ହାଡଭଙ୍ଗା ଶୀତରେ ଥରୁଛି ଦିଲ୍ଲୀ, ବିଗତ ୧୭ ବର୍ଷର ରେକର୍ଡ ଭାଙ୍ଗିଲା ସର୍ବନିମ୍ନ ତାପମାତ୍ରା
Advertisement

ହାଡଭଙ୍ଗା ଶୀତରେ ଥରୁଛି ଦିଲ୍ଲୀ, ବିଗତ ୧୭ ବର୍ଷର ରେକର୍ଡ ଭାଙ୍ଗିଲା ସର୍ବନିମ୍ନ ତାପମାତ୍ରା

ରବିବାର ସକାଳେ ୭ଟା ସମୟରେ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। 

ହାଡଭଙ୍ଗା ଶୀତରେ ଥରୁଛି ଦିଲ୍ଲୀ, ବିଗତ ୧୭ ବର୍ଷର ରେକର୍ଡ ଭାଙ୍ଗିଲା ସର୍ବନିମ୍ନ ତାପମାତ୍ରା

ନୂଆଦିଲ୍ଲୀ: ବିଗତ କିଛି ଦିନ ମଧ୍ୟରେ ଦିଲ୍ଲୀରେ (Delhi)ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି। ଅନ୍ୟପଟେ ହାଡଭଙ୍ଗା ଶୀତ ରାଷ୍ଟ୍ରୀୟ ରାଜଧାନୀ (National Capital)ବାସିନ୍ଦାଙ୍କ ଲାଗି ଏକ ନୂଆ ସମସ୍ୟା ଭାବେ ମୁଣ୍ଡ ଟେକିଛି। ବିଗତ ୧୭ ବର୍ଷର ରେକର୍ଡ ଭାଙ୍ଗିଛି ରବିବାରର (ନଭେମ୍ବର ୨୨, ୨୦୨୦) ତାପମାତ୍ରା। ଆଜି ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା (Minimum Temperature)
୬.୯ ଡିଗ୍ରୀ ରେକର୍ଡ କରାଯାଇଛି।  

ରବିବାର ସକାଳେ ୭ଟା ସମୟରେ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ (Metrological Department)। ହେଲେ ତାପମାତ୍ରା ଏହାଠୁ ତଳକୁ ଖସିଯାଇଛି। ଆଗାମୀ ଦିନରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ବଢିବା ନେଇ ପୂର୍ବାନୁମାନ କରାଯାଇଛି। 

ଶୁକ୍ରବାର ରାଷ୍ଟ୍ରୀୟ ରାଜଧାନୀରେ ଶୀତ ଲହରୀ ଜାରି ରହିଥିବା ବେଳେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୬.୯ ଡିଗ୍ରୀ ରେକର୍ଡ କରାଯାଇଛି। ଯାହା ୨୦୦୩ ନଭେମ୍ବର ପରଠୁ ସବୁଠାରୁ କମ ତାପମାତ୍ରା। ଭାରତୀୟ ପାଣିପାଗ ବିଭାଗ-ଆଇଏମଡି (IMD-Indian Metrological Department)ଅନୁସାରେ ଶୁକ୍ରବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରହିଥିଲା। ଯାହା ଗତ  ୧୪ ବର୍ଷ ମଧ୍ୟରେ ମାସର ସର୍ବନିମ୍ନ ତାପମାତ୍ରା।
 ଏନେଇ ଦିଲ୍ଲୀସ୍ଥିତ ଆଇଏମଡି ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ ସଫଦରଜଙ୍ଗ ଅବଜରଭେଟୋରୀ ଠାରେ ସର୍ବନିମ୍ନ ତାପମାତ୍ରା ୬.୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ନଭେମ୍ବର ୨୦୦୩  ପରଠାରୁ ଦିଲ୍ଲୀରେ ଏହି ମାସରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହି ବର୍ଷ ନଭେମ୍ବରରେ ସର୍ବନିମ୍ନ ତାପମାତ୍ରା ୬.୧ ଡିଗ୍ରୀ ସେଲସିୟସ୍ ରହିଥିଲା। ପାଲାମ ପାଣିପାଗ କେନ୍ଦ୍ରର ସର୍ବନିମ୍ନ ତାପମାତ୍ରା ୬.୧ ଡିଗ୍ରୀ ସେଲସିୟସରେ ପହଞ୍ଚିଛି।
 
ସ୍ଥଳଭାଗରେ ୧୦ ଡିଗ୍ରୀ ସେଲସିୟସ କିମ୍ବା ଏହାଠୁ କମ ତାପମାତ୍ରା ରହିବା କାରଣରୁ ଏବଂ ଲଗାତାର ୨ ଦିନ ଧରି ସାଧାରଣ ତାପମାତ୍ରା ୪.୫ ଡିଗ୍ରୀ  ସେଲିସିୟସ ରହିବା ପରେ ଶୀତ ଲହରୀ ଅନୁଭୂତ ହେଉଥିବା ନେଇ ଘୋଷଣା କରିଥାଏ ଆଇଏମଡି। ଦିଲ୍ଲୀ ଭଳି ସ୍ଥାନରେ ଯଦି ତାପମାତ୍ରାର ପରିମାଣ ଏପରି ରହେ ତାହେଲେ ଶୀତ ଲହରୀ ଚାଲିଥିବା ନେଇ ଘୋଷଣା କରାଯାଇଥାଏ। ସର୍ବନିମ୍ନ ତାପମାତ୍ରାରେ ୨-୩ ଡିଗ୍ରୀ ସେଲସିୟସ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଗତ ବର୍ଷ ନଭେମ୍ବର ମାସରେ ଦିଲ୍ଲୀର ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସ, ୨୦୧୮ରେ ୧୦.୫ ଡିଗ୍ରୀ ସେଲସିୟସ ଏବଂ ୨୦୧୭ରେ ୭.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୧୯୩୮ ମସିହା ନଭେମ୍ବରରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୩.୯ ଡିଗ୍ରୀ ରେକର୍ଡ କରାଯାଇଥିଲା। ବରଫ ଆଚ୍ଛାଦିତ ପଶ୍ଚିମ ହିମାଳୟ ଅଞ୍ଚଳରୁ ଥଣ୍ଡା ପବନ ପ୍ରବାହିତ ହେତୁ ତାପମାତ୍ରା ହ୍ରାସ ପାଇଛି। ହେଲେ ଆସନ୍ତା ୪-୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଇଏଡି।