ଜାଣନ୍ତୁ ୨୧ ଦିନର ଲକ୍ ଡାଉନରେ କ'ଣ ଖୋଲା ରହିବ, କ'ଣ ରହିବ ବନ୍ଦ

୨୧ ଦିନିଆ ଲକ୍ ଡାଉନ୍ ସମୟରେ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଏହି ସମୟ ମଧ୍ୟରେ ପନିପରିବା ଏବଂ ଫଳ ଦୋକାନ ଖୋଲା ରହିବ । ମେଡିକାଲ ଏବଂ ରେସନ ଦୋକାନ ମଧ୍ୟ ଖୋଲା ରହିବ । ଏହି ସମୟ ମଧ୍ୟରେ ପେଟ୍ରୋଲ ପମ୍ପ, ଏଲପିଜି ପମ୍ପ, ଗ୍ୟାସ  ରିଟେଲ ଖୋଲା ରହିବ । ଲୋକମାନେ ଶୀତଳ ଭଣ୍ଡାର ଏବଂ ଗୋଦାମ ସେବା, ବ୍ୟକ୍ତିଗତ ସୁରକ୍ଷା ସେବା ଜାରି ରହିବ । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସମସ୍ତ ଧାର୍ମିକ ସ୍ଥାନ ବନ୍ଦ ରହିବ । 

ଜାଣନ୍ତୁ ୨୧ ଦିନର ଲକ୍ ଡାଉନରେ କ'ଣ ଖୋଲା ରହିବ, କ'ଣ ରହିବ ବନ୍ଦ

ନୂଆଦିଲ୍ଲୀ: କୋରୋନା ଭୂତାଣୁ ବିପଦକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାତି ୧୨ଟାରୁ ସମଗ୍ର ଦେଶ ୨୧ ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍  ରହିବ । ବର୍ତ୍ତମାନ ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଏହି ସମୟ ମଧ୍ୟରେ କେଉଁ ସେବା ଉପଲବ୍ଧ ରହିବ ଏବଂ କେଉଁଟି ନାହିଁ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ । ଅତ୍ୟାବଶ୍ୟକ ସେବା ଏବଂ ଔଷଧ ଦୋକାନ ଖୋଲା ରହିବ । ଗୃହ ମନ୍ତ୍ରଣାଳୟ ମଧ୍ୟ ଏ ସମ୍ପର୍କରେ ଏକ ଗାଇଡଲାଇନ ଜାରି କରିଛି ।

କଣ କଣ ବନ୍ଦ ରହିବ 
- ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିବ 

- ରେଳ, ବିମାନ ଏବଂ ସଡ଼କପଥ ସେବା ଉପଲବ୍ଧ ହେବ ନାହିଁ 

-ଜିମ୍, ହୋଟେଲ, ମୋଟେଲ, ଧାର୍ମିକ ସ୍ଥାନ, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ 

- ଅନ୍ତିମ ସଂସ୍କାରରେ ୨୦ରୁ ଅଧିକ ଲୋକଙ୍କୁ ଅନୁମତି ଦିଆଯିବ ନାହିଁ 