)
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରବାସୀ ଶ୍ରମିକଙ୍କ ସହ ସାକ୍ଷାତ କରିଛନ୍ତି । କଂଗ୍ରେସ ନେତା ଶନିବାର ଦିଲ୍ଲୀର ସୁଖଦେବ ବିହାର ଫ୍ଲାଏ ଓଭର ନିକଟରେ ଶ୍ରମିକଙ୍କୁ ଭେଟିଥିଲେ । ରାହୁଲ ଗାନ୍ଧୀ ରାସ୍ତା ଉପରେ ବସି ସେମାନଙ୍କ ସହ କଥା ହୋଇଥିଲେ । ଏହାସହ ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ସେ ଭାରତୀୟ ଯୁବ କଂଗ୍ରେସ ଓ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିକୁ ଦିଲ୍ଲୀରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନିରାପଦ ସେମାନଙ୍କ ଘରକୁ ଫେରାଇବାର ବ୍ୟବସ୍ଥା କରିବାକୁ କହିଛନ୍ତି ।
The pain of the people can only be understood by leaders who care. Here are a few glimpses of Shri @RahulGandhi interacting with migrant labourers in Delhi.#RahulCaresForIndia pic.twitter.com/wo0ULmpT7L
— Congress (@INCIndia) May 16, 2020
ଶ୍ରମିକମାନଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ କଂଗ୍ରେସ ଟ୍ୱିଟ୍ କରି କହିରିଛି । ଏହି ଟ୍ୱଟିରେ କୁହାଯାଇଛି ଯେ, ଲୋକଙ୍କ ଯନ୍ତ୍ରଣାକୁ କେବଳ ସେହି ନେତା ବୁଝିପାରିବେ, ଯିଏ ସେମାନଙ୍କ ଧ୍ୟାନ ରଖିଥାଏ । ଏହାସହ କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷଙ୍କ ସହ ଶ୍ରମିକଙ୍କ ସାକ୍ଷାତ ସମୟର ଫଟୋକୁ ମଧ୍ୟ ସେୟାର କରିଛି । ପ୍ରବାସୀ ଶ୍ରମିକ ଦେବେନ୍ଦ୍ର କହିଛନ୍ତି ଯେ, ରାହୁଲ ଗାନ୍ଧୀ କିଛି ସମୟ ପୂର୍ବରୁ ଆମକୁ ସାକ୍ଷାତ କରିବାକୁ ଆସିଥିଲେ । ସେ ଆମର ଘରକୁ ଯିବା ପାଇଁ ଏକ କାର୍ ବୁକ୍ କରିଦେଇଛନ୍ତି । ସେ ଆମକୁ ଖାଦ୍ୟ, ପାଣି ଏବଂ ମାସ୍କ ମଧ୍ୟ ଦେଇଛନ୍ତି ।
ଏଥି ସହ ଦିଲ୍ଲୀ କଂଗ୍ରେସ ନେତା ଅନିଲ ଚୌଧୁରୀ କହିଛନ୍ତି ଯେ, ଶ୍ରମିକମାନଙ୍କୁ ଗିରଫ କରାଯାଉଥିବା ଖବର ମିଳିବା ରାହୁଲ ଗାନ୍ଧୀ ଏଠାକୁ ଆସି ତାଙ୍କୁ ସାକ୍ଷାତ କରିଛନ୍ତି । ଆମେ ପୋଲିସ ସହ କଥା ହୋଇଥିଲୁ ଓ ସେମାନେ ସହମତ ହୋଇଥିଲେ ଯେ ସେମାନେ ଦୁଇ ଜଣଙ୍କୁ ଯିବାକୁ ଅନୁମତି ଦେବେ । ଆମର କାର୍ଯ୍ୟକର୍ତ୍ତା ଶ୍ରମିକଙ୍କୁ ସେମାନଙ୍କ ଘରକୁ ନେଇ ଯାଉଛନ୍ତି । ଆମେ ଦୁଇ ଜଣଙ୍କ ସହ ଶ୍ରମିକଙ୍କୁ ନେଇଯାଉଛୁ