ଏନଡିଏରୁ ଅଲଗା ହୋଇ ନିଜ ଗୋଡରେ କୁରାଢୀ ମାରିଦେଲେ କି ଚିରାଗ?
Advertisement

ଏନଡିଏରୁ ଅଲଗା ହୋଇ ନିଜ ଗୋଡରେ କୁରାଢୀ ମାରିଦେଲେ କି ଚିରାଗ?

ଦଳର ଅନେକ ବିଦ୍ରୋହୀ ନେତା ଏଲଜେପିରେ ଯୋଗଦେବା ପରେ ସକ୍ରିୟ ହୋଇ ଉଠିଛନ୍ତି ବିଜେପି ନେତୃବୃନ୍ଦ। ବିଦ୍ରୋହୀ ନେତାଙ୍କୁ ଆଶ୍ରୟ ଦେଇଥିବା ଏଲଜେପି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।

ଏନଡିଏରୁ ଅଲଗା ହୋଇ ନିଜ ଗୋଡରେ କୁରାଢୀ ମାରିଦେଲେ କି ଚିରାଗ?

ପାଟନା: ଚଳିତ ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ (Bihar Assembly Poll 2020) ଲାଗି ବିଭିନ୍ନ ଦଳଙ୍କ ମଧ୍ୟରେ ନିର୍ବାଚନୀ ମେଣ୍ଟ ଗଠିତ ହୋଇସାରିଛି। ମେଣ୍ଟ ସହଯୋଗୀଙ୍କୁ ନେଇ ବିଭିନ୍ନ ଦଳ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ହେଲେ ଅନ୍ୟପଟେ ବିଜେପି (BJP) ନେତୃତ୍ୱାଧିନ ଏନଡିଏ (NDA) ମେଣ୍ଟରୁ ବାହାରିଯାଇ ଏକୁଟିଆ ନିର୍ବାଚନ ଲଢିବାକୁ ଘୋଷଣା କରିଛି ଚିରାଗ ପାଶ୍ୱାନ (Chirag Paswan) ଙ୍କ ନେତୃତ୍ୱାଧିନ ଲୋକ ଜନଶକ୍ତି ପାର୍ଟି-ଏଲଜେପି (LJP-Lok Janashakti Party)।

ଏନଡିଏରୁ ଅଲଗା ହେବା ପରେ ମଧ୍ୟ ଏହି ମେଣ୍ଟର ନେତୃତ୍ୱ ନେଉଥିବା ବିଜେପିର ପ୍ରଶଂସା କରିବାକୁ ପଛଘୁଞ୍ଚା ଦେଉନାହିଁ ଏଲଜେପି। ଏପରିକି ନିଜକୁ ବିଜେପିର ବି ଟିମ ବୋଲି କହିବାକୁ ପଛାଇନାହାଁନ୍ତି ଏଲଜେପି ଅଧ୍ୟକ୍ଷ।   ଏପରିକି ଅନେକ ଥର ଚିରାଗ ପାଶ୍ୱାନ କହିଛନ୍ତି ବିଜେପି-ଏଲଜେପି ପ୍ରକୃତ ଗଠବନ୍ଧନ ହୋଇଛି। ଯଦିଓ ଜେଡିୟୁ ସହ ହୋଇଥିବା ମେଣ୍ଟ କେବଳ ଔପଚାରିକତା ବୋଲି ଏଲଜେପି ପକ୍ଷରୁ କୁହାଯାଇଛି।
 
ପୂର୍ବତନ ସହଯୋଗୀ ଏଲଜେପି ପକ୍ଷରୁ ଏପରି ବୟାନ ଆସିବା ପରେ ବିଜେପି ପକ୍ଷରୁ କୁହାଯାଇଛି ବିହାରରେ ଏନଡିଏ ସହିତ କୌଣସି ସମ୍ପର୍କ ନାହିଁ। ଦଳର ଭୋଟ ବ୍ୟାଙ୍କକୁ ଆକର୍ଷିତ କରିବା ଲାଗି ଏଲଜେପି ପକ୍ଷରୁ ଏପରି ନାଟକବାଜି କରାଯାଉଛି। ଏ ପ୍ରସଙ୍ଗରେ ମତ ରଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିହାର ବିଜେପି ପ୍ରଭାରୀ ଭୂପେନ୍ଦ୍ର ଯାଦବ, ଦଳର ଜାତୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର, ବିହାର ବିଜେପି ଅଧ୍ୟକ୍ଷ ଡ.ସଞ୍ଜୟ ଜୈସ୍ୱାଲ, ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଚିରାଗ ପାଶ୍ୱାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଏପରି ବୟାନବାଜି କରିବାରୁ ସେ ବିରତ ରହନ୍ତୁ। ହେଲେ ବିଜେପି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯିବା ପରେ ମଧ୍ୟ ମାନିବାକୁ ପ୍ରସ୍ତୁତ ନାହାଁନ୍ତି ଏଲଜେପି ମୁଖିଆ।

