• ଚଳିତ ବର୍ଷ ଐତିହାସିକ ବାଲିଯାତ୍ରା ବନ୍ଦ ରହିବ, ସୂଚନା ଦେଲେ କଟକ ଜିଲ୍ଲାପାଳ
  • ରାଜ୍ୟରେ ୨୪ ଘଣ୍ଟାରେ ୧ ହଜାର ୫୪୭ ନୂଆ #Corona ଆକ୍ରାନ୍ତ ଚିହ୍ନଟ।କ୍ବାରେଣ୍ଟାଇନରୁ ୮୯୧ ଓ ଲୋକାଲ କେସ ରହିଛି ୬୫୬ ।
  • ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ୬୪୬କୁ ବୃଦ୍ଧି ।
  • IPL 2020: ଆଜି ରାଜସ୍ଥାନ ଓ ପଞ୍ଜାବ ମୁହାଁମୁହିଁ
  • କାର୍ତ୍ତିକ ବ୍ରତ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା
  • ହବିଷ୍ୟାଳିଙ୍କ ନିକଟକୁ ପଠାଯିବ ଅବଢା
  • ରାଜ୍ୟରେ ୨୪ ଘଣ୍ଟାରେ ୧୧ କରୋନା ରୋଗୀଙ୍କ ମୃତ୍ୟୁ
  • ଅନୁଗୁଳ କଣିହାଁ ବନାଞ୍ଚଳ ବଜ୍ରକୋଟ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ
  • ଡିଜିପିଙ୍କ ତିର୍ତ୍ତୋଲ ଗସ୍ତ, ଉପନିର୍ବାଚନ ପାଇଁ ସ୍ଥିତି ପରଖିଲେ
  • କୁନା ତ୍ରିପାଠୀଙ୍କ ଟ୍ରାନଫରମର ମନ୍ତବ୍ୟକୁ ନେଇ ତେଜୁଛି ରାଜନୀତି, ବିଜେଡ଼ିକୁ ପାଲଟା ଆକ୍ରମଣ କଲା ବିଜେପି

ପୁଣି ତୈଳ ଦରରେ ହ୍ରାସ, ଜାଣନ୍ତୁ ଆଜିର ରେଟ୍

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ଅନ୍ୟପକ୍ଷେ ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟରେ ୦୫ ପଇସାର ହ୍ରାସ ଘଟିଛି ।

ପୁଣି ତୈଳ ଦରରେ ହ୍ରାସ, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ବୈଶ୍ୱିକ ବଜାରରେ ଅଶୋଧିତ ତୈଳ ଦର (Oil Price) ରେ ହ୍ରାସ ଘଟିଛି । ଯାହାର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଆଜି ଅର୍ଥାତ ରବିବାର ଦେଶର ୪ଟି ମହାନଗର ଦିଲ୍ଲୀ, ମୁମ୍ୱାଇ, କୋଲକାତା, ଚେନ୍ନାଇରେ ଡିଜେଲ ମୂଲ୍ୟ (Diesel Price) ରେ ହ୍ରାସ ରେକର୍ଡ କରାଯାଇଛି । କିନ୍ତୁ ପେଟ୍ରୋଲ ମୂଲ୍ୟ (Petrol Price) ରେ କୌଣସି ପରିବର୍ତ୍ତନ ଆସିନାହିଁ । ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ରେ ହ୍ରାସ ଘଟିଛି ।

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ଅନ୍ୟପକ୍ଷେ ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟରେ ୦୫ ପଇସାର ହ୍ରାସ ଘଟିଛି । ସେହିପରି ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଡିଜେଲ ମୂଲ୍ୟରେ ଯଥାକ୍ରମେ-୧୪ ପଇସା, ୧୪ ପଇସା, ୧୪ ପଇସା, ୦୭ ପଇସାର ହ୍ରାସ ଘଟିଛି । ସେହିପରି ଭୁବନେଶ୍ୱରରେ ଡିଜେଲ ମୂଲ୍ୟରେ ୨୧ ପଇସାର ହ୍ରାସ ଘଟିଛି ।

ଅଧିକ ପଢ଼ନ୍ତୁ:-ମାତ୍ର ଟଙ୍କାଟିଏ ପେମେଣ୍ଟ କରି ଘରକୁ ଆଣନ୍ତୁ ସ୍କୁଟି କିମ୍ୱା ବାଇକ୍, ଏହି ବ୍ୟାଙ୍କ ଦେଉଛି ଅଫର୍

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୮୧.୦୬ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୮୭.୭୪ ଟଙ୍କା ରହିଛି । କୋଲକାତା ଲିଟର ପିଛା ୮୨.୫୯ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୪.୧୪ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୮୧.୫୫ ଟଙ୍କା ରହିଛି ।

ଅଧିକ ପଢ଼ନ୍ତୁ:-କଂଗ୍ରେସକୁ ୪ ଦିନରେ ଲାଗିଲା ୩ଟି ଝଟକା, ବିଜେପିରେ ସାମିଲ ହେଲେ ଆଉ ୨ ବଡ଼ ନେତା

ସେହିପରି ଡିଜେଲର ମୂଲ୍ୟ (Diesel Price) ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୭୦.୮୦ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୭୭.୨୨ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୭୪.୩୨ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୭୬.୩୩ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ଡିଜେଲ ମୂଲ୍ୟ ୭୬.୯୯ ଟଙ୍କା ରହିଛି ।