Trending Photos
)
ନୂଆଦିଲ୍ଲୀ: ବହୁ ବାଦ ବିବାଦ, ଦ୍ୱନ୍ଦ୍ୱ ମଧ୍ୟରେ ସୁରୁଖୁରୁ ତଥା ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି ଗୁଣ୍ଡିଚା ଯାତ୍ରା। ଗତ ୨୨ ତାରିଖରେ ସୁପ୍ରିମକୋର୍ଟ ରଥଯାତ୍ରାର ଆୟୋଜନ ନେଇ ଗ୍ରୀନ ସିଗନାଲ ଦେଇଥିଲେ। ସୁପ୍ରିମକୋର୍ଟରୁ ଅନୁମତି ମିଳିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରଥ ଯାତ୍ରାର ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ସେପଟେ ସୁପ୍ରିମକୋର୍ଟର ଏହି ନିଷ୍ପତ୍ତି ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।
ବର୍ଷବର୍ଷର ପରମ୍ପରା ବନ୍ଦ ହେବା ନେଇଁ ଯେଉଁ ସନ୍ଦେହ ଉପୁଜିଥିଲା, ସେଥିରେ ପୂର୍ଣ୍ଣଛେଦ ପଡ଼ିଥିଲା। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବେଶ ଐତିହାସିକ ହେବ ବୋଲି ଆଲୋଚନା ଜୋର ହୋଇଥିଲା। ଗଜପତି ମହାରାଜଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ବେଶ ସ୍ୱାଗତ କରିଥିଲେ।
ଏହି କ୍ରମରେ ଭାରତୀୟ କ୍ରିକେଟ ଦଳର ସଦସ୍ୟ ଶିଖର ଧଓ୍ୱନ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ ବେଶ ଖୁସି ବ୍ୟକ୍ତ କରିଛନ୍ତି। ଏହା ସହିତ ସେ ସମସ୍ତଙ୍କୁ ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ରଥଯାତ୍ରା ଆଯୋଜନ ନେଇ ଯେଉଁ ଆଇନଜୀବୀ ମାମଲା ଲଢିଥିଲେ ସେମାନଙ୍କୁ ମଧ୍ୟ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିଛନ୍ତି।
ଦୁଇ ବରିଷ୍ଠ ଆଇନଜୀବୀ ମହେଶ ଜେଠଲାନୀ ଓ ସାର୍ଥକ ନାୟକଙ୍କୁ ଶୁଭେଚ୍ଛା ଦେଇ କହିଛନ୍ତି କି, ସୁପ୍ରିମକୋର୍ଟ ରଥଯାତ୍ରା ଆଯୋଜନ ନେଇ ମାମଲାକୁ ସଠିକ ଢଙ୍ଗରେ ଲଢିଥିଲେ। ଫଳରେ ରଥଯାତ୍ରା ଆୟୋଜନ ନେଇ ସୁପ୍ରିମକୋର୍ଟ ରଥଯାତ୍ରା ଆୟୋଜନ ନେଇ ଗ୍ରୀନ ସିଗନାଲ ଦେଇଥିଲେ। ଯାହା ଫଳରେ ଆମର ପରମ୍ପରା ବଜାୟ ରହିଥିଲା ବୋଲି ସେ କହିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୩ ଜୁନରେ ଅନୁଷ୍ଠିତ ହୋଇଥିବା ମହାପ୍ରଭୁ ଜଗନ୍ନାଥଙ୍କର ରଥ ଯାତ୍ରାକୁ ସୁପ୍ରିମକୋର୍ଟ ରଦ୍ଦ ଆଯୋଜନ କରିବାକୁ ଅନୁମତି ପ୍ରଦାନ କରିନଥିଲେ।
ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଭକ୍ତଙ୍କୁ ଗଭୀର ଆଘାତ ମଧ୍ୟ ଦେଇଥିଲା। ଏହାର ପୁନର୍ବିଚାର କରିବାକୁ ମଧ୍ୟ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଏଥିସହ ପୁରୀର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ କୋର୍ଟଙ୍କ ନିଷ୍ପତ୍ତିରେ ସଂଶୋଧନ କରିବାକୁ ଚେଷ୍ଟା କରିଥିଲେ।