୋଜନାବଦ୍ଧ ଭାବେ ବସ୍ତିକୁ ଭାଙ୍ଗିବାକୁ ଚାହୁଁଛି। ଗତ ମେ ୪ ତାରିଖରେ ସଙ୍ଗମ ବିହାରର ଗରିବଙ୍କ ଘର ଉପରେ ବୁଲଡୋଜର ଚଲାଯାଇଥିଲା। ବର୍ତ୍ତମାନ ସୋମବାର ପର୍ଯ୍ୟନ୍ତ ଶାହିନବାଗରେ ମଧ୍ୟ ଏହା କରିବାକୁ ଘୋଷଣା କରାଯାଇଛି। ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ବୁଲଡୋଜର ଚଳାଇବା ପାଇଁ ଅତିରିକ୍ତ ପୋଲିସ ଫୋର୍ସ ଯୋଗାଇବା ପାଇଁ ପୋଲିସ ପ୍ରଶାସନକୁ ଏକ ନୋଟିସ ପଠାଇଛି।

Also Read: 'ସୁରଟ ଫର୍ମୁଲା' କ'ଣ, ଯାହା ଉପରେ ଗୁଜୁରାଟ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି

ସୂଚନାଯୋଗ୍ୟ, ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଅବସରରେ ହିଂସାକାଣ୍ଡ ଘଟିଥିଲା। ଏହାର ଦିନକ ପରେ ସେଠାକାର ବେଆଇନ ନିର୍ମାଣ ଉପରେ  ଏମସିଡି ବୁଲଡୋଜର ଚଳାଇଥିଲା। ଉଚ୍ଛେଦ ପ୍ରକ୍ରିୟାର କିଛି ସମୟ ପରେ ସୁପ୍ରିମକୋର୍ଟ ଏମସିଡିଙ୍କ କାର୍ଯ୍ୟକୁ ସ୍ଥଗିତ ରଖିଥିଲେ। ବର୍ତ୍ତମାନ ମଧ୍ୟ ମାମଲାର ଶୁଣାଣି ବାକି ଅଛି। ତେବେ ଏମସିଡିର କାର୍ଯ୍ୟାନୁଷ୍ଠାନ ସମୟକୁ ନେଇ ଅନେକ ପ୍ରଶ୍ନ ଉଠୁଛି।