Advertisement
Article Detail0/zeeodisha/odisha2700987
Zee OdishaOdisha National-Internationalଭାଇରାଲ ଗର୍ଲ ମୋନାଲିସାଙ୍କୁ ଫିଲ୍ମ ଅଫର ଦେଇଥିବା ନିର୍ଦ୍ଦେଶକ ଗିରଫ

ଭାଇରାଲ ଗର୍ଲ ମୋନାଲିସାଙ୍କୁ ଫିଲ୍ମ ଅଫର ଦେଇଥିବା ନିର୍ଦ୍ଦେଶକ ଗିରଫ

ପୀଡିତାଙ୍କୁ ଏକ ରିସର୍ଟକୁ ନେଇଯିବା ପରେ ତାଙ୍କୁ ନିଶା ଦ୍ରବ୍ୟ ଦେଇ ଦୁଷ୍କର୍ମ କରାଯାଇଥିବା ପୀଡିତା ଏଫଆଇଆରରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତମାନେ ତାଙ୍କର ଆପତ୍ତିଜନକ ଫଟୋ ଏବଂ ଭିଡିଓ ମଧ୍ୟ ସୁଟ୍ କରିଥିବା ଅଭିଯୋଗ ରହିଛି । 

ଭାଇରାଲ ଗର୍ଲ ମୋନାଲିସାଙ୍କୁ ଫିଲ୍ମ ଅଫର ଦେଇଥିବା ନିର୍ଦ୍ଦେଶକ ଗିରଫ

ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭରେ ଭାଇରାଲ ହୋଇ ଚର୍ଚ୍ଚାକୁ ଆସିଥିବା ମୋନାଲିସାଙ୍କୁ ଫିଲ୍ମ ଅଫର୍ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ, ତାଙ୍କୁ ଦିଲ୍ଲୀର ନାଭି କରିମ ଥାନା ପୋଲିସ ଗିରଫ କରିଥିଲା। ନିର୍ଦ୍ଦେଶକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ନାୟିକା ହେବାକୁ ଚାହୁଁଥିବା ଏକ ଛୋଟ ସହରର ଝିଅକୁ ଏକାଧିକ ଥର ଦୁଷ୍କର୍ମ କରିବାର ଅଭିଯୋଗ ଅଛି।

ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ସେ ୨୦୨୦ ମସିହାରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଅଭିଯୁକ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ସହ ସାକ୍ଷାତ କରିଥିଲେ। ସେହି ସମୟରେ ପୀଡିତା ଜଣକ ଝାନ୍ସୀରେ ରହୁଥିଲେ। ଦୁହେଁ କିଛିଦିନ କଥାବାର୍ତ୍ତା କରିବା ପରେ ନିର୍ଦ୍ଦେଶକ ତାଙ୍କୁ ଜୁନ୍ ୧୭, ୨୦୨୧ରେ ଫୋନ୍ କରିଥିଲେ । ନିର୍ଦ୍ଦେଶକ କହିଥିଲେ ଯେ, ସେ ଝାନ୍ସୀ ରେଳ ଷ୍ଟେସନରେ ପହଞ୍ଚି ଯାଇଛନ୍ତି। କିନ୍ତୁ କୌଣସି କାରଣରୁ ପୀଡିତା ତାଙ୍କୁ ଭେଟିବାକୁ ମନା କରିଦେଇଥିଲେ । କିନ୍ତୁ ନିର୍ଦ୍ଦେଶକ ତାଙ୍କୁ ଆତ୍ମହତ୍ୟା ଧମକ ଦେବା କାରଣରୁ ଭୟରେ ପୀଡିତା ତାଙ୍କୁ ଭେଟିବାକୁ ଯାଇଥିଲେ। ପରଦିନ, ୧୮ ଜୁନ୍ ୨୦୨୧ରେ, ଅଭିଯୁକ୍ତ ତାଙ୍କୁ ପୁଣି ଥରେ କଲ୍ କରି ରେଳ ଷ୍ଟେସନକୁ ଡାକିଥିଲେ।

