Advertisement
Article Detail0/zeeodisha/odisha758348
Zee OdishaOdisha National-Internationalପୁଣି ଖସିଲା ଡିଜେଲ ମୂଲ୍ୟ, ଜାଣନ୍ତୁ ଆଜିର ରେଟ୍

ପୁଣି ଖସିଲା ଡିଜେଲ ମୂଲ୍ୟ, ଜାଣନ୍ତୁ ଆଜିର ରେଟ୍

କୋରୋନା ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର (Crude Oil) ରେ ହ୍ରାସ ଘଟିଛି । ଯାହାର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଆଜି ଦେଶର ୪ଟି ମହାନଗର ଦିଲ୍ଲୀ, ମୁମ୍ୱାଇ, କୋଲକାତା, ଚେନ୍ନାଇରେ ଡିଜେଲ ମୂଲ୍ୟ (Diesel Price) ରେ ହ୍ରାସ ରେକର୍ଡ କରାଯାଇଛି । ଅନ୍ୟପକ୍ଷେ ପେଟ୍ରୋଲ ମୂଲ୍ୟ (Petrol Price) ରେ କୌଣସି ପରିବର୍ତ

ପୁଣି ଖସିଲା ଡିଜେଲ ମୂଲ୍ୟ, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: କୋରୋନା ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର (Crude Oil) ରେ ହ୍ରାସ ଘଟିଛି । ଯାହାର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଆଜି ଦେଶର ୪ଟି ମହାନଗର ଦିଲ୍ଲୀ, ମୁମ୍ୱାଇ, କୋଲକାତା, ଚେନ୍ନାଇରେ ଡିଜେଲ ମୂଲ୍ୟ (Diesel Price) ରେ ହ୍ରାସ ରେକର୍ଡ କରାଯାଇଛି । ଅନ୍ୟପକ୍ଷେ ପେଟ୍ରୋଲ ମୂଲ୍ୟ (Petrol Price) ରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ । ସେପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ରେ ହ୍ରାସ ଘଟିଛି ।

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ପେଟ୍ରୋଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । କିନ୍ତୁ ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟରେ ୨୨ ପଇସାର ହ୍ରାସ ଘଟିଛି । ସେହିପରି ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ଡିଜେଲ ମୂଲ୍ୟରେ ଯଥାକ୍ରମେ-୧୭ ପଇସା, ୧୮ ପଇସା, ୧୬ ପଇସା, ୧୫ ପଇସା, ୩୯ ପଇସାର ହ୍ରାସ ଘଟିଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୮୧.୦୬ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୮୭.୭୪ ଟଙ୍କା ରହିଛି । କୋଲକାତା ଲିଟର ପିଛା ୮୨.୫୯ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୪.୧୪ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୮୧.୪୪ ଟଙ୍କା ରହିଛି ।

Add Zee News as a Preferred Source

ଅଧିକ ପଢ଼ନ୍ତୁ:-ଗାନ୍ଧୀ ଜୟନ୍ତୀ: ଜାଣନ୍ତୁ ନିଜ ଜନ୍ମଦିନ ଅକ୍ଟୋବର ୨ରେ ବାପୁଜୀ କ'ଣ କରୁଥିଲେ ?

ସେହିପରି ଡିଜେଲର ମୂଲ୍ୟ (Diesel Price) ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୭୦.୪୬ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୭୬.୮୬ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୭୩.୯୯ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୭୫.୯୫ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ଡିଜେଲ ମୂଲ୍ୟ ୭୬.୫୨ ଟଙ୍କା ରହିଛି ।

About the Author