• ଦେଶ ପାଳୁଛି ୭୨ତମ ଗଣତନ୍ତ୍ର ଦିବସ ।ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା
  • ରାଜ୍ୟ ରାଜଧାନୀରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସମ୍ମାନୀୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  • ୩ଟି ରୁଟ ଦେଇ ଆରମ୍ଭ ହେଲା ଆନ୍ଦୋଳନରତ କୃଷକଙ୍କ ଟ୍ରାକ୍ଟର ରାଲି ।
  • ୧୫ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଟ୍ରାକ୍ଟର ସାମିଲ ।
  • ଲଦାଖରେ ଆଇଟିବିପି ଯବାନଙ୍କ ପତାକା ଉତ୍ତୋଳନ । ଭାରତୀୟ ସେନା ପାଳିଲା ଗଣତନ୍ତ୍ର ଦିବସ ।
  • ହିମାଳୟରେ ପତାକା ଉଡ଼ାଇଲେ ଓଡ଼ିଆ ଯୁବକ । ହିମାଳୟର ଦୟାରା ବୁଗ୍ୟାଲରେ ଉଡ଼ାଇଲେ ପତାକା ।
  • ଦିଲ୍ଲୀରେ ଉଗ୍ରରୂପ ନେଇଛି ଚାଷୀ ଆନ୍ଦୋଳନ ।
  • ଆନ୍ଦୋଳନ ସମୟରେ ହିଂସା ଭିଆଉଛନ୍ତି ଆନ୍ଦୋଳନରତ ଚାଷୀ। ଟିକ୍ରି, ସିଂଘୁ, ଗାଜିପୁର ସୀମା ଚରମ ସୀମାରେ ଉତ୍ତେଜନା ।
  • ପୋଲିସ ଉପରକୁ ଢେଲାମାଡ଼ । ଟ୍ରାକ୍ଟର ଚଢାଇବାକୁ ଉଦ୍ୟମ ।
  • ଲାଲକିଲ୍ଲାରେ ଚଢିଲେ ଆନ୍ଦୋଳନରତ ଚାଷୀ ।

ଆଧାର ଶିଳା ରଖିବା ପରେ ବଢିଲା ଜମିର ଚାହିଦା, ୪ ଗୁଣ ବୃଦ୍ଧି ପାଇଲା ମୂଲ୍ୟ

ରାମ ମନ୍ଦିର ଲାଗି ଅଯୋଧ୍ୟାରେ ଆଧାର ଶିଳା ରଖାଯିବା ପରେ ବୃଦ୍ଧି ପାଇଛି ଜମିର ମୂଲ୍ୟ । 

 ଆଧାର ଶିଳା ରଖିବା ପରେ ବଢିଲା ଜମିର ଚାହିଦା, ୪ ଗୁଣ ବୃଦ୍ଧି ପାଇଲା ମୂଲ୍ୟ

ଲକ୍ଷ୍ନୌ: ଧାର୍ମିକ ନଗରୀ ଅଯୋଧ୍ୟା (Ayodhya) ଠାରେ ରାମ ମନ୍ଦିର (Ram Mandir) ନିର୍ମାଣ ଲାଗି ଦେଶର ସର୍ବୋଚ୍ଚ ନ୍ୟାୟାଳୟ (Supreme Court) ନିର୍ଦ୍ଦେଶ ଦେବା ପରେ ଏଠାରେ ଜମିର ମୂଲ୍ୟ ଆକାଶଛୁଆଁ ଭାବେ ବଢିଯାଇଛି ।  ମନ୍ଦିର ନିର୍ମାଣ ଲାଗି ଆଧାର ଶିଳା ରଖାଯିବା ପରେ ଏଠାକାର ଜମିର ମୂଲ୍ୟ ୪ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏପରିକି ଏଠାକାର ଜମି ବର୍ଗଫୁଟ (Square Foot)ରେ ବିକ୍ରି ହେଉଛି ।   

