ନିର୍ବାଚନ ପୂର୍ବରୁ ବିଜେପିରେ ମିଶିବେ ଡିଏମକେ ମୁଖ୍ୟ ଷ୍ଟାଲିନଙ୍କ ଭାଇ!
Advertisement

ନିର୍ବାଚନ ପୂର୍ବରୁ ବିଜେପିରେ ମିଶିବେ ଡିଏମକେ ମୁଖ୍ୟ ଷ୍ଟାଲିନଙ୍କ ଭାଇ!


ତାମିଲନାଡୁରୁ ଆସିଲା ଏକ ଚାଞ୍ଚଲ୍ୟକର ଖବର। ବିଜେପିରେ ମିଶିବାକୁ ଯାଉଛନ୍ତି କରୁଣାନିଧିଙ୍କ ପୁଅ ତଥା ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ ଭାଇ ଏମକେ ଆଲାଗିରି!

ଫାଇଲ ଫଟୋ

ଚେନ୍ନାଇ: ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ ଭାଇ ଏମକେ ଆଲାଗିରି ବିଜେପିରେ ମିଶିବା ନେଇ ଚର୍ଚ୍ଚା ଯୋର ଧରିଛି। ଆସନ୍ତା ୨୧ ତାରିଖ ଦିନ ସେ ପଦ୍ମ ଧରିପାରନ୍ତି ବୋଲି ଅନୁମାନ କରାଯାଉଛି। ସେପଟେ ଏହାକୁ ଗୁମର ବୋଲି କହିଛନ୍ତି ଏମକେ ଆଲାଗିରି।

ଏମକେ ଆଲାଗିରି ବିଜେପିରେ ମିଶିବା ନେଇ ତାମିଲନାଡୁ ବିଜେପି ମୁଖ୍ୟ ଏଲ ମୁରୁଗାନ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ବିଜେପିର ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ଅଛି। ଦଳରେ ଅନେକ ଲୋକ ମିଶୁଛନ୍ତି। ଯଦି ଏମକେ ଆଲାଗିରି ବି ଆସନ୍ତି, ତେବେ ତାଙ୍କୁ ସ୍ୱାଗତ କରାଯିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ବୋଲି ମୁରୁଗାନ କହିଛନ୍ତି।

ସେପଟେ ଏମକେ ଆଲାଗିରି କହିଛନ୍ତି ଯେ, ମୁରୁଗାନ ଯେଉଁ କଥା କହିଛନ୍ତି ସେଥିରେ ମୁଁ ଖୁସି। କିନ୍ତୁ ବିଜେପିରେ ମିଶିବା ନେଇ ବର୍ତ୍ତମାନ ସୁଦ୍ଧା ମୁଁ କୌଣସି ଯୋଜାନା କରିନାହିଁ। ମୋର ସମର୍ଥଙ୍କ ସହ ଆଲୋଚନା ପରେ ଚୂଡାନ୍ତି ନିଷ୍ପତ୍ତି ନିଆଯିବ। ତେବେ ୨୧ ତାରିଖର ଯେଉଁ ମିଶ୍ରଣ ପର୍ବ କଥା କୁହାଯାଉଛି ତାହା ସମ୍ପୂର୍ଣ୍ଣ ମିଛି।

ସୂଚନାଯୋଗ୍ୟ, ତାମିଲନାଡୁ ବିଧାନସଭା ନିର୍ବାଚନକୁ ଆଉ ପ୍ରାୟ ୬ ମାସ ଅଛି। ୨୦୨୧ ଏପ୍ରିଲ-ମଇରେ ଭୋଟ ପଡପାରେ। ତେବେ ଏହାରି ଭିତରେ ଏମକେ ଆଲାଗିରି ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିପାରନ୍ତି ବା ବିଜେପିରେ ସାମିଲ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। କରୁଣାନିଧି ଡିଏମକେ ମୁଖ୍ୟ ଥିଲା ବେଳେ ଏମକେ ଆଲାଗିରିଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ତେବେ ବାପାଙ୍କ ମୃତ୍ୟୁ ପରେ ଷ୍ଟାଲିନଙ୍କ ସହ ଆଲାଗିରିଙ୍କ ସମ୍ପର୍କ ମଧ୍ୟରେ ତିକ୍ତତା ଆସିଛି।