ଦାୟିତ୍ୱ ଭୁଲିଲା ଦିଲ୍ଲୀ ପୋଲିସ, ଧକ୍କା ଦେଇ ଖସି ଯିବାକୁ ଉଦ୍ୟମ
Advertisement
Article Detail0/zeeodisha/odisha705946

ଦାୟିତ୍ୱ ଭୁଲିଲା ଦିଲ୍ଲୀ ପୋଲିସ, ଧକ୍କା ଦେଇ ଖସି ଯିବାକୁ ଉଦ୍ୟମ

ଅଭିଯୁକ୍ତ ଏସଆଇ ଦିଲ୍ଲୀ ପୋଲିସର ପିସିଆର ୟୁନିଟରେ କାମ କରନ୍ତି । ତାଙ୍କ ନାଁରେ ଆଇପିସିର ଧାରା ୨୭୯ ଓ ୩୩୭ ଅନୁସାରେ ମାମଲା ରୁଜୁ କରାଯାଇଛି । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଦାୟିତ୍ୱ ଭୁଲିଲା ଦିଲ୍ଲୀ ପୋଲିସ । ଯଦି ରକ୍ଷକ ଭକ୍ଷକ ସାଜେ, ତେବେ ଆଉ କାହାକୁ କହିବା ? ପ୍ରଥମେ ଜଣେ ମହିଳାକୁ ନିଜ କାରରେ ଧକ୍କା ଦେଲେ, ଆଉ ଖସି ପଳାଇବା ଚକ୍କରରେ ତାଙ୍କ ଉପରେ ଗାଡ଼ି ଚଢ଼ାଇବାକୁ ବି ପଛାଇଲେ ନାହିଁ । ଦିଲ୍ଲୀ ପୋଲିସର ଜଣେ ସବ-ଇନ୍ସପେକ୍ଟରଙ୍କ ଏଭଳି କରନାମା ସାମ୍ନାକୁ ଆସିଛି । ସିସିଟିଭି ଭିଜୁଆଲରେ ଏ ତମାମ ଦୃଶ୍ୟ କଏଦ ହୋଇଛି । ସମ୍ପୃକ୍ତ ସବ-ଇନ୍ସପେକ୍ଟରଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଗୁରୁତର ଅବସ୍ଥାରେ ବୃଦ୍ଧ ମହିଳାଙ୍କ ଚିକିତ୍ସା ଚାଲିଛି । 

ଶୁକ୍ରବାର ଦିଲ୍ଲୀ ଗାଜୀପୁର ଅଞ୍ଚଳର ଚିଲ୍ଲା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି । ତେବେ ପୁରା ଘଟଣା ଥିଲା କିଛି ଏପରି । ଦିଲ୍ଲୀ ପୋଲିସର ଏସଆଇ ଯେଗେନ୍ଦ୍ର କାରରେ ଯାଉଥିବା ବେଳେ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲେ । ସିସିଟିଭି ଭିଜୁଆଲରେ ଦେଖିବାକୁ ମିଳିଛି, ଏହା ପରେ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଆଖପାଖର ଲୋକେ ଧାଇଁ ଆସିଥିଲେ । କାରଟିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ତେବେ କାର ଅଟକାଇବା ପରିବର୍ତ୍ତେ ପଳାଇବାକୁ ଉଦ୍ୟମ କରିଥିଲେ ଏସଆଇ ଯେଗେନ୍ଦ୍ର । ଏହି ସମୟରେ ପୁଣିଥରେ ମହିଳାଙ୍କ ଉପରେ କାର ଚଢ଼ିଯାଇଥିଲା । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ତେବେ ସିସିଟିଭିରେ ଏ ତମାମ ଚିତ୍ର ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଏସଆଇଙ୍କୁ ଗିରଫ କରିଛି ପୁଲିସ । ଯାହା ଜଣାପଡ଼ିଛି, ଅଭିଯୁକ୍ତ ଏସଆଇ ଦିଲ୍ଲୀ ପୋଲିସର ପିସିଆର ୟୁନିଟରେ କାମ କରନ୍ତି । ତାଙ୍କ ନାଁରେ ଆଇପିସିର ଧାରା ୨୭୯ ଓ ୩୩୭ ଅନୁସାରେ ମାମଲା ରୁଜୁ କରାଯାଇଛି । 

;