ଏଠାରେ ଜମି କଣିବାକୁ ଆଗ୍ରହୀ ଥିବା ଲୋକ ହୋଟେଲ, ରେସ୍ତୁରାଁ, ଧର୍ମଶାଳା ଆଦି ନିର୍ମାଣ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି ଜମି କାରବାର ସହ ଜଡିତ ଲୋକ । ରାମ ନଗରୀ (Ram Nagari) ନିକଟରେ ଅବସ୍ଥିତ ଥିବା ୪ଟି ଗାଁ ହେଉଛି ମାଜା ବରହଟା, ଶାହନବା, ମାଜା ଜମଥରା, ମିରାପୁର ଦୁଆବ । ଏହି ସମସ୍ତ ଗ୍ରାମ ସରୟୁ ନଦୀ (Sarayu River) ତଟରେ ଅବସ୍ଥିତ । 

ଏହି ଗାଁ ମଧ୍ୟରୁ କୌଣସି ଏକ ଗାଁରେ ଭଗବାନ ରାମ (Lord Ram) ଙ୍କ ୨୫୧ ମିଟର ପ୍ରତିମୂର୍ତ୍ତୀ ସ୍ଥାପନ କରିବା ଲାଗି ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଏହି ଅଞ୍ଚଳରେ କୌଣସି ବଡ ଧରଣର ଜମିକୁ କିଣାବିକା କରିବା ଉପରେ ରୋକ ଲଗାଇ ଦିଆଯାଇଛି । ଏଥିଲାଗି ପ୍ରଥମେ ଅନୁମତି ନେବାକୁ ହେବ ।     

ପୂର୍ବ ଦିନ, ଯେତେବେଳେ ଅଯୋଧ୍ୟା ନିକଟରେ ଥିବା ମେରାପୁର ଦୁଆବାରେ ପ୍ରଭୁ ରାମଙ୍କ ଉଚ୍ଚ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା, ସେତେବେଳେ ଏଠାକାର ସ୍ଥାନୀୟ ଅଧିବାସୀ କୋର୍ଟରେ କରିଥିବା ଅଭିଯୋଗରେ ଦର୍ଶାଇ ଥିଲେ ଏନେଇ ପ୍ରଶାସନ ପକ୍ଷରୁ କମ୍ କ୍ଷତିପୂରଣ ଦିଆଯାଉଛି ।

ଯାହା ପରେ ଏବେ ମାଝା ବରହଟା ଠାରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତିକୁ ସ୍ଥାପନ କରିବାକୁ ପ୍ରସ୍ତୁତି କରାଯାଉଛି । ଏଥି ଲାଗି ଆବଶ୍ୟକୀୟ ଜମି ପ୍ରଶାସନ ପକ୍ଷରୁ କିଣାଯିବା ସହ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଉଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବା ସହ ପର୍ଯ୍ୟଟକ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ଏହାକୁ ଦୃଷ୍ଟିରେ ରଖି ଶିଳ୍ପପତି ମଧ୍ୟ ଏଠାରେ ବ୍ୟବସାୟ ବିସ୍ତାର କରିବାକୁ ଜମି ଖୋଜୁଛନ୍ତି । ଏଥିରେ ମୁଖ୍ୟତଃ ହୋଟେଲ ଏବଂ ଧର୍ମଶାଳା ଖୋଲିବାକୁ ସେମାନେ ଜମି ଖୋଜୁଛନ୍ତି।
 
ଏନେଇ ଅଯୋଧ୍ୟା ମେୟର (Mayor of Ayodhya) ଋଷିକେଶ ଉପାଧ୍ୟାୟଙ୍କ ପକ୍ଷରୁ କୁହାଯାଇଛି ମନ୍ଦିର ନିର୍ମାଣ ସହ ଏଠାରେ ରୋଜଗାର ବୃଦ୍ଧି ପାଇବ । ଦେଶ ଦୁନିଆରୁ ଲୋକ କେବଳ ବ୍ୟବସାୟ ନୁହେଁ ଧାର୍ମିକ ଦୃଷ୍ଟିକୋଣରୁ ମଧ୍ୟ ଆସୁଛନ୍ତି । ବର୍ତ୍ତମାନ ଏଠାରେ ଅନେକ ଲୋକ ଧର୍ମଶାଳା, କଥା ମଣ୍ଡପ, ହୋଟେଲ ଆଦି ଖୋଲିବା ଉପରେ ଦୃଷ୍ଟି ଦେଉଛନ୍ତି । ଏହି କାରଣରୁ ଅଯୋଧ୍ୟାରେ ଜମି ମୂଲ୍ୟ ବୃଦ୍ଧି ପାଇବା ସ୍ୱାଭାବିକ ।