)
ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି । ଯାହାକୁ ବିରୋଧ କରି କଂଗ୍ରେସ ନେତା ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କୁ ଏକ ଚିଠି ଲେଖିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ସୋନିଆଙ୍କ ବିରୋଧରେ ଏଫଆଇଆର ଭୁଲ ତଥ୍ୟ ଆଧାରରେ ଲେଖାଯାଇଛି । ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ।
କଂଗ୍ରେସ ନେତା ଡିକେ ଶିବକୁମାର କହିଛନ୍ତି ଯେ, ଭୁଲ ତଥ୍ୟକୁ ଆଧାର କରି ରାଜନୈତିକ ଉଦ୍ଦେଶ୍ୟ ନେଇ ସୋନିଆ ଗାନ୍ଧୀଙ୍କ ବିରୋଧରେ ଜଣେ ବିଜେପି କର୍ମୀ ମାମଲା ରୁଜୁ କରିଛନ୍ତି । ମୁଁ ସିଏମଙ୍କୁ ଏକ ଚିଠି ଲେଖି ଏଫଆଇଆର ପ୍ରତ୍ୟାହାର କରିବାକୁ ଦାବି କରିଛି । ମୁଁ ମଧ୍ୟ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ ଓ ତାଙ୍କୁ ନିଲମ୍ବନ କରିବାକୁ ଦାବି କରୁଛି ।
ବାସ୍ତବରେ, କର୍ଣ୍ଣାଟକର ଶିମୋଗା ଜିଲ୍ଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି । ସୋନିଆ ଗାନ୍ଧୀଙ୍କ ବିରୋଧରେ ଏହି ଏଫଆଇଆର ଆଇପିସିର ଧାରା 153, 505 ଅନୁଯାୟୀ ରୁଜୁ ହୋଇଛି । ସୋନିଆଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଏଫଆଇଆରରେ ଅପିଲ କରାଯାଇଛି । ପ୍ରବୀଣ ନାମକ ଜଣେ ସ୍ଥାନୀୟ ଓକିଲଙ୍କ ଦ୍ୱାରା ଏହି ଏଫ୍ଆଇଆର୍ ଦାଖଲ କରାଯାଇଛି ।
କେଭି ପ୍ରବୀଣ କୁମାର କହିଛନ୍ତି, 'ପିଏମ କେୟାର ଫଣ୍ଡ'କୁ କଂଗ୍ରେସ ଏକ ଠକେଇ ବୋଲି କହିଛି । ସେମାନଙ୍କ(କଂଗ୍ରେସ) ଟ୍ୱିଟରରେ ଲେଖାଯାଇଛି ଯେ ଏହା ସର୍ବସାଧାରଣଙ୍କ ପାଇଁ ବ୍ୟବହୃତ ହେଉନାହିଁ । ପ୍ରଧାନମନ୍ତ୍ରୀ ଏହି ପାଣ୍ଠି ବ୍ୟବହାର କରି ବିଦେଶ ଗସ୍ତରେ ଯାଉଛନ୍ତି । କୋରୋନା ପରିସ୍ଥିତିରେ ସରକାରଙ୍କ ବିରୋଧରେ ଏଗୁଡ଼ିକ ଗୁଜବ । ତେଣୁ ମୁଁ ଏକ ଅଭିଯୋଗ ଦାଖଲ କଲି (ସୋନିଆ ଗାନ୍ଧୀଙ୍କ ବିରୋଧରେ) ।