ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବିଧାୟକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ଣ୍ଣାଟକ ବିଧାନସଭା ବାଚସ୍ପତି। ଅଭିଯୋଗ ହୋଇଛି ଯେ, ବିଧାନସଭାରେ ହଙ୍ଗାମା କରୁଥିବା ବିଜେପି ବିଧାୟକମାନେ ବାଚସ୍ପତିଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିଲେ ।
Trending Photos
)
BJP MLA Suspended: ଶୁକ୍ରବାର କର୍ଣ୍ଣାଟକ ବିଧାନସଭାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜେପି ବିଧାୟକମାନେ ହନି ଟ୍ରାପ୍ ଏବଂ ମୁସଲମାନମାନଙ୍କ ପାଇଁ ଚାରି ପ୍ରତିଶତ ସଂରକ୍ଷଣ ସମ୍ପର୍କରେ ଗୃହରେ ସ୍ଲୋଗାନ ଦେଇ ହଙ୍ଗାମା କରିଥିଲେ। ବିରୋଧ ପ୍ରଦର୍ଶନ କରୁଥିବା ୧୮ ଜଣ ବିଜେପି ବିଧାୟକଙ୍କୁ ଛଅ ମାସ ପାଇଁ ନିଲମ୍ବିତ କରାଯାଇଛି । କିଛି ବିଧାୟକଙ୍କୁ ଟେକି ଟେକି ଗୃହରୁ ବାହାର କରାଯାଇଥିବାର ଚିତ୍ର ସାମ୍ନାକୁ ଆସିଛି ।
ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବିଧାୟକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ଣ୍ଣାଟକ ବିଧାନସଭା ବାଚସ୍ପତି। ଅଭିଯୋଗ ହୋଇଛି ଯେ, ବିଧାନସଭାରେ ହଙ୍ଗାମା କରୁଥିବା ବିଜେପି ବିଧାୟକମାନେ ବାଚସ୍ପତିଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିଲେ । କେବଳ ସେତିକି ନହେଁ ବରଂ ଅନୁଶାସନହୀନ ଏବଂ ଅସମ୍ମାନଜନକ ଆଚରଣ ମଧ୍ୟ ପ୍ରଦର୍ଶନ କରିଥିଲେ। କର୍ଣ୍ଣାଟକ ଆଇନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ୍.କେ. ପାଟିଲ ବିଧାନସଭାରେ ଉକ୍ତ ବିଧାୟକଙ୍କୁ ନିଲମ୍ବନ ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ । ବିଧାନସଭା ବାଚସ୍ପତି ବିଧାନସଭା କାର୍ଯ୍ୟରେ ବାଧା ସୃଷ୍ଟି କରିବା ପାଇଁ ୧୮ ଜଣ ବିଜେପି ବିଧାୟକଙ୍କୁ ଛଅ ମାସ ପର୍ଯ୍ୟନ୍ତ ନିଲମ୍ବିତ କରିବାକୁ ପ୍ରସ୍ତାବ ପାରିତ କରିଥିଲେ।
ସୂଚନା ମୁତାବକ, ଏହି ବିଧାୟକମାନଙ୍କୁ ଆଗାମୀ ଛଅ ମାସ ପର୍ଯ୍ୟନ୍ତ ବିଧାନସଭା ହଲ୍, ଲବି ଏବଂ ଗ୍ୟାଲେରୀରେ ପ୍ରବେଶ କରିବାରୁ ବାରଣ କରାଯାଇଛି। ତାଙ୍କୁ କୌଣସି ସ୍ଥାୟୀ କମିଟି ବୈଠକରେ ଯୋଗଦେବା ଏବଂ ବିଧାନସଭାର କାର୍ଯ୍ୟସୂଚୀରେ ତାଙ୍କ ନାମରେ କୌଣସି ବିଷୟ ତାଲିକାଭୁକ୍ତ କରିବାରୁ ମଧ୍ୟ ବାରଣ କରାଯିବ। କେବଳ ଏତିକି ନୁହେଁ, ନିଲମ୍ବନ ଅବଧି ଉକ୍ତ ବିଧାୟକଙ୍କ ଦ୍ୱାରା ଜାରି କରାଯାଇଥିବା କୌଣସି ନିର୍ଦ୍ଦେଶ ଗ୍ରହଣ କରାଯିବ ନାହିଁ। ସେମାନଙ୍କୁ କମିଟି ନିର୍ବାଚନରେ ଭୋଟ ଦେବାକୁ ଅନୁମତି ଦିଆଯିବ ନାହିଁ। ଏହି ସମୟ ବିଧାୟକଙ୍କୁ ଦୈନିକ ଭତ୍ତା ମଧ୍ୟ ମିଳିବ ନାହିଁ ।
ନିଲମ୍ବିତ ବିଧାୟକମାନଙ୍କ ମଧ୍ୟରେ ଅଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ଡୋଡ୍ଡାନାଗୌଡା ଏଚ୍ ପାଟିଲ, ଅଶ୍ୱଥ ନାରାୟଣ ସିଏନ୍, ଏସ୍ଆର୍ ବିଶ୍ୱନାଥ, ବିଏ ବାସଭରାଜ, ଉମାନାଥ ଏ କୋଟିୟାନ୍, ଶରାନୁ ସାଲଗାର, ଶୈଳେନ୍ଦ୍ର ବେଲଡାଲେ, ସିକେ ରାମମୂର୍ତ୍ତି, ଯଶପାଲ ଏ ସୁବର୍ଣ୍ଣ, ବିପି ହରିଶ, ଶ୍ରୀ ଏମ୍ଆର୍ ପାଟିଲ, ଚନ୍ନାବାସପ୍ପା (ଚାନ୍ନି), ବି ସୁରେଶ ଗୌଡା, ଭାରତ ଶେଟ୍ଟି ୱାଇ, ଧୀରଜ ମୁନିରାଜୁ, ମୁନିରତ୍ନା, ବାସଭରାଜ ମାଟିମୁଦ୍ ଏବଂ ଚନ୍ଦ୍ରୁ ଲାମାନି ଅନ୍ତର୍ଭୁକ୍ତ।
ଅନ୍ୟପଟେ ବିଧାୟକଙ୍କୁ ନିଲମ୍ୱିତ କରାଯିବା ଘଟଣାକୁ ସ୍ୱାଗତ କରିଛନ୍ତି କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ଏମ୍.ବି. । ସେ ଏହାକପ ସଠିକ୍ ବୋଲି କହିବା ସହ ଏକଥା ମଧ୍ୟ କହିଛନ୍ତି ଯେ, ସଦସ୍ୟମାନଙ୍କ ପାଇଁ ଏପରି ଆଚରଣ କରିବା ସମ୍ପୂର୍ଣ୍ଣ ଅନୁପଯୁକ୍ତ। ଗୃହକାର୍ଯ୍ୟରେ ବିଶୃଙ୍ଖଳା କରୁଥିବା କାରଣରୁ ନିଲମ୍ବନ ୧୦୦% ଯଥାର୍ଥ।
Also Read- Mahalakshmi Yog: କର୍କଟ ରାଶିରେ ମହାଲକ୍ଷ୍ମୀ ରାଜଯୋଗ, ୩ ରାଶିକୁ ଧନ ଲାଭ !
Also Read- Weather News: କାଳବୈଶାଖି ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