ମଧ୍ୟପ୍ରଦେଶରେ କୋରୋନା ନେଲା ଡାକ୍ତରଙ୍କ ଜୀବନ
Advertisement

ମଧ୍ୟପ୍ରଦେଶରେ କୋରୋନା ନେଲା ଡାକ୍ତରଙ୍କ ଜୀବନ

ବର୍ତ୍ତମାନ ପର୍ଯ୍ୟନ୍ତ ଇନ୍ଦୋରରେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଛି । ଡକ୍ଟର ପଞ୍ଚୱାନୀ ଇନ୍ଦୋରର ରୁପରାମ ନଗରରେ ରହୁଥିଲେ ଏବଂ ନିଜର ଏକ ଘରୋଇ କ୍ଲିନିକ୍ ଚଳାଉଥିଲେ । ସେ ଜଣେ ଫିଜିସିୟନ ଡାକ୍ତର ଥିଲେ । ସୂଚନା ଅନୁଯାୟୀ, ମୃତ୍ୟୁ ପୂର୍ବରୁ ଡାକ୍ତର ତାଙ୍କ ଏକ ଭିଡିଓ ମଧ୍ୟ ଜାରି କରିଥିଲେ ଯେଉଁଥିରେ ସେ ସୁସ୍ଥ ରହିବା ବିଷୟରେ କହିଥିଲେ ।

ମଧ୍ୟପ୍ରଦେଶରେ କୋରୋନା ନେଲା ଡାକ୍ତରଙ୍କ ଜୀବନ

ଭୋପାଳ: ଦେଶରେ କ୍ରମାଗତ ବଢ଼ି ବଢ଼ି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହା ସହ ବଢ଼ି ବଢ଼ି ଚାଲିଛି କୋରୋନା ଜନତି ମୃତ୍ୟୁ ସଂଖ୍ୟା । ଏହି କ୍ରମରେ ଆଜି (ଏପ୍ରଲି ୯)ରେ ମଧ୍ୟପ୍ରଦେଶରେ ମହାମାରୀ କୋରୋନା ଭାଇରସରେ ଆକ୍ରାନ୍ତ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ବିଭାଗର ସିଏମଏଚଓ ଡକ୍ଟର ପ୍ରବୀଣ ଜଡିଆ କହିଛନ୍ତି ଯେ, ବିଗତ ଦିନରେ ଡାକ୍ତର ଶତ୍ରୁଘ୍ନ ପଞ୍ଚୱାନୀଙ୍କଠୁ କୋରୋନା ପଜିଟିଭ୍ ମିଳିଥିଲା । ସେବେଠାରୁ ନିରନ୍ତର ତାଙ୍କ ଚିକିତ୍ସା ଜାରି ଥିଲା ।

ଅସୁସ୍ଥତାକୁ ଦୃଷ୍ଟିରେ ରଖି ତାଙ୍କୁ ପ୍ରଥମେ ଇନ୍ଦୋରର ଗୋକୁଲଦାସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବୋଲି କୁହାଯାଉଛି । ଏଠାରେ ମଧ୍ୟ ତାଙ୍କ ଅବସ୍ଥାରେ ସୁଧାର ନଦେଖା ଦେବାକୁ ତାଙ୍କୁ CHLଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତଥାପି ତାଙ୍କର ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସି ନଥିଲା । ଏହା ପରେ ତାଙ୍କୁ ଅରବିନ୍ଦୋ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଇନ୍ଦୋରରେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଛି । ଡକ୍ଟର ପଞ୍ଚୱାନୀ ଇନ୍ଦୋରର ରୁପରାମ ନଗରରେ ରହୁଥିଲେ ଏବଂ ନିଜର ଏକ ଘରୋଇ କ୍ଲିନିକ୍ ଚଳାଉଥିଲେ । ସେ ଜଣେ ଫିଜିସିୟନ ଡାକ୍ତର ଥିଲେ । ସୂଚନା ଅନୁଯାୟୀ, ମୃତ୍ୟୁ ପୂର୍ବରୁ ଡାକ୍ତର ତାଙ୍କ ଏକ ଭିଡିଓ ମଧ୍ୟ ଜାରି କରିଥିଲେ ଯେଉଁଥିରେ ସେ ସୁସ୍ଥ ରହିବା ବିଷୟରେ କହିଥିଲେ ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଟ୍ୱିଟ କରି ଡାକ୍ତର ଶତ୍ରୁଘ୍ନ ପଞ୍ଜୱାନୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ, ଅନ୍ୟମାନଙ୍କ ଅମୂଲ୍ୟ ଜୀବନକୁ ରକ୍ଷା କରିବା ଏବଂ କୋରୋନା ଭୂତାଣୁ ବିରୁଦ୍ଧରେ ଯୁଦ୍ଧ କରିବା ସମୟରେ ବଳିଦାନ ଦିଆଯାଇଥିବା ଡକ୍ଟର ଶତ୍ରୁଘ୍ନ ପଞ୍ଚୱାନୀଙ୍କ ବଳିଦାନ ଭୁଲିପାରିବ ନାହିଁ ।