• ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ ଅଷ୍ଟ୍ରେଲିଆର ବାଣିଜ୍ୟ ଏବଂ ବିନିଯୋଗ ମନ୍ତ୍ରୀ ଡାନ ତେହାନ।
  • ପଞ୍ଜାବ: ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅନିରୁଦ୍ଧ ତେୱାରୀ ରାଜ୍ୟର ନୂତନ ମୁଖ୍ୟ ସଚିବ ଭାବେ ନିଯୁକ୍ତ।
  • ଗୁଜୁରାଟ ମୁନ୍ଦ୍ରା ବନ୍ଦର ହିରୋଇନ୍ ଜବତ ମାମଲାରେ ମନି ଲଣ୍ଡରିଂର ଯାଞ୍ଚ କରିବ ED।
  • ମାଲକାନିଗିର: ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ ଗିରଫ।
  • ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ବେଳାଭୂମିର ୫୦ ଫୁଟରୁ ଅଧିକ ଭିତରକୁ ପଶି ରାତି ଅଧିଆ ପାଚେରୀ ଭାଙ୍ଗି ନେଲା ପଶ୍ଚିମବଙ୍ଗ ପ୍ରଶାସନ।
  • ବାଲିଆପାଳ ଗେଁଗୁତିଆରେ ପରକିୟା ପ୍ରୀତିରୁ ହତ୍ୟାକାଣ୍ଡ । ମୃତକ ଜଣକ ତରୁଣ ପାତ୍ର, ପୋଲିସର ତଦନ୍ତ ଜାରି ।
  • ମୟୂରଭଞ୍ଜ: ମୃତା କାଞ୍ଚନି ପରିବାରକୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଲେ ବିଜେଡି ବିଧାୟକ ପ୍ରଣବ ଦାସ ।
  • ଆମେରିକାର ପ୍ରଥମ ଦିନ ଗସ୍ତରେ ଉପରାଷ୍ଟ୍ରପତି କମଳା ହାରିସ ଓ ବିଶ୍ୱସ୍ତରୀୟ CEOଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି ।
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ଭେକ୍ସିନର ଉଭୟ ଡୋଜ ନେଇଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରୁଛି Delta Variant

ବୈଜ୍ଞନିକଙ୍କ ଅନୁଯାୟୀ ଭାରତରେ ଚିହ୍ନିତ ଡେଲଟା ଭାରିଏଣ୍ଟ କୋରୋନା ଭାଇରସର ଅନ୍ୟ ଭାରିଏଣ୍ଟ ତୁଳନାରେ ଅଧିକ ବିପଜ୍ଜନକ ଅଟେ । ଏହା ଅତି ସହଜରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ସ୍ଥାନାନ୍ତରିତ ହୁଏ । ଏହା ପୂର୍ବ ଭାରିଏଣ୍ଟ ଅପେକ୍ଷା ଟିକା ଗ୍ରହଣ କରୁଥିବା ଲୋକଙ୍କୁ ସଂକ୍ରମିତ କରିବାରେ ଅଧିକ ସକ୍ଷମ ଅଟେ ।  

ଭେକ୍ସିନର ଉଭୟ ଡୋଜ ନେଇଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରୁଛି Delta Variant
ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: କୋରୋନା ଭାଇରସ ମାମଲାରେ ହ୍ରାସ ଘଟିଛି । କିନ୍ତୁ ସମ୍ଭାବ୍ୟ ତୃତୀୟ ଲହରର (Covid Third Wave) ଭୟ ମଧ୍ୟରେ ଆଉ ଏକ ସଙ୍କଟ ସାମ୍ନାକୁ ଆସିଛି । ଧୀରେ ଧୀରେ ବଢ଼ୁଥିବା ଡେଲଟା ଭାରିଏଣ୍ଟ (Delta Variant) ଗୁଡ଼ିକ ଚିନ୍ତା ବଢ଼ାଇ ଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱାସ କରାଯାଉଥିଲା ଯେ ଟିକା ଏହି କୋରୋନା ଭାଇରସ୍ (Coronavirus) ସହିତ ଲଢ଼ିବାରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ, କିନ୍ତୁ ବର୍ତ୍ତମାନ ଏହିପରି କିଛି ତଥ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କୁହାଯାଉଛି ଯେ କୋରୋନା ଭୂତାଣୁର ଡେଲଟା ଭାରିଏଣ୍ଟ ମଧ୍ୟ କୋଭିଡ ଟିକା (Covid19 Vaccine)ଗ୍ରହଣ କରୁଥିବା ଲୋକଙ୍କୁ ସଂକ୍ରମିତ କରୁଛି ।