ଏ ପ୍ରସଙ୍ଗରେ ମତ ରଖି ବିଜେପି ପକ୍ଷରୁ ସ୍ପଷ୍ଟ ଜଣାଇ ଦିଆଯାଇଛି ଦଳର କୌଣସି ବି ଟିମ ନାହିଁ। ଏନଡିଏ ମେଣ୍ଟରେ ବିଜେପି-ଜେଡିୟୁ ମଧ୍ୟରେ ଗଠବନ୍ଧନ ହୋଇଛି।  କେନ୍ଦ୍ର ସରକାରରେ ଏଲଜେପିର ସମର୍ଥନକୁ ଅଣଦେଖା କରି  ବିଜେପି ଏନଡିଏରେ ହୋଇଥିବା ଗଠବନ୍ଧନ ବାବଦରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ପୂର୍ବତନ ସହଯୋଗୀଙ୍କ ପକ୍ଷରୁ ମେଣ୍ଟ ସହଯୋଗକୁ ନେଇ ସ୍ପଷ୍ଟୀକରଣ ରଖାଯିବା ପରେ ବର୍ତ୍ତମାନ ଏଲଜେପି ବ୍ୟାକଫୁଟ (Back Foot) କୁ ଆସିଯାଇଛି। ମେଣ୍ଟରୁ ବାହାରି ଯିବା ଦ୍ୱାରା ଦଳ ଝଟକା ଖାଇଥିବା ଅନୁଭବ କରୁଛି।  

ଚିରାଗ ପାଶ୍ୱାନ ବିହାର ରାଜନୀତିକୁ ସେତିକି ପରିମାଣରେ ବୁଝିଛନ୍ତି ଯେତିକି ତାଙ୍କ ବାପା ତଥା ଦିଗଙ୍ଗତ ରାଜନେତା ରାମବିଳାସ ପାଶ୍ୱାନ (Ram vilas Paswan) ତାଙ୍କୁ ବୁଝାଇଛନ୍ତି। ଯେତେବେଳେ ଚିରାଗ ଏନଡିଏ ମେଣ୍ଟରୁ ଦୂରେଇ ଯାଇଥିଲେ, ସେତେବେଳେ ତୃଣମୂଳସ୍ତରରେ ସ୍ଥିତି ରାଜ୍ୟରେ ରାଜନୈତିକ ସ୍ଥିତି କ'ଣ ତାହାକୁ ବୁଝିବାରେ ସେ ବିଫଳ ହୋଇଥିଲେ। ବିଜେପିର ପାରମ୍ପରିକ ଭୋଟ ବ୍ୟାଙ୍କ କୁହାଯାଉଥିବା ସବର୍ଣ୍ଣ ଭୋଟର ଏବଂ ୮ ପ୍ରତିଶତ ଦଳିତ ଭୋଟକୁ ହାତେଇବା ଲାଗି ସେ ଯେଉଁ ରଣନୀତି ପ୍ରସ୍ତୁତ ତାହା ଏବେ ମନ୍ଥର ହୋଇପଡିଥିବା ଦେଖାଯାଉଛି।  

ଦଳର ଅନେକ ବିଦ୍ରୋହୀ ନେତା ଏଲଜେପିରେ ଯୋଗଦେବା ପରେ ସକ୍ରିୟ ହୋଇ ଉଠିଛନ୍ତି ବିଜେପି ନେତୃବୃନ୍ଦ। ବିଦ୍ରୋହୀ ନେତାଙ୍କୁ ଆଶ୍ରୟ ଦେଇଥିବା ଏଲଜେପି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ନିକଟରେ ଏଲଜେପି ପକ୍ଷରୁ ହେଉଥିବା ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ବ୍ୟବହାର ନିଜକୁ ବିଜେପିର ବି ଟିମ ଭାବେ ପ୍ରଦର୍ଶିତ କରିବାକୁ ଚେଷ୍ଟା କରିଥିଲା। କାରଣ ଏହା ଦ୍ୱାରା ଦଳର ବିଜେପି ଭୋଟ ବ୍ୟାଙ୍କକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଯୋଜନା କରିଥିଲା। 

ହେଲେ ଏ ଘଟଣା ବାବଦରେ ବିଜେପି ପାଖରେ ଖବର ପହଞ୍ଚିବା ପରେ ଦଳ ପକ୍ଷରୁ ଏଲଜେପି ଉଦ୍ଦେଶ୍ୟରେ ଚେତାବନୀ ଦିଆଯାଇ କୁହାଯାଇଛି ଯଦି ଏଥର ଲୋକ ଜନଶକ୍ତି ପାର୍ଟି ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ପ୍ରଚାରରେ ବ୍ୟବହାର କରେ ତାହେଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚିରାଗ ପାଶ୍ୱାନଙ୍କୁ ବର୍ତ୍ତମାନ ଏହା ବୁଝା ପଡିଯାଇଛି ଏନଡିଏ ମେଣ୍ଟରୁ ଅଲଗା ହେବା ପରେ ବିହାର ବିଧାନସଭା ନିର୍ବାଚନ ଦଳ ଲାଗି ସେତେ ସହଜ ସାଧ୍ୟ ନୁହେଁ।