ପୀଡିତାଙ୍କୁ ଏକ ରିସର୍ଟକୁ ନେଇଯିବା ପରେ ତାଙ୍କୁ ନିଶା ଦ୍ରବ୍ୟ ଦେଇ ଦୁଷ୍କର୍ମ କରାଯାଇଥିବା ପୀଡିତା ଏଫଆଇଆରରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତମାନେ ତାଙ୍କର ଆପତ୍ତିଜନକ ଫଟୋ ଏବଂ ଭିଡିଓ ମଧ୍ୟ ସୁଟ୍ କରିଥିବା ଅଭିଯୋଗ ରହିଛି । ପ୍ରତିବାଦ କଲେ ସେଗୁଡ଼ିକୁ ସାର୍ବଜନୀନ କରିବାକୁ ପୀଡିତାଙ୍କୁ ଧମକ ଦିଆଯାଇଥିଲା । ଏହା ପରେ ସେ ବିବାହ ବାହାନାରେ ତାଙ୍କୁ ଅନେକ ଥର ବିଭିନ୍ନ ସ୍ଥାନକୁ ଡାକି ସାକ୍ଷାତ କରିଛନ୍ତି । କେବଳ ସେତିକି ନୁହେଁ ତାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ଚଳଚ୍ଚିତ୍ରରେ କାମ ଦେବାର ପ୍ରତିଶ୍ରୁତି ଦେଇ ବିଭିନ୍ନ ପ୍ରଲୋଭନ ଦେଖାଇଥିଲେ । ଅଭିନୟ କରିବାର ଆଶା ନେଇ ପୀଡିତାଜଣକ ମୁମ୍ବାଇ ଆସି ଅଭିଯୁକ୍ତଙ୍କ ସହିତ କିଛିଦିନ ରହିଥିଲେ । କିନ୍ତୁ ସେଠାରେ ଅଭିଯୁକ୍ତ ତାଙ୍କୁ ଶୋଷଣ କରି ଚାଲିଥିଲେ ଏବଂ ଅନେକ ଥର ମାଡ଼ ମଧ୍ୟ ମାରୁଥିଲେ ବୋଲି ଅଭିଯୋଗ ଆସିଛି ।

Add Zee News as a Preferred Source

ପୀଡିତା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ନିର୍ଦ୍ଦେଶକ ତାଙ୍କ ସହ ଦୈହିକ ସମ୍ପର୍କ ରଖିବା ଫଳରେ ପୀଡିତା ତିନିଥର ଗର୍ଭବତୀ ହୋଇଥିଲେ । ଫଳରେ ଗର୍ଭପାତ କରିବାକୁ ନିର୍ଦ୍ଦେଶକ ବାଧ୍ୟ କରିଥିଲେ। ଫେବୃଆରୀ ୨୦୨୫ରେ, ଅଭିଯୁକ୍ତ ତାଙ୍କୁ ଛାଡିଦେଇଥିଲେ ଏବଂ ଯଦି ସେ କୌଣସି ଅଭିଯୋଗ କରନ୍ତି, ତେବେ ତାଙ୍କର ଅଶ୍ଳୀଳ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଧମକ ଦେଇଥିଲେ ।

ଆପଣଙ୍କୁ କହି ରଖୁଛୁ ଯେ, ନିର୍ଦ୍ଦେଶକ ସନୋଜ ମିଶ୍ର ହେଉଛନ୍ତି ମଧ୍ୟପ୍ରଦେଶର ମହେଶ୍ୱରର ବାସିନ୍ଦା । ସେ ଭାଇରାଲ ଗର୍ଲ ମୋନାଲିସାଙ୍କୁ ଏକ ଫିଲ୍ମ ଅଫର୍ କରିଥିଲେ। ମୋନାଲିସା ତାଙ୍କ ପରିବାର ସହିତ ରୁଦ୍ରାକ୍ଷ ମାଳା ବିକ୍ରି କରିବାକୁ ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଆସିଥିଲେ। ମୋନାଲିସାଙ୍କ ଫଟୋ ଇଣ୍ଟରନେଟରେ ଭାଇରାଲ୍ ହେବା ପରେ ରାତାରାତି ସୋସିଆଲ ମିଡିଆରେ ଷ୍ଟାର ବନିଯାଇଥିଲେ ମୋନାଲିସା ।

Also Read- BSNL Plan: ଦୁଇଟି ସ୍ପେଶାଲ୍ ଅଫରର ଶେଷ ୨ଦିନ, ତୁରନ୍ତ କରନ୍ତୁ ରିଚାର୍ଜ

About the Author