• ଦେଶରେ ଦୈନିକ କୋରୋନା ସଂକ୍ରମଣ ୨ ଲକ୍ଷ ପାର୍
  • ଦେଶରେ ଗତ ଦିନକରେ ୨ ଲକ୍ଷ ୭୩୮ ସଂକ୍ରମିତ ଚିହ୍ନଟ
  • କୋରୋନାରେ ୧ ହଜାର ୩୮ ଜଣଙ୍କ ମୃତ୍ୟୁ
  • ଗତ ଦିନକରେ କୋରୋନାରୁ ୯୩ ହଜାର ୫୨୮ ସୁସ୍ଥ
  • ଦେଶରେ ସଂକ୍ରମତି ସଂଖ୍ୟା ୧ କୋଟି ୪୦ ଲକ୍ଷ ୭୪, ୫୬୪କୁ ବୃଦ୍ଧି
  • କୋରୋନାରୁ ମୋଟ ୧ କୋଟି ୨୪ ଲକ୍ଷ ୨୯, ୫୬୪ ସୁସ୍ଥ
  • ଦେଶରେ ୧୪ ଲକ୍ଷ ୭୧, ୮୭୭ କୋରୋନା ସଂକ୍ରମିତ ସକ୍ରିୟ
  • କୋରୋନାରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୩, ୧୨୩କୁ ବୃଦ୍ଧି
  • ଆଜି ଯାଏ ୧୧ କୋଟି ୪୪ ଲକ୍ଷ ୯୩, ୨୩୮ଜଣଙ୍କୁ ଟିକାକରଣ
  • ଦେଶରେ ଗତ ଦିନକରେ ୧୩ ଲକ୍ଷ ୮୪, ୫୪୯ ନମୁନା ପରୀକ୍ଷା

ଅନ୍ତର୍ଜାତୀୟ ଉଡ଼ାଣ ଉପରେ ଲାଗିଲା ରୋକ

କୋରୋନା ଭୟ ନ ଥମୁଣୁ କୋରୋନାର ନୂଆ ଷ୍ଟ୍ରେନ ଦେଶବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିବାକୁ ଲାଗିଲାଣି ।

ଅନ୍ତର୍ଜାତୀୟ ଉଡ଼ାଣ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: କୋରୋନା ଭୟ ନ ଥମୁଣୁ କୋରୋନାର ନୂଆ ଷ୍ଟ୍ରେନ ଦେଶବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିବାକୁ ଲାଗିଲାଣି । ବ୍ରିଟେନ, ଦକ୍ଷିଣ ଆଫ୍ରିକାରେ କୋରୋନାର ନୂଆ ଷ୍ଟ୍ରେନ ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ ଅନ୍ତର୍ଜାତୀୟ ବିମାନ ଉଡାଣକୁ ବାତିଲ କରିବାକୁ ଯାଉଛନ୍ତି ଭାରତ ସରକାର । ଏନେଇ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।  

ବିଭାଗ ଦେଇଥିବା ସୂଚନା ମୁତାବକ ଅନ୍ତରାଷ୍ଟ୍ରୀୟ ଉଡ଼ାଣ ଉପରେ ସରକାର ପୂର୍ବରୁ ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ସୀମିତ ରଖିଥିଲେ। ମାତ୍ର କୋରୋନାର ନୂଆଷ୍ଟ୍ରେନ ଦେଖା ଦେଇଥିବାରୁ ଏହି ବାତିଲକୁ ଆସନ୍ତା ମାସ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ବିଭାଗ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ୨୦୨୦ ମାର୍ଚ୍ଚ ମାସ ଠାରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଛି । ତେବେ ବନ୍ଦେ ଭାରତ ମିଶନ ଅଧିନରେ କିଛି ବିମାନ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଥିଲା । ଏହି ଯୋଜନା ମାଧ୍ୟମରେ ବିଦେଶରୁ ଶତାଧିକ ଭାରତୀୟଙ୍କୁ ଫେରାଇ ଅଣାଯାଇପାରିଥିଲା । 

ଏହାରି ମଧ୍ୟରେ ଭାରତ ସହିତ ଅନ୍ୟ କିଛି ରାଷ୍ଟ୍ର ସହିତ ଏୟାର ବବଲ ବୁଝାମଣା ଅନୁଯାୟୀ କିଛି ରାଷ୍ଟ୍ରକୁ ବିମାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ଏହାରି ମଧ୍ୟରେ କିଛି କାର୍ଗୋ ବିମାନ ମଧ୍ୟ ଚଳାଚଳ କରିଥିଲା । ତେବେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ ବୋଇଥିବା ପ୍ରତିବନ୍ଧକରୁ କାର୍ଗୋ ବିମାନକୁ ଦୁରେଇ ରଖାଯାଇଛି । କାର୍ଗୋ ବିମାନ ଗୁଡ଼ିକ ଚଳାଚଳ ପାଇଁ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । 

ସୂଚନା ଯୋଗ୍ୟ ବିଶ୍ୱର ପ୍ରମୁଖ ରାଷ୍ଟ୍ରଗୁଡ଼ିକରେ କୋରୋନାର ନୂଆ ଷ୍ଟ୍ରେନ ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଭାରତରେ କୋରୋନାର ନୂଆ ସଂକ୍ରମଣ ପ୍ରବେଶ କରୁଥିବା ଜଣାପଡ଼ିଛି । ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶରେ ଏହି ନୂଆ ଷ୍ଟ୍ରେନ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ତେବେ ଏଭଳି ବିପଦକୁ ଦୃଷ୍ଟିରେ ରଖି ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ।