ଏହି ସମୟରେ କୋରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ବିଶ୍ୱର ୧୦ଟି ଦେଶ ତାଲିକାରେ ବ୍ରିଟେନକୁ ପଛରେ ପକାଇ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ବର୍ତ୍ତମାନ ଯାଏ ଦେଶରେ ୨ ଲକ୍ଷ ୯୩ ହଜାର ୭୫୪ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Trending Photos
)
ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଦେଶରେ କୋରୋନା ଭାଇରସର ୨ ଲକ୍ଷ ୯୩ ହଜାରରୁ ଅଧିକ ମାମଲା ରହିଛି । ଏହା ବ୍ୟତୀତ ଏହି ମହାମାରୀ ଭାଇରସ ଯୋଗୁଁ ଦେଶରେ ବର୍ତ୍ତମାନ ଯାଏ ୮ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ସମୟରେ ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩୪,୬୮୭ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮୭୭ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଗୋଟିଏ ଦିନରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୮୬ କୋରୋନା ସଂକ୍ରମିତ ମଧ୍ୟ ସୁସ୍ଥ ହୋଇଛନ୍ତି ।
ଏହା ଫଳରେ ରାଜଧାନୀରେ ବର୍ତ୍ତମାନ ଯାଏ ୧୨,୭୩୧ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ ଜଣ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ଯାହାକି ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ମୃତ୍ୟୁ ଘଟଣା ରେକର୍ଡ ହୋଇଛି । ଏହା ସହିତ ୩୬ ପୁରୁଣା ମୃତ୍ୟୁ ସଂଖ୍ୟାକୁ ବର୍ତ୍ତମାନର ମୃତ୍ୟୁ ସଂଖ୍ୟା ସହ ଯୋଡ଼ା ଯାଇଛି । ଫଳରେ ରାଜଧାନୀରେ ବର୍ତ୍ତମାନ ଯାଏ ୧୦୮୫ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀରେ ବର୍ତ୍ତମାନ ୨୦ ହଜାର ୮୭୧ ସକ୍ରିୟ ମାମଲା ରହିଛି ।
ଅନ୍ୟପକ୍ଷେ ଏହି ସମୟରେ କୋରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ବିଶ୍ୱର ୧୦ଟି ଦେଶ ତାଲିକାରେ ବ୍ରିଟେନକୁ ପଛରେ ପକାଇ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ବର୍ତ୍ତମାନ ଯାଏ ଦେଶରେ ୨ ଲକ୍ଷ ୯୩ ହଜାର ୭୫୪ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷେ ପୂର୍ବରୁ ଚତୁର୍ଥ ସ୍ଥାନରେ ଥିବା ବ୍ରିଟେନରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୧ ହଜାର ୫୫୮ ରହିଛି । ଭାରତ ବର୍ତ୍ତମାନ ଋଷ, ବ୍ରାଜିଲ୍ ଏବଂ ଆମେରିକା ପଛରେ ରହିଯାଇଛି ।
ଆମେରିକାରେ ସର୍ବାଧିକ ୨୦ ଲକ୍ଷ ସଂକ୍ରମିତ ମାମଲା ରହିଛି । ଏହା ପରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ପହଞ୍ଚିଛି । ସେହିପରି ଋଷ ତୃତୀୟ ସ୍ଥାନ ରହିଛି । ଏଠାରେ ୪ ଲକ୍ଷ ୯୩ ହଜାର କୋରୋନା ସଂକ୍ରମିତ ମାମଲା ରହିଛି ।