ବର୍ତ୍ତମାନ ସାରା ବିଶ୍ୱରେ କୋରୋନା ଭୂତାଣୁ ସମ୍ବନ୍ଧରେ ଗବେଷଣା ଚାଲିଛି ଓ ଏହାର ମୁକାବିଲା ପାଇଁ ବୈଜ୍ଞାନିକମାନେ ନିରନ୍ତର ଚେଷ୍ଟା କରୁଛନ୍ତି । ଏହି ସମୟରେ ୧୦ ଜଣ ଅଗ୍ରଣୀ କୋଭିଡ-୧୯ ବିଶେଷଜ୍ଞ ଏକ ସାକ୍ଷାତକାରରେ କହିଛନ୍ତି ଯେ କୋରୋନା ଭୂତାଣୁ ପ୍ରତି ଟିକା ସୁରକ୍ଷା ଅତ୍ୟନ୍ତ ଶକ୍ତିଶାଳୀ ଓ ଯେଉଁମାନଙ୍କୁ ଏପର୍ଯ୍ୟନ୍ତ ଟିକାକରଣ କରାଯାଇ ନାହିଁ ସେମାନେ ଏହି ସମୟରେ ଅଧିକ ବିପଦରେ ଅଛନ୍ତି ।

ଅଧିକ ପଢ଼ନ୍ତୁ: ବିଜୟ ମାଲ୍ୟାଙ୍କୁ ବଡ଼ ଝଟକା! ପଳାତକ ବ୍ୟବସାୟୀଙ୍କୁ ଦେବାଳିଆ ଘୋଷଣା କଲା ଲଣ୍ଡନ ହାଇକୋର୍ଟ

ବୈଜ୍ଞନିକଙ୍କ ଅନୁଯାୟୀ ଭାରତରେ ଚିହ୍ନିତ ଡେଲଟା ଭାରିଏଣ୍ଟ କୋରୋନା ଭାଇରସର ଅନ୍ୟ ଭାରିଏଣ୍ଟ ତୁଳନାରେ ଅଧିକ ବିପଜ୍ଜନକ ଅଟେ । ଏହା ଅତି ସହଜରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ସ୍ଥାନାନ୍ତରିତ ହୁଏ । ଏହା ପୂର୍ବ ଭାରିଏଣ୍ଟ ଅପେକ୍ଷା ଟିକା ଗ୍ରହଣ କରୁଥିବା ଲୋକଙ୍କୁ ସଂକ୍ରମିତ କରିବାରେ ସକ୍ଷମ ଅଟେ ।

ଡେଲଟା ଭାରିଆଣ୍ଟ ବିଶ୍ୱ ପାଇଁ ଏକ ବଡ଼ ବିପଦ 
ବର୍ତ୍ତମାନ କୋରୋନା ଭୂତାଣୁର ଡେଲଟା ଭାରିଏଣ୍ଟ ସମଗ୍ର ବିଶ୍ୱ ପାଇଁ ସବୁଠାରୁ ବଡ ବିପଦ ହୋଇ ରହିଛି । ମାଇକ୍ରୋବାୟୋଲୋଜିଷ୍ଟ୍ ଶାରନ୍ ପେକକ୍ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଭୂତାଣୁର ଦ୍ରୁତତମ ଭାରିଏଣ୍ଟ ହେଉଛି ଡେଲଟା ଭାରିଏଣ୍ଟ । ଶିରାନଙ୍କ ଅନୁଯାୟୀ ଏହି ଭୂତାଣୁ ନିଜ ଭିତରେ ପରିବର୍ତ୍ତନ ହୋଇ ଏକ ନୂଆ ରୂପରେ ବାହାରି ଆସନ୍ତି । ଏହାର ନୂତନ ରୂପ ବେଳେବେଳେ ମୂଳ ଅପେକ୍ଷା ଅଧିକ ବିପଜ୍ଜନକ ଅଟେ ।

ଅଧକ ପଢ଼ନ୍ତୁ: କୋରୋନା ଭାଇରସ୍ ଆଜିର ନୁହେଁ, ଏହା ୧୯ ବର୍ଷ ପୂର୍ବେ ଚୀନରେ ବ୍ୟାପିଥିଲା!

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେପର୍ଯ୍ୟନ୍ତ ଡେଲଟା ଭାରିଏଣ୍ଟ ପାଇଁ ଏକ ପ୍ରଭାବଶାଳୀ ସମାଧାନ ନ ଆସିଛି, ସେପର୍ଯ୍ୟନ୍ତ ଟିକାକରଣ ଅଭିଯାନ ଜାରି ରଖିବା, ମାସ୍କ ବ୍ୟବହାର, ପରିମଳ ଓ ସାମାଜିକ ଦୂରତା ରଖିବା ଆବଶ୍ୟକ । ଜନସ୍ୱାସ୍ଥ୍ୟ ଇଂଲଣ୍ଡର ଏକ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଦିନ ବ୍ରିଟେନରେ ଡେଲଟା ସଂକ୍ରମଣରେ ମୋଟ ୩୬୯୨ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏଥିମଧ୍ୟରୁ ୫୮ ପ୍ରତିଶତରୁ ଅଧିକ ଲୋକ ଟିକାକରଣ ହୋଇନଥିଲା, କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ପ୍ରାୟ ୨୩ ପ୍ରତିଶତ ଲୋକ ଡେଲ୍ଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ ଯେଉଁମାନେ ଟିକା ଉଭୟ ଡୋଜ ନେଇଥିଲେ ।