ପୁଣି ପାକିସ୍ତାନରେ ଚାଲିବ ଏକଛତ୍ରବାଦୀ ଶାସନ
Advertisement

ପୁଣି ପାକିସ୍ତାନରେ ଚାଲିବ ଏକଛତ୍ରବାଦୀ ଶାସନ

ଗତ ରବିବାର ମରିୟମ ନୱାଜ କହିଛନ୍ତି ଇମରାନ ସରକାରଙ୍କ ଦମନକାରୀ ନୀତି ବିରୁଦ୍ଧରେ ସମସ୍ତ ବିରୋଧି ଦଳ ନେତା ଏକକାଳୀନ ଇସ୍ତଫା ଦେବେ।

ପୁଣି ପାକିସ୍ତାନରେ ଚାଲିବ ଏକଛତ୍ରବାଦୀ ଶାସନ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ (Pakistan Prime Minister) ଇମରାନ ଖାନ (Imran Khan) ଲାଗି ଅସୁବିଧା ବଢିବାରେ ଲାଗିଛି। ଦେଶର ବିରୋଧି ଦଳ ତାଙ୍କ ସରକାରଙ୍କ ବିରୋଧରେ କ୍ରମାଗତ ଭାବେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବାରେ ଲାଗିଛି। ଏହି ସମୟରେ ପାକିସ୍ତାନ ସଂସଦକୁ ପ୍ରତିନିଧିତ୍ୱ କରୁଥିବା ସମସ୍ତ ବିରୋଧି ଦଳର ସଦସ୍ୟ ଗଣ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଙ୍କ ଝିଅ ତଥା ପାକିସ୍ତାନୀ ମୁସଲିମ ଲିଗ (ନୱାଜ) ଦଳର ନେତା ମରିୟମ ନୱାଜ (Maryam Nawaz) ଇମରାନଙ୍କ ସରକାରଙ୍କ ବିରୁଦ୍ଧରେ ନିଆଯାଉଥିବା ଏହି ପଦକ୍ଷେପ ବାବଦରେ ସଂକେତ ଦେଇଛନ୍ତି।

ଗତ ରବିବାର ମରିୟମ ନୱାଜ କହିଛନ୍ତି ଇମରାନ ସରକାରଙ୍କ ଦମନକାରୀ ନୀତି ବିରୁଦ୍ଧରେ ସମସ୍ତ ବିରୋଧି ଦଳ ନେତା ଏକକାଳୀନ ଇସ୍ତଫା ଦେବେ। ଏନେଇ ଡିସେମ୍ବର ୮ ତାରିଖ ମଙ୍ଗଳବାର ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ-ପିଡିଏମ (PDM-Pakistan Democratic Movement) ସହ ଜଡିତ ୧୧ଟି ବିରୋଧି ଦଳକୁ ନେଇ ଗଠିତ ମିଳିତ ମଞ୍ଚ ନିଷ୍ପତ୍ତି ନେବ। 

Also Read: ମୁହାଁମୁହିଁ ଅବସ୍ଥାରେ ପାକିସ୍ତାନୀ ସେନା-ପୋଲିସ, ଖୁବଶୀଘ୍ର ଦେଶରେ ହୋଇପାରେ ଗୃହଯୁଦ୍ଧ!

ଲାହୋର ଠାରେ ଦଳୀୟ ସମର୍ଥକଙ୍କୁ ସମ୍ବୋଧିତ କରିବା ଅବସରରେ ମରିୟମ ନୱାଜ ସରିଫ କହିଛନ୍ତି ଡିସେମ୍ବର ୮ ତାରିଖ ମଙ୍ଗଳବାର ଆମ ପାଇଁ 'କର ବା ମର' ଭଳି ପରିସ୍ଥିତି ହେବ। ଯଦି ଆମେ ଏକାଠି ଇସ୍ତଫା ଦେବାକୁ ସ୍ଥିର କରୁ, ତାହେଲେ ଆପଣ ସମସ୍ତେ ଆମ ସହିତ ରହିବେ। କାହାକୁ ଭୟ କରିବାର ଆବଶ୍ୟକତା ନାହିଁ। ଆପଣଙ୍କୁ ଭୟଭୀତ କରିବା ପାଇଁ ସରକାର ମିଥ୍ୟା ମାମଲା ମଧ୍ୟ ଦାଏର କରାଯାଇପାରେ। ଏସବୁକୁ ସାମ୍ନା କରିବାକୁ ଆମକୁ ପ୍ରସ୍ତୁତ ହେବାକୁ ପଡିବ।

Also Read: ମୌଲନା ଆନ୍ଦୋଳନକୁ ନେଇ ଅସ୍ତବ୍ୟସ୍ତ ପାକିସ୍ତାନ

 

ଇମରାନ ସରକାରଙ୍କ ବିରୁଦ୍ଧରେ ପିଡିଏମ ସହ ଜଡିତ ୧୧ଟି ବିରୋଧି ଦଳ ଡିସେମ୍ବର ୧୩ ତାରିଖରେ ଲାହୋର ଠାରେ ଏକ ବଡ ରାଲି କରିବାକୁ ଯାଉଛନ୍ତି। ବିରୋଧି ଏକତାକୁ ଭୟ କରି ପାକିସ୍ତାନରେ ବର୍ତ୍ତମାନର ସରକାର ଏହି ରାଲି ବନ୍ଦ କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ସରକାର ଚେତାବନୀ ଦେଇ ଜଣାଇ ଦେଇଛନ୍ତି ଯଦି ଏହି ରାଲି କରାଯାଏ ତାହେଲେ କରୋନା ରୋକିବା ପାଇଁ ଲାଗୁ ହୋଇଥିବା ନିୟମର ଉଲ୍ଲଂଘନ ବୋଲି ଧରାଯିବ ଏବଂ ଏଥିରେ  ସାମିଲ ହୋଇଥିବା ଲୋକଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Also Read:ପାକିସ୍ତାନରେ ହୋଇପାରେ କ୍ଷମତା ପରିବର୍ତ୍ତନ, ଇମରାନ ସରକାରକୁ ଗାଦିଚ୍ୟୁତ କରିବାକୁ ଷଡଯନ୍ତ୍ର ଆରମ୍ଭ

ବିରୋଧି ଦଳର ଏକତାକୁ ଦୁର୍ବଳ କରିବାକୁ ପାକିସ୍ତାନର ଶାସନ ଗାଦିରେ ବସିଥିବା ଇମରାନ ସରକାର ଚେଷ୍ଟା କରୁଛନ୍ତି। ଅନ୍ୟପଟେ ପିଡିଏମ ରାଲିରେ ଯୋଗ ଦେବାକୁ ନେଇ ଲୋକ ଭୟଭୀତ ହୋଇଉଠିଉଛନ୍ତି। ଯଦି ସେମାନେ ଏହି ସମାବେଶରେ ଯୋଗ ଦିଅନ୍ତି ତାହଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ନିକଟରେ ମୁଲତାନ ଠାରେ ଅନୁଷ୍ଠିତ ରାଲି ପରେ ପ୍ରଶାସନ ୩୦୦୦ରୁ ଅଧିକ ନେତାଙ୍କ ସହ ସମର୍ଥକଙ୍କ ବିରୁଦ୍ଧରେ ମାମଲା ଦାଏର ହୋଇଥିଲା। ଏହି ନେତାଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି ପଞ୍ଜାବ ପ୍ରଦେଶରେ କୋଭିଡ୧୯ ମୁକିବିଲା ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରାଯାଇଛି।